Medicine In Hot Water: ଗରମ ପାଣି ସହ ଔଷଧ ସେବନ କରିବା ଉଚିତ୍ କି ନୁହେଁ? ରିସର୍ଚ୍ଚରୁ ମିଳିଲା ଏଭଳି ତଥ୍ୟ
Advertisement
Article Detail0/zeeodisha/odisha1594666

Medicine In Hot Water: ଗରମ ପାଣି ସହ ଔଷଧ ସେବନ କରିବା ଉଚିତ୍ କି ନୁହେଁ? ରିସର୍ଚ୍ଚରୁ ମିଳିଲା ଏଭଳି ତଥ୍ୟ

Medicine In Hot Water: ଗରମ ପାଣିର (Hot Water) ଉପକାରିତା ବିଷୟରେ ଆମେ ସମସ୍ତ ଉଣା ଅଧିକେ ନିଶ୍ଚୟ ଜାଣିଥିବେ । ଆମ ଶରୀରର ପାଇଁ ଗରମ ପାଣି (Hot Water ) ଲାଭଦାୟକ ହୋଇଥାଏ । ଗରମ ପାଣି ପିଇବା ଦ୍ୱାରା ଆମ ଶରୀରରେ ଥିବା ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ଗରମ ପାଣି ପିଇବା ଦ୍ଵାରା ((Hot Water benefits) )ଶରୀରରେ ଥିବା ସବୁ ବ୍ୟାକ୍ଟେରିଆ ବାହାରକୁ ବାହାରି ଯାଏ ଏବଂ ଶରୀରର ଥିବା ଚର୍ବି ମଧ୍ୟ କମି ଯାଏ ଯାହା ଦ୍ୱାରା ମଣିଷ ଫିଟ ଅନୁଭବ କରିଥାଉ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Medicine In Hot Water: ଗରମ ପାଣିର (Hot Water) ଉପକାରିତା ବିଷୟରେ ଆମେ ସମସ୍ତ ଉଣା ଅଧିକେ ନିଶ୍ଚୟ ଜାଣିଥିବେ । ଆମ ଶରୀରର ପାଇଁ ଗରମ ପାଣି (Hot Water ) ଲାଭଦାୟକ ହୋଇଥାଏ । ଗରମ ପାଣି ପିଇବା ଦ୍ୱାରା ଆମ ଶରୀରରେ ଥିବା ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ଗରମ ପାଣି ପିଇବା ଦ୍ଵାରା ((Hot Water benefits) )ଶରୀରରେ ଥିବା ସବୁ ବ୍ୟାକ୍ଟେରିଆ ବାହାରକୁ ବାହାରି ଯାଏ ଏବଂ ଶରୀରର ଥିବା ଚର୍ବି ମଧ୍ୟ କମି ଯାଏ ଯାହା ଦ୍ୱାରା ମଣିଷ ଫିଟ ଅନୁଭବ କରିଥାଉ ।  ତେବେ, ଏକଥା ଆମେ କହୁନୁ , ଗବେଷଣରୁ(research) ଜଣାପଡିଛି ଯେ, ଗରମପାଣି (Hot Water)ଶରୀର ପାଇଁ କେତେ  ହିତକର । ଅନ୍ୟ ପକ୍ଷରେ ଆପଣ ନିଶ୍ଚୟ ଦେଖିଥିବେ ଯେ, ଅଧିକାଂଶ ଲୋକେ ଔଷଧ(Medicine In Hot Water)  ସେବନ ବେଳେ ଥଣ୍ତା ପାଣି ବଦଳରେ ଗରମପାଣି(Hot Water benefits)  ପିଇଥାନ୍ତି । ତେବେ, ଏହା ଶରୀରର ପାଇଁ ଖୁବ ହିତକର ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି । 

ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ,ଅଧିକାଂଶ ଲୋକେ ଔଷଧ ସେବନ ସମୟରେ ଥଣ୍ତା ପାଣି ପିଇଥାନ୍ତି । ସଠିକ୍ ସମୟରେ ଔଷଧ ସେବନ କଲେ ମଧ୍ୟ ରୋଗ ଭଲ ହୋଇନ ଥାଏ। ଏହାର କାରଣ ହେଉଛି ଥଣ୍ତା ପାଣି  । ଯଦି ଥଣ୍ଡା ପାଣି ବଦଳରେ ଆମେ ଗରମ ପାଣିରେ ଔଷଧ ସେବନ କରିବା ,ତେବେ,ଡାକ୍ତରଙ୍କ ଔଷଧ ଠିକ୍ ଭାବେ କାମ କରିବ ବୋଲି କହିଛନ୍ତି ରିସର୍ଚ୍ଚ କରୁଥିବା ବିଶେଷଜ୍ଞ । ତେବେ,ଆସନ୍ତୁ ଜାଣିବା ଗରମ ପାଣିରେ ଔଷଧ ସେବନର ଲାଭ ବିଷୟରେ…

Also Read : Pintu Nanda Last Rites: ବାସଭବନରେ ଚାଲିଛି ଅନ୍ତିମ ଦର୍ଶନ, ସ୍ବର୍ଗଦ୍ବାରରେ ହେବ ପିଣ୍ଟୁ ନନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ

