Advertisement
Photo Details/zeeodisha/odisha2394820
photoDetails0hindi

Shukra Ketu Yuti 2024: ଏହିସବୁ ରାଶିଙ୍କ ଉପରେ ରହିବ ଶୁକ୍ର-କେତୁଙ୍କ ଶୁଭଦୃଷ୍ଟି, ମିଳିବ ଖୁସି ଖବର ସହ ବଢିବ ଧନ!

Shukra Ketu Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ ସମ୍ପର୍କ, ସୌନ୍ଦର୍ଯ୍ୟ ଓ ଆନନ୍ଦର କାରକ ବୋଲି ବିବେଚନା କରାଯାଏ। ଏ-ହି କ୍ରମରେ ଶୁକ୍ର ବୃଷ ରାଶିରେ ବିରାଜମାନ ଥିବା ବେଳେ ଅଗଷ୍ଟ ୨୫ରେ ସେହି ରାଶିକୁ ଛାୟାଗ୍ରହ କେତୁ ଚଳନ କରିବେ। ଗୋଟିଏ ଗ୍ରହରେ ଶୁକ୍ର-କେତୁଙ୍କ ଅପୂର୍ବ ମିଳନ କିଛି ରାଶିକୁ ମାସ ଶେଷବେଳକୁ ଶୁଭଫଳ ପ୍ରଦାନ କରିବେ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶିଙ୍କ ଭାଗ୍ୟ ଅଗଷ୍ଟ ୨୫ରୁ ଚମକିବାକୁ ଯାଉଛି। 

1/4

ବୃଷ: ଏହି ରାଶିର ପଞ୍ଚମ ଘରେ ଶୁକ୍ର-କେତୁଙ୍କ ମିଳନ ହେବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଖାସ୍ କରି ଏହି ସମୟ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ବଡ଼ ସଫଳତା ହାସଲ କରିବେ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ଦେଉଛନ୍ତି। ସେମାନେ ଭଲ ରେଜଲ୍ଟ କରିବେ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ମିଡ଼ିଆ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନେ ପଦୋନ୍ନତି ପାଇବା ସହ ଦରମା ବୃଦ୍ଧି ହୋଇପାରେ। ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିବ। ଅବିବାହିତବ୍ୟକ୍ତି ମାନଙ୍କୁ ପ୍ରେମ ନିବେଦନ ମିଳିପାରେ। 

ALSO READ: Horoscope 23 August 2024: ୨୩ ଅଗଷ୍ଟରେ ଚମକିବ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ଦୈନିକ ରାଶିଫଳ

ALSO READ: September Lucky Zodiac Signs: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଖାସ୍ ରହିବ ସେପ୍ଟେମ୍ବର, ବେକାରିଙ୍କୁ ମିଳିବ ଚାକିରି ସହ...!

2/4

ବିଛା: ଶୁକ୍ର-କେତୁଙ୍କ ମିଳନ ଏହି ରାଶିକୁ ଲାଭବାନ୍ କରାଇବ। ଏହି ଅବଧି ମଧ୍ୟରେ ଗାଡି଼ କିମ୍ବା ଜମି କିଣିପାରନ୍ତି। ଦିର୍ଘ ଦିନରୁ ଅଧା ରହିଥିବା କାର୍ଯ୍ୟ ପୂରା ହେବ। ବ୍ୟବସାୟରେ ଅଗ୍ରଗତି କରିବେ। ପାରିବାରିକ ବିବାଦର ଅନ୍ତ ଘଟିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମୀମାନଙ୍କ ପାଇଁ ସମୟ ଖୁବ୍ ଭଲ ରହିବ। ଅବିବାହିତମାନେ ନିଜ ସାଥୀଙ୍କ ଠାରୁ କୌଣସି ପ୍ରକାର ଭଲ ଖବର ପାଇ ପାରନ୍ତି। ବେକାରିଙ୍କୁ ଭଲ ଚାକିରି ମିଳିବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଦୂରଯାତ୍ରା କରିପାରନ୍ତି।

3/4

ଧନୁ: ଧନୁ ରାଶିଙ୍କ ପାଇଁ ଆଗାମୀ ସପ୍ତାହ ଠାରୁ ଭଲ ସମୟ ଆରମ୍ଭ ହେବାକୁ ଯାଉଛି।  ଏହି ରାଶିର ଦଶମ ଘରେ କେତୁ ଓ ଶୁକ୍ରଙ୍କ ଚଳନ ହେବ। ଏହି ସମୟ ମଧ୍ୟରେ ଟଙ୍କା ରୋଜଗାରର ନୂତନ ଉତ୍ସ ସୃଷ୍ଟି ହେବ। ବାକି ପଡିଥିବା ଟଙ୍କା ଫେରସ୍ତ ପାଇବେ। ବିଶେଷକରି, ଯେଉଁମାନେ କଳା, ସାମ୍ବାଦିକତା, ରିସର୍ଚ୍ଚ ଓ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ। ରାଜନୈତିକ ବ୍ୟକ୍ତି ବିଶେଷମାନେ ଦଳ ପକ୍ଷରୁ କୌଣସି ବଡ଼ ଦାୟିତ୍ବ ଓ ପଦବୀ ମିଳିପାରେ।  ସ୍ବାସ୍ଥ୍ୟ ଭଲ ରହିବା ସହ ପାରିବାରିକ ଜୀବନ ସୁଖମୟ ହେବ। 

4/4

ମକର: ଅଗଷ୍ଟ ୨୫ ପରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ବେକାରୀମାନଙ୍କୁ ଭଲ ନିଯୁକ୍ତି ସୁଯୋଗ ମିଳିବ। ଧାର୍ମିକ କାର୍ଯ୍ୟ ପ୍ରତି ମନବଳିବ। ଯେଉଁଥିରୁ ଆପଣଙ୍କୁ ମାନସିକ ଶାନ୍ତି ମିଳିବ। ନିଜ ପରିବାର ଲୋକଙ୍କ ସହ ଧାର୍ମିକ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଟଙ୍କା ବିନିଯୋଗ କରିବା ପାଇଁ ସମୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବା ସହ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଜବୁତ୍ ହେବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)