Advertisement
Photo Details/zeeodisha/odisha2385132
photoDetails0hindi

୨୪ ବର୍ଷ ପରେ ମହାତ୍ମା ଗାନ୍ଧୀ ମାର୍ଗରେ ଦିଶିଲେନି ନବୀନ, ନିଜ ବାସଭବନରେ ପାଳିଲେ ସ୍ୱାଧୀନତା ଦିବସ

ଭୁବନେଶ୍ୱରସ୍ଥିତ ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ରାଜ୍ୟସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳନ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଉତ୍ତୋଳନ କରିଛନ୍ତି। 

1/5

ଆଜି ରାଜ୍ୟ ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କାର୍ଯ୍ୟକାଳରେ ପ୍ରାୟ ୨୪ ଥର ମହାତ୍ମାଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି। 

 

2/5

କିନ୍ତୁ ଆଜି ନବୀନ ନିବାସ ପତାକା ଉତ୍ତୋଳନ କରିବା ସହିତ ସ୍ୱାଧୀନତା ଦିବସ ପାଳିଛନ୍ତି ନବୀନ। 

3/5

ପ୍ରାତଃ କାଳରେ ପୂର୍ବ ଯୋଜନା ମୁତାବକ ନବୀନ ନିବାସରେ ପତାକା ଉତ୍ତୋଳନ କରିଥିଲେ ନବୀନ ପଟ୍ଟନାୟକ। 

4/5

ଏହା ସହିତ କୁନି କୁନି ଅତିଥି ଭାବେ ଯୋଗଦେଇଥିବା କିଛି ସ୍କୁଲ ପିଲାଙ୍କୁ ମିଷ୍ଟାନ ଓ ବିସ୍କୁଟ ବଣ୍ଟନ କରିଥିଲେ। 

5/5

ସେପଟେ ଆଜି ମହାତ୍ମା ଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଉତ୍ତୋଳନ କରିଛନ୍ତି।