Big Health Tips : ସକାଳ ଜଳଖିଆ ବା ବ୍ରେକଫାଷ୍ଟ(Breakfast) । ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଜାଣିଛନ୍ତି କି ?
Trending Photos
Big Health Tips : ସକାଳ ଜଳଖିଆ ବା ବ୍ରେକଫାଷ୍ଟ(Breakfast) । ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଜାଣିଛନ୍ତି କି ? କିଛି ଲୋକ କର୍ମକ୍ଷେତ୍ରରେ ବ୍ୟସ୍ତତା ହେତୁ ବ୍ରେକଫାଷ୍ଟ କରିପରାନ୍ତି ନାହିଁ । ଆପଣ ବି ବ୍ରେକଫାଷ୍ଟ ସ୍କିପ କରୁଥିଲେ ଜାଣି ରଖନ୍ତୁ ଏହା ଦ୍ୱାରା ବହୁ ସମସ୍ୟା ଦେଖାଯାଇଥାଏ । ଡାଏଟ ଏବଂ ବିଭିନ୍ନ ପ୍ରକାରର ଫାଷ୍ଟିଂରେ ବ୍ରେକଫାଷ୍ଟକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଆସନ୍ତୁ ଜାଣିବା କିଛି ହେଲଦି ବ୍ରେକଫାଷ୍ଟ ବିଷୟରେ । ଯାହା ଆପଣଙ୍କ ପାଇଁ ବେଶ ଜରୁରୀ ।
ଅଣ୍ଡା, ଏଥିରେ ଭରପୁର କ୍ୟାଲସିୟମ ରହିଛି। ଯାହା ଆପଣଙ୍କୁ ପୁରା ଦିନ କାମ କରିବା ପାଇଁ ଶକ୍ତି ଯୋଗାଇ ଥାଏ । ସାଧାରଣତଃ ଅଣ୍ତା ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ଅଣ୍ତାରେ ରେସିପି ବନେଇବା ବହୁତ ସହଜ । ହେଲଦି ବ୍ରକଫାଷ୍ଟ ପାଇଁ ଆପଣ ଆଣ୍ତାରେ ଅମଲେଟ ବନେଇପାରିବେ । ଏବଂ ଅଣ୍ତାସିଝା ମଧ୍ୟ ଖାଇପାରିବେ । ଏବଂ ଆପଣ ଏଗଟୋଷ୍ଟ କରି ମଧ୍ୟ ଖାଇପାରିବେ। ଓଡସ୍ ମିଲ (Oatmeal) ମଧ୍ୟ ଆପଣ ନିଜ ବ୍ରକଫାଷ୍ଟରେ ମଧ୍ୟ ସାମିଲ କରିପାରିବେ। ଏଥିରେ ଭରପୁର ପରିମାଣର ଆଇରନ୍, ଭିଟାମିନ୍ ବି, ମାଙ୍ଗାନିଜ୍, ଜିଙ୍ଗସ୍ ଓ ସେଲୁନିୟମ ରହିଛି । ଏହା ଖାଇବା ଦ୍ବାରା ଆପଣଙ୍କୁ କାମ କରିବାକୁ ଦିନ ଯାକ ଶକ୍ତି ମିଳିଥାଏ । ସାଧାରଣତଃ ଏହାକୁ ସବୁ ବର୍ଗର ଲୋକେ ଖାଇପାରିବେ। ସେହିପରି ସକାଳ ଜଳଖିଆ ପାଇଁ ସବୁଠୁ ହେଲଦି ଖାଦ୍ୟ ହେଉଛି ଭେଜିଟେବୁଲ ସାଲାଡ୍ (Veggie salad) । ସାଧାରଣତଃ ଅଧିକାଂଶ ଲୋକେ ସକାଳ ଜଳଖିଆରେ ଗ୍ରୀନ ଭେଜିଟେବୁଲ ସାଲାଡ ଖାଇବାକୁ ପସନ୍ଦ କରନ୍ତି । ଏହା ଏବେ ଏକ ପ୍ରକାର ଟ୍ରେଣ୍ତରେ ପରିଣତ ହେଲାଣୀ । ସବୁଜ ପତ୍ର ଏବଂ ଅନ୍ୟାନ୍ୟ ପନିପରିବାର ମିଶ୍ରଣ ସମସ୍ତ ଜରୁରୀ ଭିଟାମିନ୍ ଥାଏ । ସାଲାଡରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥାଏ । ଏବଂ ଏହା ଡାଏଟାରୀ ଫାଇବରର ଏକ ଉତ୍ସ ବୋଲି କହିପାରିବା।
ଏହାବି ପଢନ୍ତୁ : High Cholesterol Symptoms : ହାଇ କୋଲଷ୍ଟ୍ରଲର ଶିକାର ହେବା ପୂର୍ବରୁ ଦେଖାଦିଏ ଏସବୁ ଲକ୍ଷଣ, ଆପଣ ବି ସାମିଲ ନାହାଁନ୍ତି ତ?
