ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା ଅଧୀନରେ ପରବର୍ତ୍ତୀ ଅର୍ଥାତ୍ ଦଶମ କିସ୍ତିର ଟଙ୍କା ଖୁବ୍ ଶୀଘ୍ର କୃଷକଙ୍କ ଆକାଉଣ୍ଟରେ ଜମା ହେବାକୁ ଯାଉଛି । ଏହା ସମେତ ଆପଣଙ୍କ ପାଖରେ ୪୦୦୦ ଟଙ୍କା ପାଇବା ପାଇଁ ମଧ୍ୟ ସୁଯୋଗ ରହିଛି ।
Trending Photos
ନୂଆଦିଲ୍ଲୀ: କୃଷକମାନେ (Farmers) ଏକ ବଡ଼ ଖବର ପାଇବାକୁ ଯାଉଛନ୍ତି । ଯଦି ଆପଣ ମଧ୍ୟ ପିଏମ କିସାନ (PM Kisan Samman Nidhi Yojana) ଯୋଜନାର ହିତାଧିକାରୀ, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିଏମ କିସାନ ଯୋଜନା ଅଧୀନରେ ଦଶମ କିସ୍ତି (PM Kisan 10th installment) ରିଲିଜ ହେବାର ତାରିଖ ସ୍ଥିର କରାଯାଇଛି । କିସ୍ତି ଟ୍ରାନ୍ସଫର ପାଇଁ ସରକାର ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରି ସାରିଛନ୍ତି ।
କିସ୍ତି ରିଲିଜ୍ ତାରିଖ ସରକାର ସ୍ଥିର କରିଛନ୍ତି କି?
ସରକାର ଏପର୍ଯ୍ୟନ୍ତ ୧୧.୩୭ କୋଟି ଚାଷୀଙ୍କୁ ୧.୫୮ ଲକ୍ଷ କୋଟି ଟଙ୍କା ପଠାଇଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାର (PM KISAN scheme) ପରବର୍ତ୍ତୀ ଅର୍ଥାତ୍ ଦଶମ କିସ୍ତିର ଟଙ୍କା ୧୫ ଡିସେମ୍ବର ୨୦୨୧ ସୁଦ୍ଧା ରିଲିଜ କରିବାକୁ ଯୋଜନା କରୁଛନ୍ତି । ସୂଚନାଯୋଗ୍ୟ ଯେ ଗତ ବର୍ଷ ୨୫ ଡିସେମ୍ବର ୨୦୨୦ ରେ ସରକାର ଚାଷୀଙ୍କୁ ଟଙ୍କା ଟ୍ରାନ୍ସଫର କରିଥିଲେ ।
ଏହା ବି ପଢ଼ନ୍ତୁ: ଅକ୍ଟୋବର ୧୦ ସୁଦ୍ଧା ଟିମ୍ ଇଣ୍ଡିଆର ଟି-୨୦ ବିଶ୍ୱକପ ଦଳରେ ହୋଇପାରେ ଏହି ବଡ଼ ପରିବର୍ତ୍ତନ
ଚାଷୀଙ୍କ ଆକାଉଣ୍ଟରେ ଆସିବ କି ୪ ହଜାର ଟଙ୍କା?
ଏହି ଯୋଜନା ଅଧୀନରେ, ଯେଉଁ କୃଷକମାନେ ସେମାନଙ୍କ ଆକାଉଣ୍ଟରେ ପିଏମ କିସାନର ନବମ କିସ୍ତି ଗ୍ରହଣ କରିନାହାଁନ୍ତି, ତେବେ ସେମାନେ ପରବର୍ତ୍ତୀ କିସ୍ତି ସହିତ ପୂର୍ବ ରାଶି ମଧ୍ୟ ପାଇବେ। ଅର୍ଥାତ୍ କୃଷକମାନେ ବର୍ତ୍ତମାନ ୪୦୦୦ ଟଙ୍କା ପାଇବେ । କିନ୍ତୁ ଆମେ ଆପଣଙ୍କୁ କହି ରଖିବୁ ଯେ ଏହି ସୁବିଧା କେବଳ ସେହି କୃଷକମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ୩୦ ସେପ୍ଟେମ୍ବର ପୂର୍ବରୁ ପଞ୍ଜୀକୃତ ହୋଇଥିଲେ । ଯଦି ଆପଣ ମଧ୍ୟ ଆବେଦନ କରିଛନ୍ତି ଓ ଏହା ଗ୍ରହଣୀୟ ହୋଇଛି, ତେବେ ଆପଣ ଏକାସହ ୪୦୦୦ ଟଙ୍କା ପାଇବେ ।
ଏହା ବି ପଢ଼ନ୍ତୁ: ଅଧିକାଂଶ IPL ଫ୍ରାଞ୍ଚାଇଜ୍ ଦଳ ଉପରେ ସଙ୍ଗୀନ ଅଭଯୋଗ ଆଣିଲେ ଗମ୍ଭୀର
ଦଶମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି କୃଷକ
ପ୍ରଧାନମନ୍ତ୍ରୀ କିସାନସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana) ଅଧୀନରେ ବର୍ତ୍ତମାନ କୃଷକମାନେ ଦଶମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାର ନବମ କିସ୍ତି କୃଷକଙ୍କ ଆକାଉଣ୍ଟରେ ଜମା ହୋଇ ସାରିଛି । ଆମେ ଆପଣଙ୍କୁ କହିବୁ ଯେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କେନ୍ଦ୍ର ସରକାର ବାର୍ଷିକ ୬୦୦୦ ଟଙ୍କା ଅର୍ଥାତ ୨୦୦୦ ଟଙ୍କା ଲେଖାଏଁ କରି ତିନୋଟି କିସ୍ତି ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ପଠାନ୍ତି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଦେଶର କୃଷକଙ୍କ ଆୟ ବୃଦ୍ଧି କରିବା ଓ ସେମାନଙ୍କୁ ଆର୍ଥିକ ଭାବରେ ସିଧାସଳଖ ସାହାଯ୍ୟ କରିବା ।