Advertisement
Photo Details/zeeodisha/odisha1095254
photoDetails0hindi

ଆଜି ସର୍ବାଧିକ ୩ଟି ରାଶିରେ ଘାତବାର, ଆବଶ୍ୟକ ହୋଇପାରେ ମୋଟା ଅଙ୍କର ଅର୍ଥ; ରୁହନ୍ତୁ ସାବଧାନ

Horoscope of February 12: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର...

ମେଷ ରାଶି

1/12
ମେଷ ରାଶି

ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସାର ପାତ୍ର ହେବେ । ଉଚ୍ଚ ଆଶା ଫଳବତୀ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ଚେଷ୍ଟିତ ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ ।

ବୃଷ ରାଶି:

2/12
ବୃଷ ରାଶି:

ଦେହ  ଅସୁସ୍ଥ ରହିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ଦେଖାଦେବ । ସନ୍ତାନଙ୍କ  କାର୍ଯ୍ୟ କଳାପକୁ ନେଇ ଚିନ୍ତିତ ରହିବେ । ଦୂରଯାତ୍ରା କରନ୍ତୁ ନାହିଁ ।

ମିଥୁନ ରାଶି

3/12
ମିଥୁନ ରାଶି

କାର୍ଯ୍ୟରେ ସଫଳତା ମିଳିବ । ଶ୍ରମ ସାର୍ଥକ ହେବ । କୂଳଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପାରିବାରିକ ସ୍ନେହ ରହିବ ।

କର୍କଟ ରାଶି

4/12
କର୍କଟ ରାଶି

କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ସୁସମ୍ବାଦ ପାଇ ଉତ୍‌ଫୁଲିତ ହେବେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଆର୍ଥକ ସ୍ଥିତି ସ୍ୱଚ୍ଛଳ ରହିବ ।  ବିବାଦରେ ବିଜୟୀ ହେବେ ।

ସିଂହ ରାଶି

5/12
ସିଂହ ରାଶି

ଦେହ ଅସୁସ୍ଥ ରହିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ଦେଖାଦେବ । ସନ୍ତାନଙ୍କ  କାର୍ଯ୍ୟ କଳାପକୁ ନେଇ ଚିନ୍ତିତ ରହିବେ । ନିଜର ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେବେ ।

କନ୍ୟା ରାଶି

6/12
କନ୍ୟା ରାଶି

ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଶରୀର ଅସୁସ୍ଥ ରହିବ । ଚିଡିଚିଡା ସ୍ୱଭାବର ହେବେ । ପାରିବାରିକ ଅଶାନ୍ତି ଦେଖାଦେବ । ବ୍ୟବସାୟ ସ୍ୱଳ୍ପଲାଭ ଯୁକ୍ତ ହେବ । ସନ୍ତାନଙ୍କ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ରହିବେ ।

ତୁଳା ରାଶି

7/12
ତୁଳା ରାଶି

ଆଶ୍ରୟ ମିଳିବ । ଉପକୃତ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧା ଭାଜନ ଆଶା କରାଯାଏ ।

ବିଛା ରାଶି

8/12
ବିଛା ରାଶି

ଦେହ ଓ ମନ ଭଲ ରହିବ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହଠାରୁ ନିଜକୁ ଦୂରେଇ ରଖନ୍ତୁ । ବ୍ୟବସାୟ ମଧ୍ୟମ ଧରଣର ହେବ । ପାରିବାରିକ ଜୀବନରେ ଶାନ୍ତି ବଜାୟ ରହିବ ।

ଏହା ବି ପଢ଼ନ୍ତୁ:-ୟୁପି-ଉତ୍ତରାଖଣ୍ଡ ନିର୍ବାଚନ ଫଳାଫଳକୁ ନେଇ ଶିବରାଜ ସିଂ ଚୌହାନ କହିଦେଲେ ଏପରି କିଛି, ପୁରା ଖୁସ୍ ହୋଇଗଲା କଂଗ୍ରେସ; ଦେଖନ୍ତୁ ଭିଡିଓ

ଏହା ବି ପଢ଼ନ୍ତୁ:-ପାନ୍ କାର୍ଡ ୟୁଜର୍ସଙ୍କ ପାଇଁ ଜରୁରୀ ସୂଚନା! ଯଦି ଏପର୍ଯ୍ୟନ୍ତ କରିନାହାଁନ୍ତି ଏହି କାମ ତ ଲାଗିବ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା

ଏହା ବି ପଢ଼ନ୍ତୁ:-ଶାରୀରିକ ସମ୍ପର୍କ ଗଢ଼ିବା ପରେ ପରିସ୍ରା କରିବା କାହିଁକି ହୋଇଥାଏ ଜରୁରୀ? ଏସବୁ ଦିଗ ପ୍ରତି ରଖନ୍ତୁ ବିଶେଷ ଧ୍ୟାନ

ଏହା ବି ପଢ଼ନ୍ତୁ:-ଅଖିଳେଶ ଯାଦବଙ୍କ ବଡ଼ ଘୋଷଣା, କହିଲେ- ଏପରି ଲୋକମାନେ ସମାଜବାଦୀ ପାର୍ଟିଙ୍କୁ ଦିଅନ୍ତୁନି ଭୋଟ୍

ଧନୁ ରାଶି

9/12
ଧନୁ ରାଶି

ପରିସ୍ଥିତି ପ୍ରତି ଉଦାସ ଭାବ ପୋଷଣ କରିପାରନ୍ତି । ଆମୋଦ ପ୍ରମୋଦର ଦିନଟି ଅତିବାହିତ ହେବ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ ହେବା ଆଶା କରାଯାଏ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହୋଇପାରେ ।

ମକର ରାଶି

10/12
ମକର ରାଶି

ଆୟ ପରିମାଣ ବୃଦ୍ଧି ପାଇବ । ବଳବାନ୍ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ସମର କ୍ଷେତ୍ରରେ ବିଜୟୀ ହେବେ । ମାଲିମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ । ଲୋକପ୍ରିୟ ହେବେ । ସମାଜିକ ଗୌରବ ମିଳିବ ।

କୁମ୍ଭ ରାଶି

11/12
କୁମ୍ଭ ରାଶି

ମନସ୍କାମନା ପୂର୍ଣ୍ଣ ହେବ । ଯେକୌଣସି ସୂତ୍ରରୁ ଧନାଗମର ସୂଚନା ମିଳୁଛି । ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ପରଦେଶବାସୀ, ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟା ପ୍ରେମୀ ହେବେ ।

ମୀନ ରାଶି

12/12
ମୀନ ରାଶି

ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ମନ ପ୍ରଶନ୍ନ ରହିବ  । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଅର୍ଥ ଟାଣ-ଟୁଣ ରହିବ । କେବଳ ଭାଗ ବ୍ୟବସାୟରେ ସାମାନ୍ୟ ପରିମାଣର ଲାଭ ମିଳିବ ।