Lifestyle Story: ଅନେକ ଭୋଜନ ସମୟରେ ଦହି ଖାଇବାକୁ ଭଲ ପାଇଥାନ୍ତି। ହେଲେ କ'ଣ ଆପଣ ଜାଣିଛନ୍ତି ଦହି ଖାଇବା ଦ୍ୱାରା ଉପକାର ହେବା ସହିତ କେତକ ଅପକାର ମଧ୍ୟ ହୋଇଥାଏ।
Trending Photos
Curd Side Effects: ପେଟ ପୁରା ଖାଇବା ପରେ ପରେ ଦହି ଖାଇବା ଦ୍ୱାରା ଆପଣଙ୍କ ଭୋଜନ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଯାଏ। ହେଲେ ଦହି ଖାଇବା ଦ୍ୱାରା ଶରୀରରେ "ଗଟ୍ ଫ୍ରେଣ୍ଡଲି ହେଲଦୀ ଗଟ୍ ବ୍ୟାକ୍ଟେରିଆ" (Gut Friendly Healthy Gut Bacteria) ବୃଦ୍ଧି ପାଇଥାଏ। ଆଣ୍ଟିବାୟୋଟିକ୍ ସେବନ କରୁଥିବା ବ୍ୟକ୍ତି ପ୍ରତିଦିନ କିଛି ପରିମାଣରେ ଦହି ଖାଇବା ଆବଶ୍ୟକ। କାରଣ ଆଣ୍ଟିବାୟୋଟିକ୍ ଆପଣଙ୍କ ହଜମ ପ୍ରକ୍ରିୟାରେ ସୁସ୍ଥ ଜୀବାଣୁକୁ ମାରିପାରେ। ଦହି ସେମାନଙ୍କୁ ସନ୍ତୁଳିତ କରିବାରେ ସାହାୟକ ହୋଇଥାଏ। ଯଦିଓ ସମସ୍ତେ ଦହି ଖାଇବାର ଉପକାରିତା ବିଷୟରେ କଥାବାର୍ତ୍ତା କରିଥାନ୍ତି, ହେଲେ ଏହାର କେତେକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି। ଦହି ଖାଇବାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ରହିଛି? ଆପଣ ମନେ ରଖିବା ଆବଶ୍ୟକ ଯେ ଆପଣ ପ୍ରତିଦିନ କେତେ ମାତ୍ରାରେ ଦହି ଖାଉଛନ୍ତି। ଯଦି ଆପଣଙ୍କର ହଜମ ପ୍ରକ୍ରିୟା ଦୁର୍ବଳ ତାହେଲେ ଆପଣ ଅଧିକ ଦହି ଖାଇବା ଆବଶ୍ୟକ ନୁହେଁ। ଅତ୍ୟଧିକ ଦହି ସେବନ କୋଷ୍ଠକାଠିନ୍ୟର କାରଣ ହୋଇପାରେ। ଯେତେବେଳେ ଆପଣ ଅଧିକ ଦହି ଖାଇଥାନ୍ତି, ସେତେବେଳେ ଏଭଳି ସମସ୍ୟା ଉପୁଜିଥାଏ।
ଦହି ଖାଇବାର ଅପକାରିତା
କ'ଣ ରାତି ସମୟରେ ଦହି ଖାଇବା ଠିକ?
ସତର୍କତା: ଏହି ବିଷୟବସ୍ତୁ କେବଳ ପରାମର୍ଶ ସହିତ ସାଧାରଣ ସୂଚନା ପ୍ରଦାନ କରେଯ ଯୋଗ୍ୟ ଚିକିତ୍ସା ମତାମତ ପାଇଁ ଏହା କୌଣସି ପ୍ରକାରେ ବିକଳ୍ପ ନୁହେଁ। ଅଧିକ ବିବରଣୀ ପାଇଁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଏହି ସୂଚନା ପାଇଁ Zee Odisha ଦାୟୀ ନୁହେଁ।