Advertisement
Photo Details/zeeodisha/odisha2285182
photoDetails0hindi

Mahalakshmi Rajyoga 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ମହାଲକ୍ଷ୍ମୀ ରାଜଯୋଗ, କ୍ୟାରିୟରକୁ ନେଇ ମିଳିପାରେ ଖୁସି ଖବର!


Mahalakshmi Rajyoga 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି ।  ଏହି କ୍ରମରେ ଶୁକ୍ର ବର୍ତ୍ତମାନ ମୀନ ରାଶିରେ ଥିବା ବେଳେ ସେହି ରାଶିକୁ ଆସନ୍ତାକାଲି ସକାଳ ୭ଟା ୫୦ ମିନିଟ୍ ସମୟରେ ଦେବଗୁରୁ ବୃହସ୍ପତି ଚଳନ କରିବେ। ଗୋଟିଏ ରାଶିରେ ଶୁକ୍ର-ବୃହସ୍ପତିଙ୍କ ମିଳନ ମହାଲକ୍ଷ୍ମୀ ରାଜଯୋଗ ସୃଷ୍ଟି କରୁଛି। ତେବେ, ଏହି ମହାଲକ୍ଷ୍ମୀ ରାଜଯୋଗ କେତେକ ରାଶିପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବ । ଜୁନ୍ ୧୦ ତାରିଖରୁ ଆରମ୍ଭ କରି ଜୁଲାଇ ଶେଷ ପର୍ଯ୍ୟନ୍ତ ଏହି ରାଜଯୋଗ ସେମାନଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବା ସହିତ ଧନଧାନ୍ୟରେ ସେମାନଙ୍କ ଜୀବନ ଭରିଯିବ। ତେବେ,ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

1/5

ମେଷ ରାଶି: ମହାଲକ୍ଷ୍ମୀ ରାଜଯୋଗ ଏହି ରାଶି ଭାଗ୍ୟ ଚମକାଇବ। ପ୍ରତ୍ୟକ କ୍ଷେତ୍ରରେ ଆପଣଙ୍କ ଶୁଭଫଳ ପାଇବେ ।  ମାଆ ଲକ୍ଷ୍ମୀଙ୍କ କୃପାରୁ ବ୍ୟବସାୟରେ ଲାଭବାନ୍ ହେବା ସହ ବାଣିଜ୍ୟ କାରବାର ମଧ୍ୟ ଉତ୍ତମ ରହିବ।  ଆୟର ନୂଆ ଉତ୍ସ ଖୋଲିବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବା ସହ ଆତ୍ମବିଶ୍ବାସ ମଧ୍ୟ ବଢିବ। ଯଦି ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି। ତେବେ, ଏହା ହିଁ ଭଲ ସମୟ। ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଦ୍ବିଗୁଣିତ ଲାଭ ପାଇବେ।  ସ୍ବାସ୍ଥ୍ୟ ଭଲ ରହିବା ସହ ଦାମ୍ପତ୍ୟ ଜୀବନ ମଧ୍ୟ ଖୁସିରେ ଅତିବାହିତ ହେବ। 

 

2/5

ବୃଷ ରାଶି:  ମହାଲକ୍ଷ୍ମୀ ରାଜଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ଏହି ଅବଧି ମଧ୍ୟରେ କ୍ୟାରିୟରକୁ ନେଇ କୌଣସି ଖୁସି ଖବର ପାଇପାରନ୍ତି। କର୍ପୋରେଟ୍ ସେକ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ। ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। ଏହି ସମୟରେ ପଦୋନ୍ନତି ମଧ୍ୟ ପାଇପାରନ୍ତି। କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିବା ମଧ୍ୟ ଲାଭଦାୟକ ପ୍ରମାଣିତ ହେବ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବାରେ ସହାୟକ ହେବ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। କିନ୍ତୁ ସ୍ବାସ୍ଥ୍ୟଗତ ସମସ୍ୟାରେ ଘାଣ୍ଟି ହୋଇପାରନ୍ତି। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ମାସ ଶେଷ ଆଡ଼କୁ ବିଦେଶ ଯାତ୍ରା କରିପାରନ୍ତି।

