ରାଜ୍ୟ ରାଜନୀତି (Odisha Politics) ରେ ଯେଉଁ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳର ଚର୍ଚ୍ଚା ହେଉଛି, ତାହା ସ୍ପଷ୍ଟ ହୋଇନାହିଁ । ତଥାପି ନିଆଁ ନ ଥିଲେ ଧୁଆଁ କେଉଁଠୁ ଉଠିବା ଭଳି ଏହାର ସତ୍ୟତା କିଛି ରହିଛି । ୨୦୨୪କୁ ଆଖି ଆଗରେ ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ (Naveen Patnaik) କିଛି ବଡ ବଡ ନେତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ଆଉଟ କରି ସେମାନଙ୍କୁ ସଙ୍ଗଠନର ଦାୟିତ୍ୱ ଦେଇ ପାରନ୍ତି ।
Trending Photos
ଭୁବନେଶ୍ୱର: ପୌର ଏବଂ ପଞ୍ଚାୟତ ପରେ ଏବେ ୨୦୨୪ ପାଇଁ ଷ୍ଟ୍ରାଟେଜି । ତେବେ ଚଳିତ ବର୍ଷ ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେଡିର ସଫଳ ପ୍ରଦର୍ଶନ ପରେ ଆଗାମୀ ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରୋଡ ମ୍ୟାପ ପ୍ରସ୍ତୁତ କଲେଣି । ଦଳକୁ ସଙ୍ଗଠିତ କରିବା ସହ ସରକାରୀ ଯୋଜନାକୁ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ନବୀନ ସବୁ ନେତାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ସମୟରେ ମୁଖ୍ୟମନ୍ତ୍ରୀ ନବୀନ କହି ଆସିଛନ୍ତି ଓଡିଶାବାସୀ ଆମର ପରିବାର ତେଣୁ ସବୁ ସମୟରେ ତାଙ୍କ ପାଇଁ ବିକାଶ କରିବା ଆମର ଗୁରୁ ଦାୟିତ୍ବ ।
ରାଜ୍ୟ ରାଜନୀତି (Odisha Politics) ରେ ଯେଉଁ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳର ଚର୍ଚ୍ଚା ହେଉଛି, ତାହା ସ୍ପଷ୍ଟ ହୋଇନାହିଁ । ତଥାପି ନିଆଁ ନ ଥିଲେ ଧୁଆଁ କେଉଁଠୁ ଉଠିବା ଭଳି ଏହାର ସତ୍ୟତା କିଛି ରହିଛି । ୨୦୨୪କୁ ଆଖି ଆଗରେ ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ (Naveen Patnaik) କିଛି ବଡ ବଡ ନେତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ଆଉଟ କରି ସେମାନଙ୍କୁ ସଙ୍ଗଠନର ଦାୟିତ୍ୱ ଦେଇ ପାରନ୍ତି । ଏହାସହ ଯେଉଁ ଜିଲ୍ଲାରେ ଦଳ ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି ଏବଂ ସେଠାରୁ କେହି ମନ୍ତ୍ରୀ ନାହାନ୍ତି ସେମାନଙ୍କୁ ସନ୍ତୁଷ୍ଟ ମଧ୍ୟ କରାଯାଇପାରେ ବୋଲି ରାଜନୈତିକ କରିଡରରେ ଆଲୋଚନା ହେଉଛି । ଏସବୁ ଭିତରେ ସରକାରୀ ସ୍ତରର ସମସ୍ତ ଯୋଜନାକୁ ଲୋକଙ୍କ ପାଖକୁ ପହଞ୍ଚାଇବା ଏବଂ ଲୋକଙ୍କ ସେବାରେ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ନିଜ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Also Read: ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ; ଏତିକି ସଂଖ୍ୟକ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମୋହର, ତିଆରି ହେବ ୨
