Advertisement
Photo Details/zeeodisha/odisha2342696
photoDetails0hindi

Career Horoscope Today: କର୍ମକ୍ଷେତ୍ରରେ ଏହି ରାଶିଙ୍କ ପାଇଁ ମଙ୍ଗଳମୟ ରହିବ ଆଜିର ଦିନ, ନୂଆ ବ୍ୟବସାୟ ଆରମ୍ଭ କରିବାରେ ହେବେ ସଫଳ!

Career Horoscope Today: ଆଜି ଜୁଲାଇ ୧୯ ଶୁକ୍ରବାର। ଇନ୍ଦ୍ର ଯୋଗ ଓ ମହାଲକ୍ଷ୍ମୀଙ୍କ ସମକକ୍ଷ କୃପାରୁ ତୁଳା, କୁମ୍ଭ ସମେତ ୫ ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ରହିବ। ବିଶେଷ କରି, ବ୍ୟବସାୟୀମାନେ କୌଣସି ସ୍ଥାନରେ ଅଟକିଥିବା ଟଙ୍କା ସେମାନଙ୍କୁ ପ୍ରାପ୍ତ ହେବ। ସେହିପରି ଚାକିରିଆମାନଙ୍କୁ ଆଜି କ୍ୟାରିୟରେ ସମ୍ପର୍କିତ କୌଣସି ଖୁସି ଖବର ମିଳିପାରେ। ତେବେ, ଆସନ୍ତୁ ଜାଣିବା କର୍ମକ୍ଷେତ୍ରରେ ଆଜି କେଉଁ ରାଶିଙ୍କ ପାଇଁ କେମିତି କଟିବ ଦିନ?

1/12

ମେଷ: କର୍ମକ୍ଷେତ୍ରରେ ଏହି ରାଶିଙ୍କ ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଅପ୍ରୀତିକର ରହିବ। କାର୍ଯ୍ୟ ଆରମ୍ଭରୁ କର୍ମକ୍ଷେତ୍ରରେ ଟେନସନ୍ ରେ ରହିବେ। ହେବାକୁ ଥିବା ପଦୋନ୍ନତି କୌଣସି କାରଣ ପାଇଁ ଅଟକିପାରେ। ଆୟ ଠାରୁ ବ୍ୟୟ ଅଧିକ ରହିବ। ବ୍ୟବସାୟୀମାନେ ଆଜି କୌଣସି ପ୍ରକାର ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ସନ୍ଧ୍ୟା ସମୟରେ କୌଣସି ଏକ ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରେମୀ ମାନଙ୍କ ପାଇଁ ମଧ୍ୟ ଦିନଟି ଏତେ ଖାସ୍ ରହିବ ନାହିଁ। 

2/12

ବୃଷ: ବୃଷ ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ସତର୍କତାର ସହ ଚଳିବାକୁ ପଡିବ। ବ୍ୟବସାୟୀମାନେ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। କର୍ମକ୍ଷେତ୍ରରେ ଶତ୍ରୃଙ୍କ ସଂଖ୍ୟା ବୃଦ୍ଧି ପାଇବ। କାର୍ଯ୍ୟାଳୟରେ (ଅଫିସ)ରେ ସହକର୍ମୀଙ୍କ ସହ କୌଣସି କଥାକୁ ନେଇ ବିବାଦ ଦେଖାଦେଇପାରେ। ବିବାଦ ଏତେ ବଡ଼ ହୋଇଯିବ ଯେ, କୋର୍ଟ କଚେରୀ ପର୍ଯ୍ୟନ୍ତ ମାମଲା ଯାଇପାରେ। ତେଣୁ, ଆଜି ନିଜ ସହକର୍ମୀଙ୍କ ସହ ଦେଖିଚାହିଁ କଥା ହୁଅନ୍ତୁ। ସନ୍ଧ୍ୟା ସମୟରେ କୌଣସି ଏକ ପାର୍ଟିରେ ଯୋଗ ଦେଇପାରନ୍ତି। ଅବିବାହିତ ମାନେ ନିଜ ସାଥୀଙ୍କ ସହ ଡେଟ୍ ରେ ଯାଇପାରନ୍ତି। କିନ୍ତୁ ଦୂରଯାତ୍ରା ବେଳେ ସତର୍କତା ଅବଲମ୍ବନ କରିବା ଜରୁରୀ। 

