IPL 2022: ବ୍ରାଏନ୍ ଲାରା-ଡେଲ୍ ଷ୍ଟେନଙ୍କୁ ଆଇପିଏଲରେ ମିଳିଲା ଏକ ବଡ଼ ଦାୟିତ୍ବ
Advertisement

IPL 2022: ବ୍ରାଏନ୍ ଲାରା-ଡେଲ୍ ଷ୍ଟେନଙ୍କୁ ଆଇପିଏଲରେ ମିଳିଲା ଏକ ବଡ଼ ଦାୟିତ୍ବ

IPL 2022: ସନରାଇଜର୍ସ ହାଇଦ୍ରାବାଦ ବ୍ରାଏନ୍ ଲାରାଙ୍କୁ (Brian Lara) ବ୍ୟାଟିଂ କୋଚ୍ ଭାବରେ ଓ ଡେଲ୍ ଷ୍ଟେନ୍ (Dale steyn) ବୋଲିଂ କୋଚ୍ ଭାବରେ ନିଯୁକ୍ତ କରିଛି । ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଗୋଟିଏ ଇନିଂସରେ 400 ରନ୍ ସ୍କୋର କରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ବ୍ରାଏନ୍ ଲାରା ।

IPL 2022: ବ୍ରାଏନ୍ ଲାରା-ଡେଲ୍ ଷ୍ଟେନଙ୍କୁ ଆଇପିଏଲରେ ମିଳିଲା ଏକ ବଡ଼ ଦାୟିତ୍ବ

ନୂଆଦିଲ୍ଲୀ: ମହାନ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା (Brian Lara) ଏବଂ ଦକ୍ଷିଣ ଆଫ୍ରିକାର ମାରାତ୍ମକ ବୋଲର ଡ଼େଲ୍ ଷ୍ଟେନ୍ (Dale steyn) ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ରେ ଯୋଗ ଦେଇଛନ୍ତି । ବ୍ରାଏନ୍ ଲାରାଙ୍କୁ (Brian Lara) ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ବ୍ୟାଟିଂ କୋଚ୍ ଭାବରେ ଓ ଡେଲ୍ ଷ୍ଟେନ୍ ବୋଲିଂ (Dale steyn) ବୋଲିଂ କୋଚ୍ ଭାବରେ ନିଯୁକ୍ତ କରିଛି । ଟମ୍ ମୁଡି ହାଇଦ୍ରାବାଦର ମୁଖ୍ୟ କୋଚ୍ ଭାବରେ ନିଜର କାର୍ଯ୍ୟଭାର ଜାରି ରଖିବେ । ଟେଷ୍ଟ କ୍ରିକେଟର ଏକ ଇନିଂସରେ 400 ରନ୍ ସ୍କୋର କରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ୍ ଲାରାଙ୍କୁ ମଧ୍ୟ ଫ୍ରାଞ୍ଚାଇଜ୍ ଦ୍ୱାରା ରଣନୀତିକ ପରାମର୍ଶଦାତା କରାଯାଇଛି । ଅଷ୍ଟ୍ରେଲିଆର ପୂର୍ବତନ ଓପନର୍ ସାଇମନ୍ କାଟିଚ୍ ଆସିଷ୍ଟାଣ୍ଟ କୋଚ୍ ଭୂମିକାରେ ରହିବେ । ଏହା ବ୍ୟତୀତ ପୂର୍ବତନ ଭାରତୀୟ କ୍ରିକେଟର ହେମାଙ୍ଗ ବାଦାନି ଫିଲ୍ଡିଂ କୋଚ୍ ଏବଂ ସ୍କାଉଟରେ ଦ୍ୱୈତ ଭୂମିକା ନିଭାଇବେ । ଏହି ଫ୍ରାଞ୍ଚାଇଜ୍ ସହିତ ମଧ୍ୟ ମହାନ ସ୍ପିନ ବୋଲର ମୁଥୟା ମୁରଲୀଧରନ ମଧ୍ୟ ଜଡିତ । ମୁରଲୀଧରନ୍ ସ୍ପିନ୍ ବୋଲିଂ କୋଚ୍ ଦାୟିତ୍ୱ ଗ୍ରହଣ କରିବା ବ୍ୟତୀତ ମଧ୍ୟ ଦଳ ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରୁଛନ୍ତି । 

