ଆଜି ହିଁ କିଣନ୍ତୁ ସୁନା-ରୁପା, ବଦଳିଲା ଏହି ନିୟମ
Advertisement

ଆଜି ହିଁ କିଣନ୍ତୁ ସୁନା-ରୁପା, ବଦଳିଲା ଏହି ନିୟମ

୨୦୨୦ ଡିସେମ୍ବର ୨୨ ବିଜ୍ଞପ୍ତିକୁ ସ୍ପଷ୍ଟ କରି କେନ୍ଦ୍ର ରାଜସ୍ୱ ବିଭାଗ (Revenue Dept) କହିଛି ଯେ, ଦେଶରେ ବିନା KYCରେ ଅଳଙ୍କାର (jewellery) ଏବଂ ମୂଲ୍ୟବାନ ରତ୍ନ (precious gems) ପଥର କିଣିବା ବେଆଇନ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଏଣିକି ଆଉ ସୁନା, ରୂପା କିମ୍ବା ମୂଲ୍ୟବାନ ରତ୍ନ ପଥରର ନଗଦ କ୍ରୟ ପାଇଁ କୌଣସି ନୂତନ KYC ବାଧ୍ୟତାମୂଳକ ନାହିଁ। କେବଳ ଉଚ୍ଚ ମୂଲ୍ୟର ନଗଦ କାରବାରରେ ଆୟକର ପ୍ୟାନ କିମ୍ବା ବାୟୋମେଟ୍ରିକ୍ ଆଇଡି ଆଧାର ଭଳି ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡିବ। ତେବେ ଏହା ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ପାଇଁ ଆବଶ୍ୟକ ବୋଲି ଶନିବାର ଅର୍ଥ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ।

୨୦୨୦ ଡିସେମ୍ବର ୨୨ ବିଜ୍ଞପ୍ତିକୁ ସ୍ପଷ୍ଟ କରି କେନ୍ଦ୍ର ରାଜସ୍ୱ ବିଭାଗ (Revenue Dept) କହିଛି ଯେ, ଦେଶରେ ବିନା KYCରେ ଅଳଙ୍କାର (jewellery) ଏବଂ ମୂଲ୍ୟବାନ ରତ୍ନ (precious gems) ପଥର କିଣିବା ବେଆଇନ। ତେବେ ଏହା କେବଳ ୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କାରବାର କ୍ଷେତ୍ରରେ ଲାଗୁ ହେବ। ଏହି ନିୟମ PML Act, ୨୦୦୨ ଅଧିନସ୍ଥ।  ଯାହା ସେହିବର୍ଷ ଡିସେମ୍ବର ୨୮ରୁ ଲାଗୁ ହୋଇଛି

Also Read: ଖସିଲା ସୁନା-ରୁପା ମୂଲ୍ୟ, ଜାଣନ୍ତୁ ଆଜିର ରେଟ୍

ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ୧୦ ଲକ୍ଷ ଠାରୁ ଅଧିକ ମୂଲ୍ୟର ସୁନା (Gold) , ରୂପା (silver), ଅଳଙ୍କାର ବା ମୂଲ୍ୟବାନ ପଥର କିଣୁଥିବା ବ୍ୟକ୍ତି କିମ୍ବା ସଂସ୍ଥା KYC ଡକ୍ୟୁମେଣ୍ଟ ଦେବା ଆବଶ୍ୟକ। ମନି ଲଣ୍ଡରିଂ (money laundering) ଓ ଟେରର ଫଣ୍ଡିଂ (terror funding) ରୋକିବା ପାଇଁ FATF ଏଭଳି ନିଷ୍ପତ୍ତି ନେଇଥିବା ରାଜସ୍ୱ ବିଭାଗ କହିଛି। ବୋଲି ସେମାନେ କହିଛନ୍ତି। ସେପଟେ ନଗଦ (Liquidity) କାରବାର ସ୍ୱଭାବିକ କରିବା ଉପରେ ରିଜର୍ଭ ବ୍ୟାଙ୍କ ଗୁରୁତ୍ୱ ଦେଉଛି।