କଣ ଆପଣ ଫିଟ୍ ବଡି ପାଇଁ ପ୍ରୋଟିନ୍ ପାଉଡର ନେଉଛନ୍ତି କି ? ସତର୍କ ହୋଇଯାଆନ୍ତୁ
Advertisement
Article Detail0/zeeodisha/odisha1401958

କଣ ଆପଣ ଫିଟ୍ ବଡି ପାଇଁ ପ୍ରୋଟିନ୍ ପାଉଡର ନେଉଛନ୍ତି କି ? ସତର୍କ ହୋଇଯାଆନ୍ତୁ

ଆଜିକାଲି ଅନେକ ଲୋକେ ଫିଟନେସ ପାଇଁ ପ୍ରୋଟିନ ପାଉଡର ଖାଉଛନ୍ତି କିନ୍ତୁ ଆପଣ ଜାଣନ୍ତି କି ଅନେକ ପ୍ରୋଟିନ୍ ପାଉଡର ଆପଣଙ୍କ ଶରୀରକୁ ଲାଭ ସ୍ଥାନରେ କ୍ଷତି ପହଞ୍ଚାଇଥାଏ । 

କଣ ଆପଣ ଫିଟ୍ ବଡି ପାଇଁ ପ୍ରୋଟିନ୍ ପାଉଡର ନେଉଛନ୍ତି କି ? ସତର୍କ ହୋଇଯାଆନ୍ତୁ

ଶରୀରର ସଠିକ୍ ବୃଦ୍ଧି ପାଇଁ ପ୍ରୋଟିନର ଆବଶ୍ୟକତା ରହିଥାଏ । ଏହା ଦ୍ବାରା ମାଂସପେଶୀକୁ ମଜବୁତ କରିଥାଏ । ଆପଣଙ୍କ ଖାଦ୍ୟରେ ପ୍ରୋଟିନ୍ ପରିମାଣ ପୂରଣ କରିବାକୁ ଆପଣ ନିଜ ଖାଦ୍ୟରେ ପ୍ରୋଟିନ ସମୃଦ୍ଧ ଖାଦ୍ୟ ଅନ୍ତର୍ଭୁକ୍ତ କରିପାରନ୍ତି । କିନ୍ତୁ ଆଜିର ଯୁବବର୍ଗ ଅଧିକ ଜିମ୍ ଯିବାକୁ ପସନ୍ଦ କରୁଛନ୍ତି । ଜିମରେ ଅଧିକ ଝାଳ ବୁହାଇବା ପରେ ଶରୀରକୁ ଅଧିକ ପ୍ରୋଟିନ ଆବଶ୍ୟକତା ହୋଇଥାଏ । ଏଥିପାଇଁ ଲୋକେ ପ୍ରୋଟିନ ସପ୍ଲିମେଣ୍ଟ ବ୍ୟବହାର କରୁଛନ୍ତି । ଯଦି ଆପଣ ପ୍ରୋଟିନ ଆବଶ୍ୟକତା ଖାଦ୍ୟ ପୂରଣ ହେଉ ନାହିଁ ତେବେ ଆପଣ ପ୍ରୋଟିନ୍ ସପ୍ଲିମେଣ୍ଟ ବ୍ୟବହାର କରିପାରିବେ କିନ୍ତୁ ଆପଣ ପ୍ରାୟତଃ ଶୁଣିଥିବେ ଯେ ପ୍ରୋଟିନ୍ ସପ୍ଲିମେଣ୍ଟ ଆମ କିଡନୀ ଉପରେ ପ୍ରଭାବ ପକାଇଥାଏ ଏବଂ କିଡନୀ ନଷ୍ଟ କରିବାର ସମ୍ଭାବନା ବି ଅଧିକ ଥାଏ । 

Also Read ; କଣ ଆପଣ ଚା ସହ ପାଉଁରୁଟି ଖାଇବାକୁ ଭଲ ପାଆନ୍ତି ? ସତର୍କ ହୋଇଯାଆନ୍ତୁ ଏହି ୫ଟି ବିପଦରୁ ରକ୍ଷା ପାଇବା ହେବ କଷ୍ଟକର