 

3/5

ସିଂହ ରାଶି:  ଆସନ୍ତାକାଲି ଠାରୁ ଏହି ରାଶିର ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି। ବିଶେଷ କରି, ରିୟଲି ଇଷ୍ଟେଟ୍ ସହିତ ଜଡିତ ବ୍ୟବସାୟୀମାନେ ଏହି ସମୟରେ ନୂତନ ପ୍ରୋଜେକ୍ଟ ଆରମ୍ଭ କଲେ ଅଧିକ ଲାଭ ପାଇବାର ସମ୍ଭାବନା ରହିଛି । ଦୂର ଯାତ୍ରାରୁ ନିବୃତ୍ତ ରୁହନ୍ତୁ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପୌତୃକ ସମ୍ପତ୍ତିରୁ ଲାଭବାନ୍ ହେବେ। ନିଜ ଜୀବନ ସାଥୀଙ୍କ ଭଲ ସମୟ ଅତିବାହିତ କରିବେ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡ଼ି ହେବ। କର୍ମକ୍ଷେତ୍ରରେ କୌଣସି ପ୍ରକାର ବଡ଼ ପଦବୀ ମିଳିବାର ସମ୍ଭାବନା ରହିଛି। 

 

4/5

କର୍କଟ ରାଶି:  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆସନ୍ତାକାଲିଠାରୁ ସୁବର୍ଣ୍ଣର ଦିନ ଆରମ୍ଭ ହେବାକୁ ଯାଉଛି।  ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ବ୍ୟବସାୟୀଙ୍କ ଲାଗି ଶୁଭ ସମୟ ଆରମ୍ଭ ହେବ। ଯେଉଁମାନେ ଆମଦାନୀ , ରପ୍ତାନୀ ବ୍ୟବସାୟ କ୍ଷେତ୍ରରେ ଜଡିଡ଼ ଅଛନ୍ତି । ସେମାନଙ୍କୁ ବ୍ୟବସାୟରେ ଲାଭ ଦ୍ବି-ଗୁଣିତ ହେବ। ଅଟକି ରହିଥିବା ଟଙ୍କା ଆପଣଙ୍କୁ ମିଳିବ। ବେକାରି ମାନଙ୍କୁ ମନପସନ୍ଦର ଚାକିରି ଅଫର ମିଳିବ। କିନ୍ତୁ ପ୍ରେମ ସମ୍ପର୍କରେ ଫାଟ ଦେଖାଦେବ। ତେଣୁ ନିଜ ସାଥୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ। ଅଯଥା ଯୁକ୍ତିରୁ ଦୂରେଇ ରୁହନ୍ତୁ।

 

5/5

ମୀନ ରାଶି:  ମହାଲକ୍ଷ୍ମୀଙ୍କ କୃପା ଏହି ରାଶି ଉପରେ ବର୍ଷିବ।  ଏହି ଅବଧି ମଧ୍ୟରେ ଆକସ୍ମିକ ଧନପ୍ରାପ୍ତିର ଯୋଗ ରହିଛି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ଧାର କରଜରୁ ମୁକ୍ତି ପାଇପାରନ୍ତି। କାର୍ଯ୍ୟାଳୟରେ ପଦୋନ୍ନତି ପାଇପାରନ୍ତି। ଦରମା ବୃଦ୍ଧି ପାଇବ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ବ୍ୟବସାୟରେ ଅଗ୍ରଗତି କରିବେ।ଏହି ଅବଧି ମଧ୍ୟରେ ପ୍ରତ୍ୟକ ଇଚ୍ଛା ପୂରଣ ହବେ।  ଏପରିକି ନିଜ ପସନ୍ଦର ସାଥୀଙ୍କ ସହ ବିବାହ ହୋଇପାରେ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)