Advertisement
Photo Details/zeeodisha/odisha2383279
photoDetails0hindi

Career Horoscope Today: ଆଜି କର୍ମକ୍ଷେତ୍ରରେ ଶୁଭଫଳ ପାଇବେ ଏହି ୫ ରାଶି, ବ୍ୟବସାୟୀଙ୍କ ପାଇଁ ଦିନଟି ରହିବନି ଖାସ୍!

Career Horoscope Today: ଆଜି ଅଗଷ୍ଟ ୧୪ ତାରିଖ ବୁଧବାର। ପ୍ରଭୁ ଗଣେଷଙ୍କ ଆର୍ଶିବାଦ ଓ ସିର୍ବାର୍ଥ ସିଦ୍ଧି ଯୋଗ ପ୍ରଭାବରୁ  ବୃଷ, କର୍କଟ ସହିତ ୫ ରାଶିଙ୍କ ଭାଗ୍ୟ ଚମକିବ। ବ୍ୟବସାୟରେ ଅଗ୍ରଗତି କରିବା ସହିତ କର୍ମକ୍ଷେତ୍ରରେ ମଧ୍ୟ ଶୁଭଫଳ ପ୍ରାପ୍ତ ହେବ। ତେବେ, ଆସନ୍ତୁ ଜାଣିବା ରାଶିଚକ୍ରରେ ଥିବା ୧୨ଟି ରାଶିଙ୍କ ଦିନ ଆଜି କର୍ମକ୍ଷେତ୍ରରେ କିଭଳି କଟିବ?

1/12

ମେଷ:  ଏ-ହି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଖୁବ୍ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ମାହୋଲ ଭଲ ରହିବ। ନିଜ ସହକର୍ମୀଙ୍କ ଠାରୁ ସମସ୍ତ ପ୍ରକାର ସମର୍ଥନ ପାଇବେ। ଅଧା ରହିଥିବା ପ୍ରୋଜେକ୍ଟ କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ। ସରକାରୀ ଚାକିରି କରୁଥିବା ଲୋକେ ପଦୋନ୍ନତି ସହ ଟ୍ରାନ୍ସଫରର ଖବର ମଧ୍ୟ ପାଇବେ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ। କିନ୍ତୁ ନିଜ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିବେ। 

ALSO READ: Bhadra Rajyog 2024: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବ ଭଦ୍ରା ରାଜଯୋଗ, ରହିଛି ଆକସ୍ମିକ ଧନଲାଭର ଯୋଗ!

ALSO READ: Today Horoscope: ଆଜି ନିଜ କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡି଼ବେ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

2/12

ବୃଷ: ଏ-ହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ରହିବ।  ପରୋପକାରରେ ସମୟ ଅତିବାହିତ କରିବେ। କର୍ମକ୍ଷେତ୍ରରେ ଆପଣଙ୍କୁ କାର୍ଯ୍ୟକୁ ବରିଷ୍ଠ ଅଧିକାରୀଙ୍କ ସହ ସହକର୍ମୀମାନେ ମଧ୍ୟ ପ୍ରଂଶସା କରିବେ।  ଆୟ ବୃଦ୍ଧି ହେବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ସଂନ୍ଧ୍ୟାରେ ଆପଣଙ୍କ ଘରକୁ କେହି ଅତିଥି ଆସିପାରନ୍ତି। ପୁରୁଣା ବନ୍ଧୁଙ୍କ ସହ  ଦେଖାହୋଇପାରେ। ଯାହାକୁ ନେଇ ଆପଣ ଖୁସି ଅନୁଭବ କରିବେ। ଘରେ କିଛି ଶୁଭକାର୍ଯ୍ୟ ଆୟୋଜିତ ହୋଇପାରେ। ବ୍ୟବସାୟୀମାନେ ଦିର୍ଘ ଦିନଧରି ଅଟକି ରହିଥିବା ଟଙ୍କା ପାଇବେ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। 

