Advertisement
Photo Details/zeeodisha/odisha2584989
photoDetails0hindi

Temple: ଲିଙ୍ଗରାଜ ମନ୍ଦିରଠୁ ପୁରୁଣା ଏକ ଶିବ ମନ୍ଦିର, ଯେଉଁଠି ହୋଇଥିଲା ଗଜପତିଙ୍କ ରାଜାଭିଶେକ

Kapileswara Temple: (ମନୋଜ ମଲିଆ) ପୁରୁଣା ଭୁବନେଶ୍ୱରର କପିଳେଶ୍ୱର ଗାଁର ଦକ୍ଷିଣ ସୀମାରେ ରହିଛି କପିଳେଶ୍ୱର ମହାଦବେଙ୍କ ମନ୍ଦିର, ଯାହା ଶ୍ରୀ ଲିଙ୍ଗରାଜ ମନ୍ଦିରଠୁ ବି ପୁରୁଣା ଏକ ଉତ୍କଳୀୟ କିର୍ତ୍ତି। 

1/13

Kapileswara Temple: ପୁରୁଣା ଭୁବନେଶ୍ୱରର କପିଳେଶ୍ୱର ଗାଁର ଦକ୍ଷିଣ ସୀମାରେ ରହିଛି କପିଳେଶ୍ୱର ମହାଦବେଙ୍କ ମନ୍ଦିର, ଯାହା ଶ୍ରୀ ଲିଙ୍ଗରାଜ ମନ୍ଦିରଠୁ ବି ପୁରୁଣା ଏକ ଉତ୍କଳୀୟ କିର୍ତ୍ତି। 

2/13

 ପୁଣି ଏହି ମନ୍ଦିରକୁ ଲିଙ୍ଗରାଜଙ୍କ ନୀତି କାନ୍ତିରେ କପିଳମୁନିଙ୍କ ଆସ୍ଥାନ ଭାବେ ବର୍ଣ୍ଣନା କରାଯାଇଛି। 

3/13

ମନ୍ଦିରଟିକୁ ନେଇ ଅନେକ କାହାଣୀ ରହିଛି। ଏହା ଶିବ ମନ୍ଦିର ହୋଇଥିଲେ ମଧ୍ୟ ଅଧିଷ୍ଠାତା ଦେବତା କପିଳେଶ୍ୱରଙ୍କୁ କେହି କେହି ସ୍ୱୟଂ ଜଗନ୍ନାଥ ବୋଲି ବର୍ଣ୍ଣନା କରିଛନ୍ତି।

4/13

ଏହି ମନ୍ଦିରଟିରେ ମୁଖ୍ୟତଃ ୪ଟି ଅଙ୍ଗ ରହିଛି। ଗୋଟିଏ ହେଉଛି ବିମାନ, ଦ୍ୱିତୀୟରେ ଜଗମୋହନ, ତୃତୀୟରେ ନାଟ ମଣ୍ଡପ ଏବଂ ଚତୁର୍ଥ ଅଙ୍ଗଟି ହେଉଛି ଭୋଗ ମଣ୍ଡପ। 

5/13

ମନ୍ଦିର ଅଗଣାରେ ଏକ ସୁ ଉଚ୍ଚ ମଣ୍ଡପ ରହିଛି। ମନ୍ଦିର ଚାରିପଟେ  ୮ ଫୁଟ ଉଚ୍ଚ ମାଙ୍କଡ଼ା ପଥରର ପ୍ରଚୀର ନିର୍ମାଣ କରାଯାଇଛି। 

6/13

ମନ୍ଦିରପାର୍ଶ୍ୱରେ ଏକ ବିଶାଳ ପୁଷ୍କରିଣୀ ରହିଛି। ପୁଷ୍କରିଣୀର ଗଭୀରତା ୧୬ ଫୁଟ ହୋଇଥିବା ବେଳେ ଦୈର୍ଘ୍ୟ ୨୨୦ ଫୁଟ ଏବଂ ପ୍ରସ୍ଥ ୧୬୪ ଫୁଟ। 

7/13

ପ୍ରତିଶୃତି ଅନୁସାରେ ଶ୍ରୀ ଲିଙ୍ଗରାଜ କପିଳମୁନିଙ୍କୁ ଭେଟିବା ଲାଗି ଏହି ଯାତ୍ରା ଉଦ୍ଦିଷ୍ଟ। 

8/13

ପ୍ରଭୁ ଲିଙ୍ଗରାଜ ଏହି ଯାତ୍ରାରେ କପିଳେଶ୍ୱରଙ୍କ ମନ୍ଦିରକୁ ଆସନ୍ତି। 

9/13

ପ୍ରତିବର୍ଷ ଏଠାରେ ହାଣ୍ଡିଭଙ୍ଗା ଯାତ୍ରା ହୁଏ, ଯାହା ଶାସ୍ତ୍ର ଓ ପରମ୍ପରାରେ ଏକ ଅନନ୍ୟ ଯାତ୍ରା ହୋଇଥାଏ। 

10/13

ଏହାକୁ ହରିହର ଭେଟ କୁହାଯାଏ। 

11/13

 ତା ପରେ ତାଙ୍କୁ କପିଳେଶ୍ୱରଙ୍କ ପାଖକୁ ଭେଟ କରାଇଥାଆନ୍ତି। 

12/13

ଏଠାକୁ ଆସିବା ପରେ ସେବାୟତମାନେ ଶ୍ରୀ ଲିଙ୍ଗରାଜଙ୍କୁ ସ୍ୱାଗତ କରି ମନ୍ଦିର ଅଗଣାରେ ଥିବା ମଣ୍ଡପରେ ସ୍ନାନ କରାଇଥାଆନ୍ତି।

13/13

ଏହି ମନ୍ଦିରର କାନ୍ଥରେ ଅନେକ ପ୍ରାଚୀନ ମୂର୍ତ୍ତି ରହିଛନ୍ତି। ପ୍ରବେଶ ଦ୍ୱାର ନିକଟରେ ରହିଥିବା ଏକ ମୂର୍ତ୍ତିଙ୍କୁ ଗଜପତି ମହାରାଜା କପିଳେନ୍ଦ୍ର ଦେବଙ୍କ ମୂର୍ତ୍ତି ବୋଲି ଗ୍ରହଣ କରାଯାଉଛି। ଏପରିକି ଏହା ତାଙ୍କ ରାଜାଭିଶେକର ମୂର୍ତ୍ତି ବୋଲି କୁହାଯାଏ।