3/12

ମିଥୁନ: ଏହି ରାଶିର ଲୋକଙ୍କ ପାଇଁ ଦିନଟି ବେଶ୍ ଅନୁକୂଳ ରହିବ। ପ୍ରତ୍ୟକ କ୍ଷେତ୍ରରେ ଆଜି ସଫଳତା ପାଇବେ। ବ୍ୟବସାୟୀମାନେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସକ୍ଷମ ହେବେ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି।  ଆଣିଥିବା ଋଣକୁ ପରିଶୋଧ କରିବାକୁ ସକ୍ଷମ ହେବେ। ନିଜ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ। ନିଜ ସନ୍ତାନ ମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। ଘରର ବାସ୍ତୁ ଉପରେ ଅଧିକ ଟଙ୍କା ଖର୍ଚ୍ଚ କରିବାର ସମ୍ଭାବନା ରହିଛି। ମଉଜମଜଲିସ୍ ରେ ଦିନଟି କଟିବ ଯଦି ଆପଣ ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରେଇ ରହିବେ। 

4/12

କର୍କଟ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଶୁଭ ରହିବ। ବ୍ୟବସାୟୀମାନେ ବ୍ୟବସାୟରେ ଦ୍ବି-ଗୁଣିତ ଲାଭ ପାଇବେ। କର୍ମକ୍ଷେତ୍ରରେ ମାହୋଲ ଭଲ ରହିବ। ପ୍ରତ୍ୟକ କାର୍ଯ୍ୟରେ ସହକର୍ମୀଙ୍କ ସହଯୋଗ ପାଇବେ। ଆଜି କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରିପାରନ୍ତି।  ଶୁଭକାର୍ଯ୍ୟରେ କୌଣସି ଖର୍ଚ୍ଚ ହୋଇପାରେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଆକସ୍ମିକ ଧନଲାଭର ଯୋଗ ରହିଛି। ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିବ।  

5/12

ସିଂହ: ସିଂହ ରାଶିର ଲୋକଙ୍କ ପାଇଁ ଆଜିର ଦିନ ମଙ୍ଗଳମୟ ରହିବ। ଦିର୍ଘ ଦିନର ଆଶା ପୂରଣ ହେବ। ବ୍ୟବସାୟୀଙ୍କର ଦୂରଯାତ୍ରା ସଫଳ ହେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ । ନିଜ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ। କୋର୍ଟ କଚେରିରେ ଚାଲିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯାଇପାରେ। ରାତିରେ କୌଣସି ପ୍ରକାର ଏକ ଖୁସି ଖବର ପାଇ ପାରନ୍ତି। ଅତିଥିଙ୍କ ଆଗମନ ହେତୁ ଗୃହରେ ଖର୍ଚ୍ଚ ବୃଦ୍ଧି ହୋଇପାରେ। 

6/12

କନ୍ୟା: ଦିନଟି ମଉଜ ମଜଲିସ୍ ରେ କାଟିବେ କନ୍ୟାରାଶିର ଲୋକେ। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ କରିପାରନ୍ତି। ଆୟ ଅଧିକ ରହିବ। ଜମି- କିମ୍ବା ଗାଡି଼ କିଣିପାରନ୍ତି। ଟଙ୍କା ସଞ୍ଚୟ କରିବାରେ ସମର୍ଥ ହେବେ। ଟଙ୍କା ଅଭାବରୁ ଘରେ ବିବାଦ ଦେଖାଦେବ। ସରକାରୀ କର୍ମଚାରୀମାନେ ପଦୋନ୍ନତି ନେଇ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି । ଏବଂ ଟ୍ରାନ୍ସଫର ହେବାର ଖବର ବି ମିଳିପାରେ।

 

7/12

ତୁଳା: ତୁଳା ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ରହିବ। ବ୍ୟବସାୟୀମାନେ ବିଦେଶ ଯାତ୍ରା କରିପାରନ୍ତି। ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡ଼ିତ ଥିବା ଲୋକେ ଶୁଭଫଳ ପାଇବେ। ବ୍ୟବସାୟର ଲାଭ ଭଲ ହେବ। ପ୍ରତିଯୋଗିତ ମୂଳକ ପରୀକ୍ଷା ଦେଉଥିବା ଆଶାୟୀ ଭଲ ରେଜଲ୍ଟ କରିବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ନବଦମ୍ପତ୍ତି  ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି । ଏବଂ ସାଥୀଙ୍କ ଠାରୁ ଉପହାର ମିଳିବାର ସମ୍ଭାବନା ରହିଛି। ଆୟ- ବ୍ୟୟ ସମାନ ରହିବ।

