Mahila Naga Sadhu: ମହିଳା ନାଗା ସାଧୁ ମଧ୍ୟ ପୁରୁଷଙ୍କ ପରି ରୁହନ୍ତି ନିବସ୍ତ୍ର? ସେମାନଙ୍କ ସହ ଜଡ଼ିତ ଏସବୁ ରହସ୍ୟମୟ କଥା ବିଷୟରେ ଜାଣନ୍ତି ନାହିଁ ଆପଣ
Advertisement

Mahila Naga Sadhu: ମହିଳା ନାଗା ସାଧୁ ମଧ୍ୟ ପୁରୁଷଙ୍କ ପରି ରୁହନ୍ତି ନିବସ୍ତ୍ର? ସେମାନଙ୍କ ସହ ଜଡ଼ିତ ଏସବୁ ରହସ୍ୟମୟ କଥା ବିଷୟରେ ଜାଣନ୍ତି ନାହିଁ ଆପଣ

Mahila Naga Sadhu: ନାଗା ସାଧୁଙ୍କ କ୍ରୋଧର କାହାଣୀ ମଧ୍ୟ ବହୁତ ଲୋକପ୍ରିୟ କାରଣ ସେମାନେ ଶିବ ଓ ଅଗ୍ନିଙ୍କର ଭକ୍ତ ଅଟନ୍ତି । ସେମାନେ କାହା ପାଇଁ କୌଣସି କ୍ଷତି କରନ୍ତି ନାହିଁ, କିନ୍ତୁ ଯଦି କେହି ସେମାନଙ୍କୁ ହଇରାଣ କରନ୍ତି, ତେବେ ସେମାନଙ୍କର କ୍ରୋଧ ଭୟଙ୍କର ହୋଇଯାଏ, ଏପରି ପରିସ୍ଥିତିରେ ସେମାନଙ୍କୁ ଶାନ୍ତ କରିବା କଷ୍ଟକର ହୋଇଯାଏ ।

Mahila Naga Sadhu: ମହିଳା ନାଗା ସାଧୁ ମଧ୍ୟ ପୁରୁଷଙ୍କ ପରି ରୁହନ୍ତି ନିବସ୍ତ୍ର? ସେମାନଙ୍କ ସହ ଜଡ଼ିତ ଏସବୁ ରହସ୍ୟମୟ କଥା ବିଷୟରେ ଜାଣନ୍ତି ନାହିଁ ଆପଣ

Mahila Naga Sadhu Lifestyle: ଭାରତକୁ ସାଧୁ ଓ ସନ୍ଥମାନଙ୍କର ଦେଶ କୁହାଯାଏ । ଏହି ସାଧୁ ଓ ସନ୍ଥମାନେ ଅନେକ ପ୍ରକାରର ହୋଇଥା'ନ୍ତି । ନାଗା ସାଧୁ ସେମାନଙ୍କ ମଧ୍ୟରୁ ଅନ୍ୟତମ । ନାଗା ସାଧୁ (Naga Sadhu) ଙ୍କ ଜୀବନ ଅତ୍ୟନ୍ତ ରହସ୍ୟମୟ ଅଟେ । ଶରୀରରେ ଶ୍ମଶାନର ପାଉଁଶ, କପାଳରେ ତିଲକ ଏବଂ ନିଆଁ ପରି ଜ୍ୱଳନ୍ତ ମୁଖ ମଣ୍ଡଳରୁ ସେମାନଙ୍କୁ ଏକ ଭିନ୍ନ ରୂପ ଦେଇଥାଏ । ଏହି ସାଧୁମାନେ ସାଧାରଣତଃ ସାଧାରଣ ଜୀବନଠାରୁ (Naga Sadhu Life) ଦୂରରେ ରୁହନ୍ତି । ଯଦିଓ ଏହି ସାଧୁମାନେ ପ୍ରାୟତଃ ଶାନ୍ତ ରୁହନ୍ତି, କିନ୍ତୁ ଯଦି କେହି ସେମାନଙ୍କୁ ଥଟ୍ଟା କରନ୍ତି, ତେବେ ସେମାନଙ୍କର କ୍ରୋଧର ଶିକାର ହେବାକୁ ଅଧିକ ସମୟ ଲାଗେ ନାହିଁ । ସେମାନଙ୍କୁ ଶାନ୍ତ କରିବା ମଧ୍ୟ ବହୁତ କଷ୍ଟସାଧ୍ୟ ହୋଇଯାଏ ।