Also Read : Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ୧୭ ଜଣଙ୍କ ମୃତ୍ୟୁ ସହ ୨୦ ଆହତ

ଔଷଧ ସହିତ ଗରମ ପାଣି ପିଇବା ଅଧିକ ପ୍ରଭାବଶାଳୀ :

ବର୍ତ୍ତମାନ ପାଗ ପରିବର୍ତ୍ତନ ହେଉଥିବାରୁ  ଅଧିକାଂଶ ଲୋକ ଅସୁସ୍ଥ ହୋଇପଡନ୍ତି, ଯାହା ଆମର ଦ୍ବାରା ଦୌନନ୍ଦିନ କାର୍ଯ୍ୟକୁ ସିଧାସଳଖ ପ୍ରଭାବିତ କରିଥାଏ। ଏପରି ପରିସ୍ଥିତିରେ, ଆମେ ଚାହୁଁ ଔଷଧ ସେବନ ଦ୍ବାରା ଏହା ଆମକୁ ସୁସ୍ଥ କରାଇବ । କିନ୍ତୁ ଭାଇରାଲ ଜ୍ବରରୁ ମୁକ୍ତି ପାଇବା ଏତେ ସହଜ ନୁହେଁ,(Journal Pharmaceutical Research) ଜର୍ନାଲ୍ ଫାର୍ମାସ୍ୟୁଟିକାଲ୍ ରିସର୍ଚ୍ଚ ଦ୍ବାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଉଷୁମ ପାଣିରେ ଔଷଧକୁ ମିଶ୍ରଣ କରି ସେବନ କରିବା ଦ୍ବାରା ଥଣ୍ଡା ଏବଂ ଜ୍ୱରରୁ ଖୁବଶିଘ୍ର ମୁକ୍ତି ମିଳିଥାଏ ।  ଏହା ଶରୀରରେ ଔଷଧର ପ୍ରଭାବ ବଢାଇବାରେ କାମ କରେ। ଯେଉଁଥିପାଇଁ ଆମେ  ଖାସ୍ କରି ଥଣ୍ତା ଓ ଜ୍ବରରୁ ସୁସ୍ଥ ହୋଇଥାଉ । 

ଏକ ଘଣ୍ଟା ମଧ୍ୟରେ ଆପଣ ହୋଇପାରିବେ ସୁସ୍ଥ :
କୌଣସି ଔଷଧ ସେବନ ପରେ ଶରୀରରେ ତାର ପ୍ରଭାବ ୪ରୁ ୫ ଘଣ୍ଟା ମଧ୍ୟରେ ଦେଖାଇଥାଏ । ଅନ୍ୟ ପଟେ, ଯଦି ଔଷଧକୁ ଗରମ ପାଣିରେ ମିଶ୍ରଣ ପରେ ସେବନ କରାଯାଏ, ତେବେ ଏହା ଖୁବ୍ ଶୀଘ୍ର ଶରୀରରେ କାମ କରେ ବୋଲି ରିସର୍ଚ୍ଚରୁ ଜଣାପଡିଛି । ଏହାକୁ ପ୍ରମାଣ କରିବା ପାଇଁ ଏକ ଅଧ୍ୟୟନ କରାଯାଇଛି । ଏହି ଅଧ୍ୟୟନରେ, ପାରାସିଟାମୋଲକୁ ବିଭିନ୍ନ ଉପାୟରେ ଦେଖାଯାଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ,ଔଷଧକୁ ଥଣ୍ଡା ପାଣିରେ ସେବନ କରିବା ପରିବର୍ତ୍ତେ ଯଦି ଏହା ଗରମ ପାଣିରେ ମିଶ୍ରଣ କରାଯାଇ ସେବନ କରାଯାଏ, ତେବେ ଏହା ଶରୀରରେ ଖୁବଶିଘ୍ର କାମ କରେ । ଏପରି ପରିସ୍ଥିତିରେ ଶରୀର ଏହା  ଏକ ଘଣ୍ଟା ପରେ  କାମ କରିବା ଆରମ୍ଭ କରେ ।

(ପ୍ରତ୍ୟାଖ୍ୟାନ: ସଂପୃକ୍ତ ପ୍ରବନ୍ଧଟି ପାଠକଙ୍କ ସୂଚନା ଓ ସଚେତନତା ପାଇଁ । ଜି ଓଡ଼ିଶା ନ୍ୟୁଜ୍ ଏପରି ଦାବିକୁ ନିଶ୍ଚିତ କରେ ନାହିଁ । ଏହାକୁ ଗ୍ରହଣ କରିବା ପୂର୍ବରୁ ଏହି ବିଷୟରେ ଡାକ୍ତରୀ ପରାମର୍ଶ ନେବାକୁ ଆମେ ନମ୍ରତାର ସହିତ ଅନୁରୋଧ କରୁଛୁ । ଆମର ଉଦ୍ଦେଶ୍ୟ କେବଳ ଆପଣଙ୍କୁ ସୂଚନା ପ୍ରଦାନ କରିବା ।)