 

3/12

ମିଥୁନ: ଏହି ରାଶିର ଲୋକେ ଦିନ ଆରମ୍ଭରୁ କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। କର୍ମକ୍ଷେତ୍ରରେ ଚାପ ଅଧିକ ରହିବ। ଯାହାକୁ ଧୌର୍ଯ୍ୟର ସହକାରେ ଶେଷ କରିବେ।  ଅବାନଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବ। ଦିର୍ଘ ଦିନର ଆଶା ପୂରଣ ହେବ। ଗାଡି ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଆଜି କୌଣସି ଦାମୀ ଜିନିଷ କ୍ରୟ କରିପାରନ୍ତି। ବ୍ୟବସାୟୀମାନେ ଆଜି କୌଣସି ରାଜନୈତିକ ପଦସ୍ତ ବଡ଼ ଅଧିକାରୀଙ୍କୁ ଭେଟି ପାରନ୍ତି। ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡ଼ିତ ଲୋକେ ବ୍ୟବସାୟରେ ଲାଭ ପାଇବେ। 

 

4/12

କର୍କଟ:  ଆଜିର ଦିନଟି ବ୍ୟସ୍ତତା ଭିତରେ କଟିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଆପଣଙ୍କ କାର୍ଯ୍ୟକୁ ତାରିଫ୍ କରିବେ। ଅଫିସ୍ ର କୌଣସି କାର୍ଯ୍ୟରେ ଟୁର୍ ଯିବାକୁ ପଡିପାରେ। ଦୂରଯାତ୍ରା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ।  ପାର୍ଟନର ସିପ୍ ରେ ହେଉଥିବା ବ୍ୟବସାୟରୁ ଅଧିକ ଲାଭ ମିଳିବ। କୌଣସି ବଡ଼ ଡିଲ୍ ଆଜି ଫାଇନାଲ୍ ହୋଇପାରେ। ବ୍ୟବସାୟୀ ମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ବ୍ୟବସାୟରେ ବାକି ପଡିଥିବା ଟଙ୍କା ପ୍ରାପ୍ତ ହେବ। ବ୍ୟବସାୟ ପାଇଁ କୌଣସି ପ୍ରକାର ବଡ଼ ନିସ୍ପତ୍ତି ନେଇପାରନ୍ତି। ସଂନ୍ଧ୍ୟା ସମୟରେ ନିଜ ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବା ସହ ଆୟ ବଢିବ। 

 

5/12

ସିଂହ: ସିଂହ ରାଶିର ଲୋକେ ଆଜି ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। କର୍ମକ୍ଷେତ୍ରରେ କାମ କମ୍ ରହିବା ଯୋଗୁଁ ନିଜ ସହକର୍ମୀଙ୍କ ସହ ମଉଜମଜଲିସରେ ସମୟ ଅତିବାହିତ କରିବେ।  ସହକର୍ମୀଙ୍କ ସହ କୌଣସି ପାର୍ଟିକୁ ଯାଇପାରନ୍ତି। ବ୍ୟବସାୟୀଙ୍କ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ। ଆଜି ବ୍ୟବସାୟରେ କୌଣସି ପ୍ରକାର ଟଙ୍କା ବିନିଯୋଗ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ଦିର୍ଘ ଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହେବେ। ସନ୍ଧ୍ୟା ସମୟରେ କୌଣସି ପ୍ରକାର ଖୁସି ଖବର ନିଜ ସାଥୀଙ୍କ ଠାରୁ ପାଇପାରନ୍ତି। ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। 

