Advertisement
Photo Details/zeeodisha/odisha1187177
photoDetails0hindi

ରେଳବାଇର ଏହି ପାଞ୍ଚଟି Golden Rules ଆପଣଙ୍କ ଯାତ୍ରାକୁ କରିବ ସୁଗମ

ଗତ ଦିନରେ ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ ବୋର୍ଡ ଅନେକ ନିୟମ ପରିବର୍ତ୍ତନ କରିଥିଲା। ଯଦି ପ୍ରତ୍ୟେକ ରେଳଯାତ୍ରୀ ରେଳବାଇର ନିୟମ ଅନୁସରଣ କରନ୍ତି, ତେବେ ସମସ୍ତଙ୍କର ଯାତ୍ରା ଅଧିକ ଆରାମଦାୟକ ହୋଇପାରିବ। 

1/5

ଥ୍ରୀ ଟାୟାର କୋଚରେ ଯାତ୍ରା କରିବାର ନିୟମ

ରାତି ୧୦ଟାରୁ ସକାଳ 6ଟା ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ

2/5
ରାତି ୧୦ଟାରୁ ସକାଳ 6ଟା ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ

ରେଳବାଇର ନିୟମ ଅନୁଯାୟୀ, ଆପଣ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ମିଡିଲ୍ ବର୍ଥ ଖୋଲିପାରିବେ। ଯଦି ଆପଣଙ୍କର ଲୋୟର ବର୍ଥ ଅଛି ତେବେ ଏହି ସମୟ ମଧ୍ୟରେ ମିଡିଲା କିମ୍ବା ଅପର ବର୍ଥର ଯାତ୍ରୀ ଆପଣଙ୍କର ସିଟରେ ବସିପାରିବେନାହିଁ। ଆପଣ ରେଳ ନିୟମକୁ ଅନୁସରଣ କରି ସହଯାତ୍ରୀଙ୍କୁ ସେମାନଙ୍କ ସିଟକୁ ଯିବାପାଇଁ କହିପାରିବେ। ଏହା ବ୍ୟତୀତ, ମିଡିଲ ବର୍ଥ ଯାତ୍ରୀ ଦିନରେ ନିଜ ସିଟ୍ ଖୋଲିଲେ ମଧ୍ୟ ଆପଣ ଏହି ରେଳ ନିୟମକୁ କହି ତାଙ୍କୁ ମନା କରିପାରିବେ।

ଟିଟି ଟିକେଟ୍ ମଧ୍ୟ ଯାଞ୍ଚ କରିପାରିବ ନାହିଁ

3/5
ଟିଟି ଟିକେଟ୍ ମଧ୍ୟ ଯାଞ୍ଚ କରିପାରିବ ନାହିଁ

ଯାତ୍ରୀମାନେ ଅନେକ ସମୟରେ ଅଭିଯୋଗ କରନ୍ତି ଯେ, ଟ୍ରେନରେ ଶୋଇବା ପରେ ଟିଟି ସେମାନଙ୍କୁ ଟିକେଟ୍ ଯାଞ୍ଚ କରିବାକୁ ଉଠନ୍ତି। ଏପରି ପରିସ୍ଥିତିରେ ସେମାନଙ୍କର ନିଦ ଭାଙ୍ଗିଯାଏ ଓ ଶୋଇବାରେ ଅସୁବିଧା ହୁଏ। ଯାତ୍ରୀମାନଙ୍କ ଏହି ଅସୁବିଧାକୁ ଦୂର କରିବା ଏବଂ ରେଳବାଇର ନିୟମ ଅନୁଯାୟୀ ଯାତ୍ରାକୁ ସୁବିଧାଜନକ କରିବା ପାଇଁ ଟିଟି ଯାତ୍ରୀମାନଙ୍କ ଶୋଇବା ସମୟରେ ରାତି ୧୦ଟାରୁ ୬ଟା ପର୍ଯ୍ୟନ୍ତ ଟିକେଟ୍ ଯାଞ୍ଚ କରିପାରିବ ନାହିଁ। କିନ୍ତୁ ଯଦି ଆପଣଙ୍କର ଯାତ୍ରା ରାତି ୧୦ଟା ପରେ ଆରମ୍ଭ ହୁଏ, ତେବେ ଏହି ରେଳ ନିୟମ ପ୍ରଯୁଜ୍ୟ ନୁହେଁ।

ବିନା ଇୟରଫୋନରେ ଗୀତ ଶୁଣିବା ବାରଣ

4/5
ବିନା ଇୟରଫୋନରେ ଗୀତ ଶୁଣିବା ବାରଣ

ରାତିରେ କିଛି ରେଳଯାତ୍ରୀ ଉଚ୍ଚ ଧ୍ୱନୀ ବା ହାଇ ସାଉଣ୍ଡରେ ମୋବାଇଲରେ ଗୀତ ଶୁଣନ୍ତି ବା ଭିଡିଓ ଦେଖୁଥିବା ଅଭିଯୋଗ ଆସିଥାଏ। ଏହାକୁ ଦୃଷ୍ଟିରେ ରଖି ରାତି ୧୦ଟା ପରେ ରେଳରେ ଉଚ୍ଚ ଧ୍ୱନୀରେ ଗୀତ ଶୁଣିବା କିମ୍ବା ଇୟରଫୋନ ବିନା ଭିଡିଓ ଦେଖିବା ଉପରେ ବାରଣ କରାଯାଇଛି। ନିୟମ ଅନୁଯାୟୀ, ଆପଣ ରାତି ୧୦ଟା ପରେ ଇୟରଫୋନ୍ ବିନା ଗୀତ ଶୁଣିପାରିବେ ନାହିଁ କିମ୍ବା ଭିଡିଓ ଦେଖିପାରିବେ ନାହିଁ। କେବଳ ଏତିକି ନୁହେଁ, ରାତିରେ ଉଚ୍ଚ ସ୍ୱରରେ କଥା ହେବା ମଧ୍ୟ ବାରଣ କରାଯାଇଛି।

ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

5/5
ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଯଦି ଆପଣଙ୍କର ସହ-ଯାତ୍ରୀ ଆପଣଙ୍କ କଥା ଶୁଣନ୍ତି ନାହିଁ, ତେବେ ଆପଣ ଏଥିପାଇଁ ଟ୍ରେନରେ ଉପସ୍ଥିତ ଥିବା ରେଳ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିପାରିବେ। ଘଟଣାସ୍ଥଳକୁ ଆସିବା ଏବଂ ଆପଣଙ୍କ ସମସ୍ୟାର ସମାଧାନ କରିବା ରେଳ କର୍ମଚାରୀଙ୍କ ଦାୟିତ୍ୱ। ଯଦି ସହ-ଯାତ୍ରୀ ତଥାପି ରାଜି ନୁହଁନ୍ତି, ତେବେ ରେଳବାଇର ନିୟମ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।