ଜାଣନ୍ତୁ କେଉଁ ମାନଙ୍କ ପାଇଁ ଶୁଭ ରହିବ ଶୁକ୍ରବାର
Advertisement
Article Detail0/zeeodisha/odisha884758

ଜାଣନ୍ତୁ କେଉଁ ମାନଙ୍କ ପାଇଁ ଶୁଭ ରହିବ ଶୁକ୍ରବାର

ରାଶି ଅନୁଯାୟୀ ଜାଣନ୍ତୁ କେମିତି କଟିବ ଆଜିର ଦିନ

ଜାଣନ୍ତୁ କେଉଁ ମାନଙ୍କ ପାଇଁ ଶୁଭ ରହିବ ଶୁକ୍ରବାର

ମେଷ- ଶାରିରୀକ ସୁସ୍ଥତା ଲାଭ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭ ପ୍ରଦ ହେବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଅପରାହ୍ନରେ ଶୁଭଖବର ପ୍ରାପ୍ତ ହେବ ।

ବୃଷ- -ଆଶାବାଦୀ ହେବେ । ଅସଂପୂର୍ଣ୍ଣ  କାର୍ଯ୍ୟ ଆଜି ସଂପୂର୍ଣ୍ଣ  କରିବେ । ଅଧିନସ୍ଥ କର୍ମଚାରୀଙ୍କ  ସହଯୋଗ ପାଇବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରିକ ଜୀବନ ସୁଖଶାନ୍ତି ପୂର୍ଣ୍ଣ ରହିବ ।

ମିଥୁନ- ଦେହ ଓ ମନ ଭଲ ରହିବ । କର୍ତ୍ତବ୍ୟ  ପରାୟଣ ହେବେ । ସାଂସାରିକ ଜୀବନ ସୁଖପ୍ରଦ ହେବ । ବିଦ୍ୟାର୍ଥୀମାନେ ପଢାପଢିରେ ମନୋନିବେଶ କରିବେ । ଗୃହଣୀମାନେ ସୁସ୍ୱାଦୁ ଭୋଜନ ପ୍ରସ୍ତୁତ କରିବେ ।

କର୍କଟ- ପରାମର୍ଶ ନେଇ କାର୍ଯ୍ୟ  କରନ୍ତୁ । କୃତକାର୍ଯ୍ୟ ହେବେ । ଦିନଟି ସହଜ,ସରଳ ଓ ଆନନ୍ଦଦାୟକ ହେବ । ଆୟ ଅବ୍ୟାହତ ରହିବ । ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ ।

ସିଂହ- ଆଳସ୍ୟ ପରାୟଣ ହେବେ । କାର୍ଯ୍ୟ ନିର୍ବାହରେ ବିଳମ୍ବ କରିବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ ।

କନ୍ୟା- ଶାରୀରିକ ସୁସ୍ଥତା ବୋଧ ହେବ । ଦାୟିତ୍ୱର ସହ ସମସ୍ତ ନ୍ୟସ୍ତ କାର୍ଯ୍ୟ ନିର୍ବାହ କରିବେ । ଆର୍ଥିକ ସ୍ଥିତି ପୂର୍ବଭଳି ରହିବ । ପରିବାରରେ ଗୁରୁଜନଙ୍କ ସ୍ନେହଶ୍ରଦ୍ଧା ତଥା ଆଶୀର୍ବାଦ ପ୍ରାପ୍ତ ହେବ ।

ତୁଳା- କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ପାଇବ । ବିରକ୍ତି ଭାବ ପ୍ରକାଶ ପାଇବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଆଶା କରୁଥିବା ଦିଗରୁ ଅର୍ଥ ପାଇବାରେ ବିଳମ୍ବ ହେବ । ଦୂରଯାତ୍ରା ବିଫଳ ହେବ

ବିଛା- ଭୋଗ ହେତୁ  କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । କଳହଠାରୁ ନିଜକୁ ଦୂରେଇ ରଖନ୍ତୁ । ବ୍ୟବସାୟ ମାନ୍ଦା ହେବ । ପାରିବାରିକ ଜୀବନରେ ଭୁଲ ବୁଝାମଣାର ଶିକାର ହେବେ ।

ଧନୁ- ଶରିରୀକ  ଅସୁସ୍ଥତା ବୋଧ ହେବ । କାର୍ଯ୍ୟ  ସମ୍ପନ୍ନ କରିବାରେ ବିଳମ୍ବ ହେବ । ପାରିବାରିକ ଅଶାନ୍ତି ଉପୁଜିବ । ବ୍ୟବସାୟ ପାଇଁ  ପୁଞ୍ଜିର ଆବଶ୍ୟକତା ହୋଇପାରେ

ମକର- ମନ ପ୍ରଫୁଲ୍ଲ ରହିବ । ଉଚ୍ଚ ପ୍ରଶଂସିତ ହେବେ । ପରିବାରରେ ହସ ଖୁସିର ଲହରୀ ଲାଗି ରହିବ । ସୁସମ୍ବାଦ ପ୍ରାପ୍ତ ହେବ । ନୂତନ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବେ ।

କୁମ୍ଭ- ଦୃଢ ମନା ହୋଇ ସମସ୍ତ କାର୍ଯ୍ୟ  ନିର୍ବାହ କରିବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟିକ ସଫଳତା ପ୍ରାପ୍ତି କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ପ୍ରାଧାନ୍ୟ ଜାହିର୍ କରିବେ ।

ମୀନ-ଆର୍ଥିକ ସ୍ଥିତିରେ ଅବନତି ଦେଖାଦେବ । ସାମାନ୍ୟ ଶରୀର ପୀଡା ଭୋଗିବେ । ପଡୋଶୀଙ୍କ କୁ ଚକ୍ରାନ୍ତର ଶିକାର ହେବେ । ବିବାହ ଭୋଜି ନିମନ୍ତ୍ରଣ ଆଜି ପ୍ରତ୍ୟାଖ୍ୟାନ କରିବେ ।