6/12

କନ୍ୟା: କ୍ୟାରିୟର ଦୃଷ୍ଟିକୋଣରୁ ଏହି ରାଶିର ଲୋକଙ୍କ ପାଇଁ ଦିନଟି ଏତେ ଅନୁକୂଳ ରହିବ ନାହିଁ। କର୍ମକ୍ଷେତ୍ରରେ ଛୋଟମୋଟ କଥାକୁ ନେଇ ନିଜ ସହକର୍ମୀଙ୍କ ସହ ବିବାଦ ଦେଖାଦେବ। ଯାହାକୁ ନେଇ ଆଜି ଅଶାନ୍ତି ଓ ଚାପରେ ରହିବେ। ବ୍ୟବସାୟୀମାନେ କୌଣସି  ବାଣିଜ୍ୟ ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡି଼ପାରେ।  ନିଜ ସନ୍ତାନ ମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ଅଜଣା ବ୍ୟକ୍ତିଙ୍କ ଠାରୁ ସାହାର୍ଯ୍ୟ ପାଇବେ। ସୂର୍ଯ୍ୟାସ୍ତ ପରେ ବ୍ୟବସାୟୀମାନେ ଧନଲାଭର ଯୋଗ ରହିଛି। 

 

7/12

ତୁଳା: ତୁଳା ରାଶିର ଲୋକେ ଆଜିର ଦିନରେ ମିଶ୍ରିତ ଫଳ ପାଇବେ। କର୍ମକ୍ଷେତ୍ରରେ ନୂଆ ପ୍ରୋଜେକ୍ଟ କାର୍ଯ୍ୟକୁ ନେଇ ଅଧିକ ଚାପରେ ରହିବେ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଯେଉଁମାନେ ରିୟଲି-ଇଷ୍ଟେଟ୍ ବ୍ୟବସାୟରେ ଜଡ଼ିତ ଅଛନ୍ତି । ସେମାନେ ବ୍ୟବସାୟରେ ଆଜି ଭଲ ଲାଭ ପାଇବେ। ସରକାରଙ୍କ ତରଫରୁ କୌଣସି ନୂତନ ପ୍ରୋଜେକ୍ଟ ପାଇପାରନ୍ତି। ନିଜ ପରିବାର ସଦସ୍ୟଙ୍କ ସହ କୌଣସ ଧାର୍ମିକ କାର୍ଯ୍ୟକ୍ରମରେ ସନ୍ଧ୍ୟାରେ ଯୋଗ ଦେଇପାରନ୍ତି। 

 

8/12

ବିଛା: ଏହି ରାଶିର ଲୋକେ ଆଜିର ଦିନରେ ଲାଭରେ ରହିବ। ଦିନ ଆରମ୍ଭରୁ କ୍ୟାରିୟରକୁ ନେଇ କୌଣସି ଖୁସି ଖବର ପାଇପାରନ୍ତି। ଆଶାୟୀମାନେ କୌଣସି ସ୍ଥାନରୁ ଅଫର ଲେଟର ବା ନିଯୁକ୍ତି ପତ୍ର ପାଇପାରନ୍ତି। ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅକୁକୂଳ ରହିଛି। ଚେଷ୍ଟା ଜାରି ରଖନ୍ତୁ ସଫଳତା ପାଇବେ। କିନ୍ତୁ ବ୍ୟବସାୟୀଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। କୌଣସି ସ୍ଥାନରେ ଟଙ୍କ ବିନିଯୋଗ କରନ୍ତୁ ନାହିଁ। ନଚେତ୍ ଟଙ୍କା ଫସିଯିବାର ସମ୍ଭାବନା ରହିଛି। ସନ୍ଧ୍ୟା ସମୟରେ କୌଣସି ପ୍ରିୟଜନଙ୍କୁ ଭେଟିପାରନ୍ତି। ପ୍ରେମୀମାନଙ୍କ ପାଇଁ ସମୟ ଆଦୌଭଲ ରହିବ ନାହିଁ। ସାଥୀଙ୍କ ସହ କଥାକଟାକଟି ହୋଇପାରେ।   