ବ୍ରାଉନ ବ୍ରେଡ ମଧ୍ୟ ଆପଣ ସକାଳ ଜଳଖିଆରେ ଖାଇପାରିବେ। ଯେଉଁଥିରେ ହାଇଫାଇବର ଓ କମ୍ପେକ୍ସ କାର୍ବସ୍ ରହିଛି । ଏହା ବ୍ଲଡ ସୁଗାରକୁ ମଧ୍ୟ ଠିକ୍ ନିୟନ୍ତ୍ରଣରେ ରଖେ। ବ୍ରାଉନ ବ୍ରେଡରେ ମଧ୍ୟ ଆପଣ ସାଣ୍ତଓ୍ବିଚ ବନେଇ ପାରିବେ । ସେଥିରେ ଅଣ୍ତା ମଧ୍ୟ ସାମିଲ କରିପାରିବେ। ଏହାଏକ ହେଲଦି ବ୍ରେକଫାଷ୍ଟ । ଶରୀରକୁ ସୁସ୍ଥ ରଖିବା ସହ ଏନର୍ଜି ମଧ୍ୟ ଯୋଗାଇ ଥାଏ । ଯଦି ଆପଣ ନିଜ ବ୍ରେକଫାଷ୍ଟକୁ ଅଧିକ ହେଲଦି ବନେଇବାକୁ ଚାହୁଛନ୍ତି । ତେବେ, ଆପଣ ନିଜ ସକାଳ ଜଳଖିଆରେ ବିଭିନ୍ନ ପ୍ରକାର ଫଳ ଖାଇପାରିବେ। ଯାହା ଆପଣଙ୍କୁ ଏନର୍ଜି ଯୋଗାଇବା ସହ ଆପଣଙ୍କ ତ୍ବଚାରେ ମଧ୍ୟ ଅଧିକ ଚମକ ଆଣିଥାଏ । ଚିଆ ସିଡ୍ ପୁଡିଂ (Chia seeds pudding) ଯାହା ଆପଣ ନିଜ ଜଳଖିଆରେ ସାମିଲ କରିପାରିବେ। ଚିଆ ମଞ୍ଜିକୁ ସାଧାରଣତଃ ଲୋକେ ପେଣ୍ତ ଥଣ୍ତା ରଖିବା ପାଇଁ ଲସି ହିସାବରେ ପିଇ ଥାନ୍ତି। ଏହି ଚିଆ ମଞ୍ଜିରେ ସକାଳ ଜଳଖିଆ ଆପଣ ପ୍ରସ୍ତୁତ କରିପାରିବେ । ପୋହା ବା ଚୁଡା ଉପମା (Poha)କୁ ମଧ୍ୟ ସକାଳ ଜଳଖିଆରେ ସାମିଲ କରିପାରିବେ। ଚୁଡା ଉପମା ବନେଇବା ବହୁତ ସହଜ । ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ସାଧାରଣତଃ ୧୦-ରୁ ୧୫ ମିନିଟ ସମୟ ଲାଗିଥାଏ ।