IPL 2020: ଆଜି ମୁମ୍ବାଇ-ହାଇଦ୍ରାବାଦ, ପଞ୍ଜାବ-ଚେନ୍ନାଇ ମୁକାବିଲା
Advertisement

IPL 2020: ଆଜି ମୁମ୍ବାଇ-ହାଇଦ୍ରାବାଦ, ପଞ୍ଜାବ-ଚେନ୍ନାଇ ମୁକାବିଲା

ଆଜି ପୁଣି ଆଇପିଏଲରେ ଦର୍ଶକ ଦେଖିବେ ୨ଟି ହାଇଭୋଲ୍ଟେଜ ମ୍ୟାଚ । ଦିନ ସାଢେ ୩ଟାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ, ସନ୍ଧ୍ୟା ସାଢେ  ୭ଟାରେ ୨ଟି କିଙ୍ଗ୍ସ ମଧ୍ୟରେ ହେବ ଟକ୍କର ।

IPL 2020: ଆଜି ମୁମ୍ବାଇ-ହାଇଦ୍ରାବାଦ, ପଞ୍ଜାବ-ଚେନ୍ନାଇ ମୁକାବିଲା

ନୂଆଦିଲ୍ଲୀ: ଆଜି ବି ଆଇପିଏଲରେ ଖେଳାଯିବ ଡବଲ ମ୍ୟାଚ । ପ୍ରଥମ ମ୍ୟାଚ ମୁମ୍ବାଇ-ହାଇଦ୍ରାବାଦ ଓ ଦ୍ୱିତୀୟ ମ୍ୟାଚ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଆଜିର ମ୍ୟାଚ ସମସ୍ତ ୪ଟି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ । ତେବେ ଚେନ୍ନାଇ ପାଇଁ କ୍ୟାପଟନ ଧୋନୀଙ୍କ ରଣନୀତି ବଦଳିପାରେ ବୋଲି ଆଶା କରାଯାଉଛି ।

ସାରଜାହ କ୍ରିକେଟ ଷ୍ଟାଡିୟମରେ ମୁମ୍ବାଇ-ହାଇଦ୍ରାବାଦ ମୁହାଁମୁହିଁ ହେବେ । ହାଇଦ୍ରାବାଦ ପାଇଁ ଟେନସନ ବଢାଇଛି ଏହି ଷ୍ଟାଡିୟମର ଛୋଟ ଆକାର । କାରଣ ହାଇଦ୍ରାବାଦ ପାଖରେ ଆବଶ୍ୟକ ସଂଖ୍ୟକ ବୋଲର ନାହାନ୍ତି । ଗତ ଦିନରେ ଟିମର ପ୍ରଦର୍ଶନ ବି ସେତେବା ଭଲ ନୁହେଁ। ତେବେ ଏହା ୱାର୍ଣ୍ଣରଙ୍କ ପାଇଁ ଏକ ଚ୍ୟାଲେଞ୍ଜିଂ ମ୍ୟାଚ ହେବ ।

ସେପଟେ ମୁମ୍ବାଇର ଅବସ୍ଥା ବି ସମାନ । ଆହତ କାରଣରୁ ସାମ୍ଭାବ୍ୟ ଏକାଦଶରୁ ବାଦ ପଡିଛନ୍ତି ପେସ ବୋଲର ନାଥନ କଲଟର । ତାଙ୍କ ସ୍ଥାନରେ ସାମିଲ ହୋଇଛନ୍ତି ଜେମ୍ସ ପାଟ୍ଟିସନ । ସେପଟେ ପୋଲାର୍ଡଙ୍କ ପ୍ରଦର୍ଶନ ସେତେଟା ସନ୍ତୋଷ ଜନକ ନୁହେଁ । ଦଳ ତାର ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ କରିବାକୁ ଚାହୁଁ ନଥିଲା ବେଳେ ପରିସ୍ଥିତିରେ ପଡି ପ୍ଲେୟାର ରିପ୍ଲେସ କରିବାକୁ ପଡିଛି ।

ଦୁବାଇରେ ଆୟୋଜିତ ହେବ ଆଇପିଏଲର ୧୮ତମ ମ୍ୟାଚ । ମୁହାଁମୁହିଁ ହେବେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ଚେନ୍ନାଇ ସୁପର କିଙ୍ଗ୍ସ । ବିଜୟ ପାଇଁ ପଞ୍ଜାବର ପୂର୍ବପ୍ରସ୍ତୁତି ସରିଛି । ଡେଥ ଓଭର ସ୍ପେସିଆଲିଷ୍ଟ ଓ ମିଡିଲ ଅର୍ଡର ବ୍ୟାଟମ୍ୟାନକୁ ଗରୁତ୍ୱ ଦିଆଯାଇଛି । ସେପଟେ ପଞ୍ଜାବ ବିପକ୍ଷରେ ଚେନ୍ନାଇର ୧୨-୯ ହେଡ ଟୁ ହେଡ୍ ଆଡଭାନଟେଜ ରହିଛି ।

ବିଶେଷ କରି ପଞ୍ଜାବ ବିପକ୍ଷରେ ଖିଳିବାକୁ ଧୋନୀ ଭଲ ପାଆନ୍ତି । ସେ ୨୧ଟି ଇଂନିଙ୍ଗ୍ସରେ ୫୯୫ ରନ ବି କରିଛନ୍ତି। ଯେଉଁଥିରେ ହିଟ୍ ରେଟ ରହିଛି ପ୍ରାୟ ୧୫୬ ।