 

8/12

ବିଛା: ଏହି ରାଶିର ଲୋକ ଦିନ ଆରମ୍ଭରୁ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ପ୍ରଶଂସା କରିବେ। ପଦୋନ୍ନତି ସହ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ଖାସ୍ କରି ପେଟ ଜନିତ ସମସ୍ୟା ଦେଖାଦେଇପାରେ। ରିୟଲି-ଇଷ୍ଟେଟ୍ ବ୍ୟବସାୟୀମାନେ ଆଜି ଲାଭରେ ରହିବେ।

 

9/12

ଧନୁ: ଏହି ରାଶିର ଲୋକଙ୍କୁ ସତର୍କ ରହିବାକୁ ପଡି଼ବ। ଅଧା ରହିଥିବା ପ୍ରୋଜେକ୍ଟ କାର୍ଯ୍ୟ ଆଜି ଶେଷ କରିବାରେ ସମର୍ଥ ହେବେ।  କର୍ମକ୍ଷେତ୍ରରେ ପ୍ରତ୍ୟକ କାର୍ଯ୍ୟରେ ସହକର୍ମୀଙ୍କ ସହଯୋଗ ଲୋଢିବେ। ନୂତନ ବ୍ୟବସାୟ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ।  ଯାହା ଆପଣଙ୍କୁ ଭବିଷ୍ୟତରେ ଲାଭ ଦେବ। ନିଜ ଭାଇଭଉଣୀଙ୍କ ଠାରୁ କୌଣସି କାର୍ଯ୍ୟରେ ସମର୍ଥନ ପାଇବେ। ଆତ୍ମ ବିଶ୍ବାସ ବୃଦ୍ଧିପାଇବ। ଅଯଥା ଖର୍ଚ୍ଚ ବଢିବ।

 

10/12

ମକର :  ମକର ରାଶିଙ୍କ ପାଇଁ ଦିନ ଆରମ୍ଭରୁ ବିବାଦ ଦେଖାଦେବ। ପାରିବାରିକ ଅଶାନ୍ତି କାରଣରୁ କାର୍ଯ୍ୟାଳୟରେ ଚାପରେ ରହିବେ।  କର୍ମକ୍ଷେତ୍ରର ଆଳସ୍ୟ ଅନୁଭବ କରିବେ। ସ୍ବାସ୍ଥ୍ୟ ଠିକ୍ ରହିବ ନାହିଁ। ବ୍ୟବସାୟୀମାନେ ନିଜ କାରବାରରେ ଲାଭ ପାଇବେ। ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି । ଆଜି ଆପଣଙ୍କୁ କେହି ପ୍ରେମ ନିବେଦନ କରିପାରେ। 

 

11/12

କୁମ୍ଭ:  ଏହି ରାଶିର ଲୋକେ ଆଜିର ଦିନରେ ମିଶ୍ରିତ ଫଳ ପାଇବେ । ଅଧା ରହିଥିବା କାର୍ଯ୍ୟକୁ ପୂରା କରିବାରେ ସକ୍ଷମ ହେବେ। ସାହିତ୍ୟ, କଳା, ରିସର୍ଚ୍ଚ, ସାମ୍ବାଦିକତା କ୍ଷେତ୍ରରେ ଜଡ଼ିତ ଥିବା ଲୋକେ କୌଣସି ସଭା ସମିତିରେ ସମ୍ମାନୀତ ହୋଇପାରନ୍ତି। ଶତ୍ରୃଙ୍କ ଉପରେ ବିଜୟ ଲାଭ କରିବେ। ଆକସ୍ମିକ ଧନଲାଭର ଯୋଗ ରହିଛି । ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। 

 

12/12

ମୀନ:  କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ କୌଣସି ବଡ଼ ଦାୟିତ୍ବ ମିଳିବ। ଯାହା ଆପଣଙ୍କ ଚାପ ବଢାଇବ। ଅଫିସ୍ ଟୁର୍ କାମରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବଢିବ। ବ୍ୟବସାୟିକ ଦୃଷ୍ଟିକୋଣରୁ ଆଜିର ଦିନ ଅନୁକୂଳ ରହିବ। ଅଯାଥା ବିବାଦରୁ ଦୂରେଇ ରୁହନ୍ତୁ। ଦିନଟି ଭଲରେ କଟିବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)