ୱେଷ୍ଟଇଣ୍ଡିଜ୍ ପାଇଁ ବ୍ରାଏନ୍ ଲାରାନେ 133 ଟେଷ୍ଟ, 299 ଟି ODI ଖେଳିଥିଲେ । ସେ 34 ଟି ଶତକ ଏବଂ 48 ଟି ଅର୍ଦ୍ଧଶତକ ସହ ଟେଷ୍ଟରେ 11953 ରନ୍ ସ୍କୋର କରିଥିଲେ । ଏହା ବ୍ୟତୀତ ସେ 19 ଟି ଶତକ ସାହାଯ୍ୟରେ ODI ରେ 10405 ରନ୍ ମଧ୍ୟ ସ୍କୋର କରିଥିଲେ । ଆନ୍ତର୍ଜାତୀୟ କ୍ରିକେଟ୍ ରେ ତାଙ୍କ ନାମରେ 53 ଶତକ ଏବଂ 22358 ରନ୍ ରହିଛି । ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ଏକ ଇନିଂସରେ ଲାରା 501 ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ଯୁଗରେ ବଡ଼ ବଡ଼ ଇନିଂସ ଖେଳିବା ପାଇଁ ପ୍ରସିଦ୍ଧ ଥିବା ଲାରା ଜଣେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ଥିଲେ । ଟେଷ୍ଟ କ୍ରିକେଟରେ ତାଙ୍କର 9 ଟି ଦ୍ୱି-ଶତକ ରହିଛି । ଏହା ଛଡ଼ା ଦୁଇଟି ତ୍ରି-ଶତକ ମଧ୍ୟ ରହିଛି । ଲାରା 1994 ରେ ଇଂଲଣ୍ଡ ବିପକ୍ଷରେ 375 ଏବଂ 2004 ରେ 400 ସ୍କୋର କରିଥିଲେ ।

ଏଥି ସହିତ ଦ୍ରୁତ ବୋଲର ଡେଲ୍ ଷ୍ଟେନ ଅନ୍ତର୍ଜାତୀୟ କ୍ରିକେଟରେ 699 ୱିକେଟ୍ ନେଇଛନ୍ତି । ଏହି ଭେଟେରାନ୍ ଖେଳାଳି 93 ଟେଷ୍ଟ ମ୍ୟାଚରେ 435 ୱିକେଟ୍, 125 ଟି ODI ରେ 196 ଏବଂ 43 ଟି-ଟ୍ୱେଣ୍ଟିରେ 64 ୱିକେଟ୍ ନେଇଛନ୍ତି । ଦକ୍ଷିଣ ଆଫ୍ରିକା ପାଇଁ ଅଧିକାଂଶ ଟେଷ୍ଟ ୱିକେଟ୍ ନେଇ ଷ୍ଟେନ ରେକର୍ଡ କରିଛନ୍ତି । ଷ୍ଟେନ୍ 2343 ଦିନ ପାଇଁ 1 ନମ୍ବର ଟେଷ୍ଟ ବୋଲର ଭାବରେ ରହିଥିଲେ, ଯାହା ଏକ ବିଶ୍ୱ ରେକର୍ଡ ।

ଆଇପିଏଲ୍ 2021 ରେ ସନରାଇଜର୍ସ ହାଇଦ୍ରାବାଦ ସବୁଠାରୁ ଖରାପ ଦଳ ଥିଲା । ଏହି ଦଳ 14 ଟି ମ୍ୟାଚ ମଧ୍ୟରୁ ମାତ୍ର ତିନୋଟି ଜିତିଥିବାବେଳେ 11 ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଥିଲା । ଏହି ସମୟରେ ଡେଭିଡ ୱାର୍ଣ୍ଣରଙ୍କଠାରୁ ଅଧିନାୟକତ୍ବ ଛଡ଼ାଇ ନିଆଯାଇଥିଲା ଏବଂ କେନ ୱିଲିୟମସନଙ୍କୁ ହସ୍ତାନ୍ତର କରାଯାଇଥିଲା କିନ୍ତୁ ସେ କୌଣସି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିନଥିଲେ । ଏହା ବ୍ୟତୀତ ହାଇଦ୍ରାବାଦ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଡେଭିଡ ୱାର୍ଣ୍ଣର ଏବଂ ତାରକା ସ୍ପିନର ରସିଦ ଖାନ ମଧ୍ୟ ଦଳରୁ ଅଲଗା ହୋଇଛନ୍ତି ।

ଏହା ବି ପଢ଼ନ୍ତୁ: IPL 2022 Mega Auction: ଜାଣନ୍ତୁ କେବେ ଏବଂ କେଉଁଠାରେ ହେବ ମେଗା ନିଲାମ