9/12

ଧନୁ:  ଧନୁ ରାଶିର ଲୋକେ ଆଜିର ଦିନଟିକୁ ଅତି ସତର୍କତା ସହ ଚଳିବାକୁ ପଡିବ।  କର୍ମକ୍ଷେତ୍ରରେ ଅଯଥା ବିବାଦରୁ ଦୂରେଇ ରୁହନ୍ତୁ । ନିଜ କାର୍ଯ୍ୟରେ ଯଥା ସମ୍ଭବ ଧ୍ୟାନ ଦିଅନ୍ତୁ।  କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦ୍ବାରା ଷଡଯନ୍ତ୍ରର ଶୀକାର ହେବାକୁ ପଡିପାରେ। ତେଣୁ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ।  ଆୟ-ବ୍ୟୟ ସମାନ ରହିବ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ପ୍ରତିକୂଳ ରହିବ। ସ୍ବାସ୍ଥ୍ୟ ଭଲ ରହିବ।

10/12

ମକର:  ମକର ରାଶିର ଲୋକଙ୍କ ପାଇଁ ଦିନଟି ଭଲ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତିର ଖବର ଶୁଣିବାକୁ ମିଳିପାରେ। ପେଣ୍ତିଂ କାମକୁ ଶେଷ କରିବାରେ ସମର୍ଥ ହେବେ।  ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ମଜବୁତ୍ ହେବ। ଯେଉଁମାନେ କର୍ପୋରେଟ୍ ସେକ୍ଟରରେ କାମ କରୁଛନ୍ତି । ସେମାନଙ୍କ  ପାଇଁ ସମୟ ଖୁବ୍ ଭଲ ରହିବ। ସନ୍ଧ୍ୟା ସମୟରେ ଅବିବାହିତ ମାନେ ନିଜ ସାଥୀଙ୍କ ସହ ଲଙ୍ଗ୍ ଡ୍ରାଇଭ୍ ରେ ଯାଇପାରନ୍ତି। କିନ୍ତୁ ଗାଡି଼ ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଆୟ ଠାରୁ ବ୍ୟୟ ଅଧିକ ରହିବ।

 

11/12

କୁମ୍ଭ: ଏହି ରାଶିର ଲୋକଙ୍କର ଦିନଟି ବେଶ୍ ମଉଜ ମଜଲିସରେ କଟିବ। କର୍ମକ୍ଷେତ୍ରରେ ସମସ୍ତ କାର୍ଯ୍ୟରେ ସହକର୍ମୀଙ୍କ ସହଯୋଗ କରିବେ।  ନୂଆ ପ୍ରୋଜେକ୍ଟ ମିଳିବ। ଯାହା ଆପଣଙ୍କ କ୍ୟାରିୟର ପାଇଁ ବହୁତ୍ ଭଲ। ଖର୍ଚ୍ଚ ବୃଦ୍ଧି ପାଇବ । ପରିବାର ଲୋକେଙ୍କ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ଚାପରେ ରହିବେ। ଆଜି କୌଣସି ଜମି କିମ୍ବା ଗାଡି଼ କ୍ରୟ କରିପାରନ୍ତି। କୌଣସି କାରଣରୁ  ମନ ଅସ୍ଥିର ରହିବ। 

 

12/12

ମୀନ: ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଖୁବ୍ ମଙ୍ଗଳମୟ ରହିବ।  କର୍ମକ୍ଷେତ୍ର ବ୍ୟସ୍ତତା ଭିତରେ କଟିବ। ଅଫିସ୍ କାର୍ଯ୍ୟରେ କୌଣସି ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ବ୍ୟବସାୟୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ରହିବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅତ୍ୟନ୍ତ ଭଲ ରହିଛି । ନିଜ ଗୁରୁଜନଙ୍କ ପରାମର୍ଶ ନେଇ କୌଣସି ବଡ଼ ନିସ୍ପତ୍ତି ନିଅନ୍ତୁ। ଯାହା ଆପଣଙ୍କ ପାଇଁ ଖୁବ୍ ଭଲ ହେବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)