ନାଗା ସାଧୁ (Naga Sadhu Life) ମାନେ କ୍ୱଚିତ୍ ଦେଖାଯାଆନ୍ତି । ଏମାନଙ୍କୁ କେବଳ କୁମ୍ବ କିମ୍ବା କୌଣସି ବଡ଼ ଧାର୍ମିକ ଉତ୍ସବରେ ଦେଖିବାକୁ ମିଳେ । ସେମାନେ ଏକ ରହସ୍ୟମୟ ଓ କଠୋର ଶୃଙ୍ଖଳିତ ଜୀବନଯାପନ କରନ୍ତି, ଯାହା କଳ୍ପନା କରିବା କଷ୍ଟକର । ନାଗା ସାଧୁ କେବଳ ପୁରୁଷ ନୁହଁନ୍ତି, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମହିଳାମାନେ ମଧ୍ୟ ନାଗା ସାଧୁ (Mahila Naga Sadhu) ହୋଇଥାଏ । ନାଗା ସାଧୁ ହେବା ଏତେ ସହଜ ନୁହେଁ । ଏଥିପାଇଁ ସେମାନଙ୍କୁ ଏକ କଠିନ ପରୀକ୍ଷା ଦେଇ ଗତି କରିବାକୁ ପଡ଼ିଥାଏ ।

ନାଗା ସାଧୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ଅଲଗା ଅଲଗା ଅଖଡ଼ାରେ ବାସ କରୁଥିବା ଏପରି ସାଧୁ ହୋଇଥାନ୍ତି ଯେଉଁମାନେ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥାନ୍ତି । ଏହି ସାଧୁମାନେ ଉଲଗ୍ନ ରୁହନ୍ତି ଓ ଯୁଦ୍ଧ କଳାରେ ପାରଦର୍ଶୀ ହୋଇଥାନ୍ତି । ସେମାନେ ନିଜ ଶରୀରକୁ ପାଉଁଶରେ ଗୁଡ଼ାଇ ରଖନ୍ତି । ପୁରୁଷ ନାଗା ସାଧୁ (Male Naga Sadhu) ଙ୍କ ପରି ମହିଳା ନାଗା ସାଧୁ ମଧ୍ୟ ନିଜ ଜୀବନକୁ କଠିନ ତପସ୍ୟା କରି ଜୀବନଯାପନ କରନ୍ତି ।ଯଦିଓ ମହିଳା ନାଗା ସାଧୁ ଉଲଗ୍ନ ରୁହନ୍ତି ନାହିଁ । ସେ ନିଜ ଶରୀରରେ ଗେରୁଆ ରଙ୍ଗର ଏକ କପଡା ପିନ୍ଧନ୍ତି । ଏହାକୁ ଗନ୍ତି କୁହାଯାଏ । ଏହି କପଡ଼ାରେ କୌଣସି ସିଲେଇ ହୋଇ ନଥାଏ । ନାଗା ସାଧୁଙ୍କ କ୍ରୋଧର କାହାଣୀ ମଧ୍ୟ ବହୁତ ଲୋକପ୍ରିୟ କାରଣ ସେମାନେ ଶିବ ଓ ଅଗ୍ନିଙ୍କର ଭକ୍ତ ଅଟନ୍ତି । ସେମାନେ କାହା ପାଇଁ କୌଣସି କ୍ଷତି କରନ୍ତି ନାହିଁ, କିନ୍ତୁ ଯଦି କେହି ସେମାନଙ୍କୁ ହଇରାଣ କରନ୍ତି, ତେବେ ସେମାନଙ୍କର କ୍ରୋଧ ଭୟଙ୍କର ହୋଇଯାଏ, ଏପରି ପରିସ୍ଥିତିରେ ସେମାନଙ୍କୁ ଶାନ୍ତ କରିବା କଷ୍ଟକର ହୋଇଯାଏ ।

ମହିଳାମାନେ କିପରି ନାଗା ସାଧୁ ହୁଅନ୍ତି?

ମହିଳା ନାଗା ସାଧୁ ହେବା ଏତେ ସହଜ ନୁହେଁ, କାରଣ ଏହି ମହିଳା ସାଧୁମାନଙ୍କୁ ଏକ କଠିନ ପରୀକ୍ଷା ଦେଇ ଗତି କରିବାକୁ ପଡ଼ିଥାଏ । ନାଗା ସାଧୁ ହେବାକୁ ହେଲେ ତାଙ୍କୁ ପ୍ରଥମେ ନିଜକୁ ଭଗବାନଙ୍କ ନିକଟରେ ସମର୍ପିତ କରିବାକୁ ପଡିବ ଓ ୬ ରୁ ୧୨ ବର୍ଷ ପର୍ଯ୍ୟନ୍ତ ଏକ କଠୋର ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପଡ଼ିଥାଏ । ଏହି ସମୟରେ ତାଙ୍କୁ ସକାଳୁ ଉଠି ଭଗବାନଙ୍କୁ ଉପାସନା କରିବାକୁ ପଡି଼ଥାଏ, ଏହା ପରେ ସେ ଦିନସାରା ଭକ୍ତିରେ ଲୀନ ରୁହନ୍ତି ।ଏହା ପରେ ହିଁ ଗୁରୁ ତାଙ୍କୁ ନାଗା ସାଧୁ ହେବାକୁ ଅନୁମତି ଦିଅନ୍ତି ।

