Advertisement
Photo Details/zeeodisha/odisha2342922
photoDetails0hindi

Gajkesari Rajyog 2024: ଗଜକେଶରୀ ରାଜଯୋଗର ପ୍ରଭାବ, ଆଜିଠୁ ଏହି ୩ ରାଶିର ଚମକିବ ଭାଗ୍ୟ!

Gajkesari Rajyog 2024: ନଅଟି ଗ୍ରହଙ୍କ ମଧ୍ୟରୁ ବୃହସ୍ପତିଙ୍କୁ ସ୍ଥାନ ବେଶ୍ ଗୁରୁତ୍ବପୂର୍ଣ୍ଣ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ  ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ,ସନ୍ତାନ, ଧନ, ଦାନ, ପୂଣ୍ୟ ଏବଂ ବୃଦ୍ଧି ଆଦିର କାରକ ବୋଲି ବିବେଚନା କରାଯାଏ। ବୃହସ୍ପତି ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ପ୍ରାୟ ୧୩ ମାସ ସମୟ ନେଇଥାଆନ୍ତି।  ବୃହସ୍ପତି ବର୍ତ୍ତମାନ କର୍କଟ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ବୁଧଙ୍କ ୧୬ ଜୁଲାଇରେ ଚଳନ କରିଛନ୍ତି। ଗୋଟିଏ ରାଶିରେ ବୃହସ୍ପତି-ଗୁରୁଙ୍କ ଅପୂର୍ବ ମିଳନ ଗଜକେଶରୀ ରାଜଯୋଗ ସୃଷ୍ଟି କରୁଛି। ଏହି ରାଜଯୋଗ ତିନି ରାଶିର ବ୍ୟକ୍ତି ବିଶେଷଙ୍କୁ ବିଶେଷ ଶୁଭଫଳ ପ୍ରଦାନ କରିବା ସହ ଆର୍ଥିକ ସ୍ଥିତି ମଜବୁତ କରିବାରେ ସହାୟକ ହେବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ ଶୁଭଫଳ ପାଇବ...

1/3

କର୍କଟ : ଗଜକେଶରୀ ରାଜଯୋଗ କାରଣରୁ ଏହି ରାଶିର ଲୋକେ ଚଳିତ ମାସ ଶେଷ ବେଳକୁ ଶୁଭଫଳ ପାଇବେ। ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବା ସହ ଧାର୍ମିକ ଯାତ୍ରା କରିପାରନ୍ତି।  ଆୟ ବଢିବା ସହ ନିଯୁକ୍ତି ଅଫର ବି ପାଇପାରନ୍ତି।  ଯଦି ଏହି ସମୟରେ ଆପଣ କୌଣସି ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ତାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ବୃହସ୍ପତି ଆପଣଙ୍କ ରାଶିର ନବମ ଏବଂ ଦ୍ଵାଦଶ ସ୍ଥାନର ଅଧିପତି ଅଟନ୍ତି ଏହାଯୋଗୁଁ ଭାଗ୍ଯ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରିବ । ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ବଢିବ। 

ALSO READ:  Career Horoscope Today: କର୍ମକ୍ଷେତ୍ରରେ ଏହି ରାଶିଙ୍କ ପାଇଁ ମଙ୍ଗଳମୟ ରହିବ ଆଜିର ଦିନ, ନୂଆ ବ୍ୟବସାୟ ଆରମ୍ଭ କରିବାରେ ହେବେ ସଫଳ!

2/3

ସିଂହ: ଏହି ରାଶିଙ୍କ ଭାଗ୍ୟ ବଦଳାଇବ ଗଜକେଶରୀ ରାଜଯୋଗ । ଏହି ରାଜଯୋଗ ପ୍ରଭାବରୁ ବିବାହ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ବୃହସ୍ପତିଙ୍କ ଆର୍ଶୀବାଦରୁ ବୈବାହିକ ଜୀବନରେ ମଧୁରତା ଆସିବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳାଇବେ । ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି । ବିଶେଷ କରି ରାଜନୈତିକ ଲୋକଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି।

3/3

କୁମ୍ଭ : ଗଜକେଶରୀ ରାଜଯୋଗ କାରଣରୁ ଏହି ରାଶିର ଲୋକେ ମାଲେମାଲ୍ ହେବେ। ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । ଜୀବନସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ । ସମ୍ପର୍କରେ ମଧୁରତା ଆସିବ । ଧନ ଓ ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଭ୍ରମଣ ଯୋଗ ରହିଛି । ସନ୍ତାନ ପ୍ରାପ୍ତି ହେବାର ସୁଖ ମଧ୍ୟ ପାଇପାରିବେ । କାର୍ଯ୍ୟାଳୟରେ ପଦୋନ୍ନତିର ସମ୍ଭାବନା ରହିଛି।  ଅବିବାହିତ ଲୋକଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ମଧ୍ୟ ଆସିପାରେ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)