୫୨୭ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କଲା IOCL, ଦଶମ ପାସ କରିଥିଲେ କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha1022100

୫୨୭ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କଲା IOCL, ଦଶମ ପାସ କରିଥିଲେ କରନ୍ତୁ ଆବେଦନ

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଡିସେମ୍ବର ୪ ତାରିଖ ରହିଛି । ଏଭଳି ପରିସ୍ଥିତିରେ ପ୍ରାର୍ଥୀଙ୍କୁ ନିର୍ଦ୍ଦିଷ୍ଟ ତାରିଖ ସୁଦ୍ଧା ଆବେଦନ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି, କାରଣ ଏହା ପରେ କୌଣସି ପ୍ରାର୍ଥୀଙ୍କ ଫର୍ମ ଗ୍ରହଣ କରାଯିବ ନାହିଁ ।

 

୫୨୭ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କଲା IOCL, ଦଶମ ପାସ କରିଥିଲେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର ଅଛି । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (Indian Oil Corporation Limited, IOCL)  ଟେକ୍ନିକାଲ (Technical) ଏବଂ ନନ-ଟେକ୍ନିକାଲ ଆପ୍ରେଣ୍ଟିସ୍ ପୋଷ୍ଟଗୁଡିକ (Non-technical apprentice posts) ପାଇଁ ନିଯୁକ୍ତି ଦେଉଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ IOCL ର ଅଫିସିଆଲ୍ ୱେବସାଇଟରେ iocl.com ରେ ଆବେଦନ କରିପାରିବେ । ଅନଲାଇନ୍  ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କୁ ଅଫିସିଆଲ୍ ୱେବସାଇଟ୍ ଭିଜିଟ କରି ଲଗ୍ଇନ୍ କରିବାକୁ ପଡିବ । 

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଡିସେମ୍ବର ୪ ତାରିଖ ରହିଛି । ଏଭଳି ପରିସ୍ଥିତିରେ ପ୍ରାର୍ଥୀଙ୍କୁ ନିର୍ଦ୍ଦିଷ୍ଟ ତାରିଖ ସୁଦ୍ଧା ଆବେଦନ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି, କାରଣ ଏହା ପରେ କୌଣସି ପ୍ରାର୍ଥୀଙ୍କ ଫର୍ମ ଗ୍ରହଣ କରାଯିବ ନାହିଁ । ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଆସାମ ସମେତ ପୂର୍ବ ଭାରତୀୟ ରାଜ୍ୟରେ ୫୨୭ ଟି ପଦବୀ ପୂରଣ ହେବ ।

ଶିକ୍ଷାଗତ ଯୋଗ୍ୟତା
ଏହି ପଦବୀଗୁଡିକ ପାଇଁ ଆବେଦନ କରିବାକୁ, ପ୍ରାର୍ଥୀମାନେ ITI ଏବଂ ସମ୍ପୃକ୍ତ ବିଷୟର ଦଶମ ପାସ୍ କରିଥିବା ଉଚିତ୍ । ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ଭିଜିଟ କରି ଅଧିକ ବିବରଣୀ ଯାଞ୍ଚ କରିପାରିବେ ।

ବୟସ ସୀମା
ଟେକ୍ନିକାଲ ଏବଂ ନନ-ଟେକ୍ନିକାଲ ଆପ୍ରେଣ୍ଟିସ୍ ପଦରେ ଆବେଦନ କରୁଥିବା ଜେନେରାଲ୍ ଏବଂ ଇଡବ୍ଲ୍ୟୁଏସ୍ ବର୍ଗ ପାଇଁ, ୩୧ ଅକ୍ଟୋବର ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ୍ । ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ SC / ST / OBC (NCL) / PWBD ପ୍ରାର୍ଥୀଙ୍କ ପାଇଁ ଉଚ୍ଚ ବୟସ ସୀମାରେ ଆରାମ ମିଳିବ ।

ଏହିପରି କରନ୍ତୁ ଆବେଦନ
ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଧାର୍ଯ୍ୟ ତାରିଖ ସୁଦ୍ଧା iocl.com ୱେବସାଇଟ ଭିଜିଟ କରି ଆବେଦନ କରିପାରିବେ । ଆବେଦନ କରିବାକୁ ସମସ୍ତ ଷ୍ଟେପଗୁଡିକ ସରକାରୀ ୱେବସାଇଟରେ ଦିଆଯାଇଛି । 

ଏହା ବି ପଢ଼ନ୍ତୁ: 'ନ୍ୟୁଜଲାଣ୍ଡ ଯଦି ଆଫଗାନିସ୍ତାନକୁ ହରାଇଦିଏ ତେବେ ଇଣ୍ଡିଆ କ’ଣ କରିବ' ଜାଡେଜା ଦେଲେ ଏହାର ଜବାବ

ଏହା ବି ପଢ଼ନ୍ତୁ: କିଏ ଏହି ସଞ୍ଜୟ ସିଂ? ଯିଏ ଆର୍ୟନ ମାମଲା ସମେତ ସମୀର ୱାଙ୍ଖଡେଙ୍କ ୬ ଟି ବଡ଼ କେସର ତଦନ୍ତ କରିବେ