ଥରେ ଗୁରୁ ଅନୁଭବ କଲେ ଯେ ସେ ବର୍ତ୍ତମାନ ନାଗା ସାଧୁ ହେବାକୁ ସକ୍ଷମ, ତା’ପରେ ତାଙ୍କର ଅତୀତ ଜୀବନ ବିଷୟରେ ପଚରାଯାଏ । ସେ ଭଗବାନଙ୍କ ପ୍ରତି କେତେ ଉତ୍ସର୍ଗୀକୃତ ତାହା ପରୀକ୍ଷା କରାଯାଏ । ଏହା ପରେ ମହିଳା ନାଗା ସାଧୁ ଜୀବିତ ଥିବାବେଳେ ନିଜର ପିଣ୍ଡ ଦାନ କରିବାକୁ ପଡିଥାଏ । ଅତୀତ ଜୀବନକୁ ସମ୍ପୂର୍ଣ୍ଣ ଭୁଲିଯିବାକୁ ପଡ଼ିଥାଏ । ଏହା ପରେ ସେମାନଙ୍କ ମୁଣ୍ଡନ କରାଯାଏ । ପରେ ସ୍ନାନ ପରେ ସେମାନଙ୍କୁ ମହିଳା ନାଗା ସାଧୁ ଭାବେ ତିଆରି କରିବାର ପ୍ରକ୍ରିୟା ଆରମ୍ଭ ହୁଏ । ମହିଳା ନାଗା ସାଧୁ କେବଳ ଗୋଟିଏ କପଡା ପିନ୍ଧନ୍ତି ଯାହା ସିଲେଇ ହୋଇ ନଥାଏ । ସେମାନେ ସବୁବେଳେ ତିଲକକୁ ନିଜ କପାଳରେ ଲଗାଇ ରଖନ୍ତି ।

ଅଧିକ ପଢ଼ନ୍ତୁ:-ପେନସନଭୋଗୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର; ଏଣିକି ମିଳିବ ୫୦ ପ୍ରତିଶତ ଅଧିକ ପେନସନ, ସରକାର ଜାରି କଲେ ଆଦେଶ!

ଅଧିକ ପଢ଼ନ୍ତୁ:-ଚିକେନକୁ ରୋଷେଇ କରିବା ପୂର୍ବରୁ ଧୋଉଛନ୍ତି କି ଆପଣ? ଯଦି ହଁ, ତେବେ ଏବେଠୁ ହୋଇଯାଆନ୍ତୁ ସାବଧାନ

ଅଧିକ ପଢ଼ନ୍ତୁ:-ଆତ୍ମସମର୍ପଣ କରିବେ ଜେଲେନସ୍କି, ବାଇଡେନଙ୍କଠୁ ମିଳିସାରିଛି ମଞ୍ଜୁରୀ!

 

ମହିଳା ନାଗା ସାଧୁଙ୍କୁ ନାଗିନ୍, ଅବଧୁତାନୀ ଭାବରେ ସମ୍ବୋଧିତ କରାଯାଏ । ଏହା ବ୍ୟତୀତ ଅନ୍ୟ ସାଧ୍ୱୀମାନେ ତାଙ୍କୁ ମା' ବୋଲି ଡାକନ୍ତି । ମହିଳା ନାଗା ସାଧୁ ସଂପୂର୍ଣ୍ଣ ଭାବରେ ଶିବଙ୍କ ପାଇଁ ଉତ୍ସର୍ଗୀକୃତ । ଜାଗ୍ରତ ହେବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ସେମାନେ ଭଗବାନଙ୍କ ଭକ୍ତିରେ ଲୀନ ରୁହନ୍ତି । ୧୩ ଅଖଡ଼ା ମଧ୍ୟରୁ ଜୁନା ଅଖଡା ସାଧୁଙ୍କର ସବୁଠାରୁ ବଡ଼ ଅଖଡା । ଜୁନା ଅଖଡ଼ାରେ ମହିଳାଙ୍କର ମାଇ ବଡ଼ା ଅଖରା ମଧ୍ୟ ସାମିଲ କରିନିଆଯାଇଛି । ମହିଳାମାନଙ୍କର ଏହି ଅଖଡା ବ୍ୟତୀତ, ଅନ୍ୟ ଅଖଡ଼ାରେ ଅନେକ ମହିଳା ସାଧୁ ଅଛନ୍ତି, ଯେଉଁମାନେ ବିଭିନ୍ନ ଅଖଡା ସହିତ ଜଡିତ ଏବଂ ନାଗ ସମେତ ଅନେକ ଭିନ୍ନ ଆଖ୍ୟାରେ ସମ୍ମାନିତ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)