ଅନ୍ୟପଟେ ରାଜ୍ୟର ମୁଖ୍ୟ ବିରୋଧି ଭାବରେ ପରିଗଣତି ବିଜେପି (Odisha BJP) ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ଆରମ୍ଭ କରିଛନ୍ତି । ଦଳିତ-ଆଦିବାସୀଙ୍କୁ ଅବହେଳା, ଆବାସ ଯୋଜନାରେ ଦୁର୍ନୀତି, କେନ୍ଦ୍ର ସରକାରଙ୍କ ଅର୍ଥକୁ ରାଜ୍ୟ ସରକାର ଖର୍ଚ୍ଚ ନ କରିପାରୁଥିବା, ମମିତା ମେହେର ହତ୍ୟାକାଣ୍ଡ, ଚାଉଳ ଦୁର୍ନୀତି ଭଳି ଅନେକ ପ୍ରସଙ୍ଗ ଉଠାଇବ । ଏପରିକି ଆକାଂକ୍ଷୀ ଯୋଜନାରେ କେନ୍ଦ୍ରମନ୍ତ୍ରୀମାନେ ଜିଲ୍ଲା ବୁଲିବା ସହ ଶ୍ରୀମନ୍ଦିର ଖୋଳା ବିବାଦକୁ ନେଇ ମଧ୍ୟ ଲୋକଙ୍କ ମନ ଜିଣିବାକୁ ଦଳ ଅଭିଯାନ ଆରମ୍ଭ କରିଛି । ଏହସାହ ତଳସ୍ତରରେ ବିଜେପିକୁ ମଜବୁତ କରିବା ସହ କେନ୍ଦ୍ର ସରକାରଙ୍କର ଯୋଜନାକୁ ଲାଗୁ କରାବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଆସିଛି । ତେବେ ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ବରୀ ଖୁବଶୀଘ୍ର ଓଡିଶା ଆସି ସାଙ୍ଗଠନିକ ସ୍ଥରରେ ଆଲୋଚନା କରିବେ । ସେହିପରି ଆକାଂକ୍ଷୀ ଯୋଜନାରେ କେନ୍ଦ୍ରମନ୍ତ୍ରୀମାନଙ୍କ ଜିଲ୍ଲା ସ୍ତରୀୟ ଗସ୍ତ ରାଜ୍ୟ ବିଜେପିକୁ ତୃଣମୂଳ ସ୍ତରରେ ମଜବୁତ କରିବ ବୋଲି ଦଳ ଆଶା ରଖିଛି ।
କଂଗ୍ରେସ ମଧ୍ୟ ୨୦୨୪ ସାଧାରଣ ନିର୍ବାଚନ ଏକାକି ଲଢିବାକୁ ସହମତି ହୋଇଥିବା କୁହାଯାଉଛି । ଏଥିପାଇଁ ଖୁବଶୀଘ୍ର କଂଗ୍ରେସ (Congress) ସାଙ୍ଗଠନିକ ପରିବର୍ତ୍ତନ ହେବ । ନୂଆ ପିସିସି ସଭାପତି ନିଯୁକ୍ତ ହେବେ, ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ସରିଛି । ଚଳିତ ମାସ ୨୨ରେ ରାଜ୍ୟ ପ୍ରଭାରୀ ଡକ୍ଟର ଏ ଚେଲ୍ଲା କୁମାର, ଓଡିଶା ଗସ୍ତରେ ଆସିବେ । ଦଳୀୟ ନେତୃତ୍ୱ ସହ ଚିନ୍ତନ ବୈଠକ ହେବ । ସେପଟେ କଂଗ୍ରେସର କହିବା କଥା ଦଳୀୟ କର୍ମୀ ସବୁବେଳେ ଶୃଙ୍ଖଳିତ ଏବଂ ଦଳରେ ବହୁ ବରିଷ୍ଠ ନାତା ଅଛନ୍ତି, ଯାହାକୁ ଚାହିଁଲେ AICC PCC ସଭାପତି କରି ପାରିବ। ଆଉ ଦଳ ମଧ୍ୟ ତାଙ୍କୁ ସ୍ବାଗତ କରିବ। ସଭିଏଁ ଏକାଠି ହୋଇ ଲଢ଼ିଲେ ଦଳ ୨୦୨୪ରେ ନିଶ୍ଚିତ ଭାବେ ସରକାର ଗଠନ କରିବ ବୋଲି କହିଛି କଂଗ୍ରେସ ଆଶା ପ୍ରକଟ କରିଛି ।
Also Read: Power crisis: ପାଞ୍ଚ ଦିନରେ ଅନ୍ଧାର ହୋଇଯିବ ଦେଶ! ଏବେଠୁ ଏହି ସବୁ ରାଜ୍ୟରେ ୮ ଘଣ୍ଟା ବିଜୁଳି କାଟ୍
ଏହି ମାସ ଶେଷରେ କଂଗ୍ରେସ ନୂଆ ସଭାପତି ପାଇବ । ପ୍ରତି ଜିଲ୍ଲା , ପ୍ରତି ଗାଁର ଲୋକଙ୍କ ପାଖକୁ କଂଗ୍ରେସ ଯିବ। କାଳିଆ ଯୋଜନାରେ ଅନିୟମିତତା, ମମିତା ମେହେର ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ବଞ୍ଚାଗଲା ଏ ସବୁ ପ୍ରସଙ୍ଗ ଆଣିବ । ଲୋକଙ୍କ ବିଶ୍ୱାସ ଭାଜନ ହୋଇ ପାରିବ। ତେବେ ୨୦୨୪ ଫଳାଫଳ ହିଁ କହିପାରିବ କେଉଁ ଦଳ ସରକାର ଗଠନ କରିବାରେ ସଫଳ ହୋଇଛି। କିଏ ଲୋକଙ୍କ ପାଇଁ କାମ କରିଛି ଓ କରିବ ଏବଂ କାହାର ସଙ୍ଗଠନ କେତେ ମଜବୁତ ତାହା ନିର୍ବାଚନ ପରେ ଜଣାପଡିବ।