ପ୍ରୋଟିନ୍ ପାଉଡର କିଡନୀ ଉପରେ ପକାଏ ପ୍ରଭାବ-
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ହାଇ ପ୍ରୋଟିନ କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ । ହାଇ ପ୍ରୋଟିନ  ଡାଏଟ୍ ଗ୍ରହଣ କରିବା ସେ ଲୋକଙ୍କ  ପାଇଁ ବିପଦଜ୍ଜନକ ଅଟେ ଯେଉଁ ମାନଙ୍କ କିଡନୀ ସମସ୍ୟା ସହ ସଂଘର୍ଷ କରୁଛନ୍ତି । ଯଦି ଆପଣ ସୁସ୍ଥ ଅଛନ୍ତି ତେବେ ଆପଣ ପ୍ରୋଟିନ ପାଉଡର ଗ୍ରହଣ କରିପାରିବେ କିନ୍ତୁ ଏହା ପୂର୍ବରୁ ଆପଣ ନିଜ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରିନେବା ଉଚିତ୍ । ଯେତେବେଳେ ଆପଣ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଉଛନ୍ତି ସେତେବେଳେ ପ୍ରଚୁର ପରିମାଣର ପାଣି ପିଇବା ଜରୁରୀ । କାରଣ ପାଣି ଆପଣଙ୍କ କିଡନୀକୁ ପିଲ୍ଟର କରିବାରେ ସହାୟକ ହୋଇଥାଏ । ପ୍ରୋଟିନ୍ ସପ୍ଲିମେଣ୍ଟ ଗୁଡିକ ବହୁ ପରିମାଣରେ ଖାଇବା ଉଚିତ୍ ନୁହେଁ କାରଣ ଏହା କିଡନୀକୁ ଡ୍ୟାମେଜ କରିବା ଆଶଙ୍କାକୁ ଅଧିକ କରିଥାଏ । 

ବଜରାରେ ଆସୁଛି ନକଲି ଦ୍ରବ୍ୟ-
କେଶ,ଚର୍ମ,ମାଂସପେଶୀ ଏବଂ ଆଖିକୁ ସୁସ୍ଥ ରଖିବାରେ ପ୍ରୋଟିନ୍ ସାହାଯ୍ୟ କରେ । ଏହା ସହ ଅନେକ ରୋଗ ବିରୁଦ୍ଧରେ ଲଢେଇ କରିବା ପାଇଁ ଶକ୍ତି ପ୍ରଦାନ କରିଥାଏ । ଯଦି ଆପଣ ଜିମ୍ ଯାଉଛନ୍ତି ତେବେ ପ୍ରୋଟିନ ପାଉଡର ନେବା ପୂର୍ବରୁ ଏହାକୁ ଯାଞ୍ଚ କରନ୍ତୁ କାରଣ ବଜାରରେ ଅନେକ ନକଲି ପାଉଡର ଆସୁଛି ଯାହା ବିପଦଜ୍ଜନକ ରାସାୟନିକ ପଦାର୍ଥ ଥାଏ । ଗତକିଛି ଦିନ ତଳେ ୟୁପି ପୋଲିସ ମେରଟରୁ ନକଲି ସ୍ବାସ୍ଥ୍ୟ ସପ୍ଲିମେଣ୍ଟ ପ୍ରସ୍ତୁତ କରୁଥିବା ଗ୍ୟାଙ୍ଗକୁ କାବୁ କରିଥିଲା । ଏହି ପାଉଡରରେ ଏମିତି ଏକ ଧିମା ବିଷ ମିଶାଯାଇଛି ଯାହା ଆପଣଙ୍କ ଶରୀରକୁ ଦୁର୍ବଳ କରିଥାଏ ଆଉ ଧିରେ ଧିରେ କିଡନୀ ଖରାପ କରିବା ଆରମ୍ଭ କରିଥାଏ । ଏହା ବ୍ୟତୀତ ପେଟବ୍ୟଥା ଏବଂ ଅନ୍ତନଳୀରେ ସମସ୍ୟା ସୃଷ୍ଟି କରିଥାଏ । ଏହା ସହ ହରମୋନାଲ ସନ୍ତୁଳନକୁ ବିଗାଡିଥାଏ ।