ଖାଲି ପେଟରେ କଞ୍ଚା ରସୁଣ ଖାଇବା କାହିଁକି ଲାଭଦାୟକ ? ଜାଣନ୍ତୁ ଏହି ସବୁ ରୋଗରୁ ରଖେ ସୁରକ୍ଷିତ
Advertisement
Article Detail0/zeeodisha/odisha1385459

ଖାଲି ପେଟରେ କଞ୍ଚା ରସୁଣ ଖାଇବା କାହିଁକି ଲାଭଦାୟକ ? ଜାଣନ୍ତୁ ଏହି ସବୁ ରୋଗରୁ ରଖେ ସୁରକ୍ଷିତ

ରସୁଣକୁ ଆୟୁର୍ବେଦର ଭଣ୍ଡାର ଭାବରେ ବିବେଚନା କରାଯାଏ କାରଣ ଏହା ସାହାଯ୍ୟରେ ଆମେ ଅନେକ ଗମ୍ଭୀର ରୋଗରୁ ରକ୍ଷା ପାଇପାରୁ । ଏହାର ଉପକାର ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ । 

ଖାଲି ପେଟରେ କଞ୍ଚା ରସୁଣ ଖାଇବା କାହିଁକି ଲାଭଦାୟକ ? ଜାଣନ୍ତୁ ଏହି ସବୁ ରୋଗରୁ ରଖେ ସୁରକ୍ଷିତ

ରସୁଣ ଏପରି ଏକ ମସଲା ଯାହା ଭାରତର ପ୍ରାୟ ପ୍ରତ୍ୟେକ ଘରେ ସହଜରେ ମିଳିଥାଏ । ଯଦି ଆପଣ ରସୁଣକୁ ଅନ୍ୟ ପନିପରିବାରେ ମିଶାଇ ରାନ୍ଧନ୍ତି ତେବେ ଏହାର ସ୍ବାଦ ଦ୍ବିଗୁଣିତ ହୋଇଥାଏ । ରସୁଣର ପ୍ରଭାବ ଗରମ ଏବଂ ଏଥିରେ ଅନେକ ପୋଷକ ତତ୍ତ୍ବ ରହିଥାଏ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ଯାହ ଅନେକ ରୋଗ ଏବଂ ସଂକ୍ରମଣ ଠାରୁ ଦୂରରେ ରଖିଥାଏ । ଡାଏଟିସିଆନଙ୍କ ମତରେ ରସୁଣକୁ ସକାଳେ ଖାଲି ପେଟରେ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ଦେଇଥାଏ । 
ଖାଲି ପେଟରେ ରସୁଣ ଖାଇବାର ଲାଭ-
୧-କର୍କଟ ରୋଗ ଆଶଙ୍କା ଦୂରକରେ-
ରସୁଣରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଇନଫ୍ଲାମେଟାରୀ ଏବଂ ଆଣ୍ଟି-କର୍କିନୋଜେନିକ୍ ଗୁଣ ରହିଛି । ତେଣୁ ଆପଣ ସକାଳୁ ଖାଲି ପେଟରେ କଞ୍ଚା ରସୁଣ ଚୋବାଇ ଖାଇବେ ତେବେ କର୍କଟ ରୋଗ ହେବାର ଆଶଙ୍କା, ବହୁ ପରିମାଣରେ କମିଯାଏ । 

Also Read ; କଣ ଆପଣ ବି ନକଲି ସିନ୍ଦୂର ବ୍ୟବହାର କରି ସମସ୍ୟା ଭୋଗୁଛନ୍ତି କି ? ଜାଣନ୍ତୁ ପ୍ରକୃତ ସିନ୍ଦୁର କିପରି ଚିହ୍ନିବେ 

୨-ମଧୁମେହ ପାଇଁ ରାମବାଣ-

ରସୁଣରେ ଆଲିସିନ ନାମକ ଏକ କମ୍ପାଉଣ୍ଡ ମିଳିଥାଏ ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ତେଣୁ ମଧୁମେହ ରୋଗୀ ପ୍ରତିଦିନ ସକାଳେ ଖାଲି ପେଟରେ ୪ଟି କୋଲା ରସୁଣ ଖାଇବା ଉଚିତ୍ । 

୩-ଓଜନ ହ୍ରାସରେ ସହାୟକ-
ଯଦି ଆପଣ ପ୍ରତିଦିନ ସକାଳେ  ଖାଲି ପେଟରେ କଞ୍ଚା ରସୁଣ ଖାଆନ୍ତି ତେବେ ଆପଣଙ୍କର ଓଜନ ଅତି ଶୀଘ୍ର କମିଥାଏ । ଏଥିରେ କିଛି ଏମିତି କମ୍ପାଉଣ୍ଡ ରହିଛି  ଯାହା ଶରୀରର ଅତିରିକ୍ତ ଚର୍ବିକୁ ତରଳାଇବାରେ ସାହାଯ୍ୟ କରିଥାଏ । 
୪- ଡିପ୍ରେସନ ଦୂର କରେ-
ମେଣ୍ଟାଲ ହେଲଥ ପାଇଁ ରସୁଣ ଖାଇବା ଜରୁରୀ । ଏହା ଆମ ମନକୁ ସନ୍ତୁଳିତ ରଖିଥାଏ । ରସୁଣ ଅବସାଦର ମୁକାବିଲା କରିବା ପାଇଁ ଶକ୍ତି ଦେଇଥାଏ । ମାନସିକ ଚାପରୁ ରକ୍ଷା ପାଇବା ପାଇଁ ସାଧାରଣତଃ ରସୁଣ ଖାଇବାକୁ ପରାମର୍ଶ ଦିଆଯାଇଥାଏ ।