Relationship Tips: ଝିଅମାନେ ପୁଅଙ୍କ ଏସବୁ ଗୁଣକୁ କରନ୍ତି ଅଧିକ ପସନ୍ଦ!
Advertisement
Article Detail0/zeeodisha/odisha1640195

Relationship Tips: ଝିଅମାନେ ପୁଅଙ୍କ ଏସବୁ ଗୁଣକୁ କରନ୍ତି ଅଧିକ ପସନ୍ଦ!

Relationship Tips:  ପ୍ରତ୍ୟେକ ପୁଅର ଜୀବନରେ ନିଶ୍ଚିତ ଭାବରେ ଏପରି ଝିଅ ଅଛନ୍ତି ଯାହାକୁ ସେ ଭେଟନ୍ତି ଓ ସେ ନିଜ ଜୀବନରେ ବହୁତ ଗୁରୁତ୍ୱ ଦିଅନ୍ତି । ସମୟ ସହିତ ଉଭୟେ ସ୍ପେଶାଲ ଫିଲ୍ କରିବା ଆରମ୍ଭ କରନ୍ତି ଓ ତା’ପରେ ଉଭୟ ଅନୁଭବ କରନ୍ତି ଯେ ସେମାନେ ପରସ୍ପରକୁ ପସନ୍ଦ କରୁଛନ୍ତି । ରିଲେଶନଶିପ (Relationship) କୁ ଆସିବା ପରେ ଦୁହେଁ ପରସ୍ପର ସହିତ ପ୍ରେମ ମୁହୂର୍ତ୍ତ ବିତାଇବା ଆରମ୍ଭ କରନ୍ତି ।

Relationship Tips: ଝିଅମାନେ ପୁଅଙ୍କ ଏସବୁ ଗୁଣକୁ କରନ୍ତି ଅଧିକ ପସନ୍ଦ!

Relationship Tips: ଆଜି ଆମେ ଆପଣଙ୍କୁ ୪ଟି ଗୁଣ ବିଷୟରେ କହିବୁ । ଯାହା ପ୍ରତ୍ୟେକ ଝିଅ ନିଜ ସାଥୀ ମଧ୍ୟରେ ଖୋଜନ୍ତି । ଯଦି ଆପଣ ମଧ୍ୟ ଏହି ୪ଟି ଗୁଣ ଆପଣାଇ ନେବେ, ତେବେ ରିଲେଶନଶିପ୍ (Relationship Tips) ବା ସମ୍ପର୍କକୁ ମଜବୁତ କରିବାକୁ କେହି ଆପଣଙ୍କୁ ଅଟକାଇ ପାରିବେ ନାହିଁ । ଆଜିକାଲି କପଲ ମାନଙ୍କ ମଧ୍ୟରେ ସମ୍ପର୍କ ଶୀଘ୍ର ଭାଙ୍ଗିବା ସାଧାରଣ କଥା ହୋଇଗଲାଣି । ପ୍ରେମ ଆରମ୍ଭରେ ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି । କିନ୍ତୁ କିଛି ସମୟ ପରେ ଦୁହେଁ ପରସ୍ପର ମଧ୍ୟରେ ଦୋଷ ଖୋଜିବା ଆରମ୍ଭ କରନ୍ତି । ସର୍ବଶେଷରେ ଏପରି କ'ଣ ହୋଇଥାଏ ଯେ ପୁଅମାନେ ଖୁବ୍ ଶୀଘ୍ର ଝିଅମାନଙ୍କ ମନରୁ ଦୂରେଇ ଯାଆନ୍ତି...ଆସନ୍ତୁ ଜାଣିବା ଝିଅମାନେ ପୁଅମାନଙ୍କ କେଉଁ ସବୁ ଗୁଣ ଦେଖି ସେମାନଙ୍କୁ ଭଲ ପାଆନ୍ତୁ ।

ପରିଷ୍କାର ପରିଚ୍ଛନ୍ନତାକୁ ଦେଇଥାଏ ପ୍ରାଥମିକତା

ଝିଅମାନେ ସ୍ୱଭାବରୁ ପରିଷ୍କାର ପରିଚ୍ଛନ୍ନତାକୁ ପସନ୍ଦ କରନ୍ତି । ସେମାନେ ନିଜେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତି । ଏଥିସହ ପରିଷ୍କାର ପରିଚ୍ଛନ୍ନତା ରଖୁଥିବା ପୁଅ ସହିତ ବନ୍ଧୁତା କରିବାକୁ ପ୍ରାଧାନ୍ୟ ଦିଅନ୍ତୁ । ଯଦି ଆପଣ ଗାଧୋଇବେ ନାହିଁ, ସେଭିଂ କରିବେ ନାହିଁ, ଦାନ୍ତ ସଫା କରିବା ଦିଗରେ ଧ୍ୟାନ ଦେବେ ନାହିଁ କିମ୍ବା ପୋଷାକକୁ ଅପରିଷ୍କାର ରଖିବେ । ତେବେ ନିଶ୍ଚିତ ଭାବରେ ଅନୁମାନ କରିନିଅନ୍ତୁ ଯେ ଆପଣଙ୍କର ସମ୍ପର୍କର ଗାଡ଼ି ଆଗକୁ ବଢ଼ିବ ନାହିଁ । ରିଲେଶନଶିପ୍ ଆଗକୁ ବଢ଼ିଲେ ମଧ୍ୟ ଏହା ଖୁବ୍ ଶୀଘ୍ର ଭାଙ୍ଗି ଯିବ ।

ବୟସ୍କ ଓ ମହିଳା ମାନଙ୍କୁ ସମ୍ମାନ

ଝିଅମାନେ ସେହି ପୁଅମାନଙ୍କୁ ପସନ୍ଦ କରନ୍ତି, ଯେଉଁମାନେ ବୟସ୍କ ଓ ମହିଳାଙ୍କୁ ସମ୍ମାନ କରନ୍ତି । ଯେଉଁ ପୁଅମାନେ ଏପରି କରନ୍ତି, ସେମାନଙ୍କ ପ୍ରତି ଝିଅମାନେ ବହୁତ ଭଲ ପାଇବା ରଖନ୍ତି ।  ଏହା ପଛର କାରଣ ହେଉଛି ଝିଅଟି ଭାବନ୍ତି ଯେ ଯେଉଁ ବ୍ୟକ୍ତି ଅନ୍ୟମାନଙ୍କୁ ସମ୍ମାନ କରିବା ଜାଣନ୍ତି, ସେ ସମ୍ପର୍କକୁ ଆସିବା ପରେ ମଧ୍ୟ ତାଙ୍କୁ ସମ୍ମାନ କରିବେ ଓ କେବେ ବି ଦୁର୍ବ୍ୟବହାର କରିବେ ନାହିଁ ।

fallback

ଆତ୍ମବିଶ୍ୱାସକୁ କରନ୍ତି ପସନ୍ଦ

ଝିଅମାନେ ଆତ୍ମବିଶ୍ୱାସର ଅଭାବ ଥିବା ପୁଅମାନଙ୍କଠାରୁ ବହୁତ ଦୂରରେ ରହନ୍ତି । ଯେଉଁ ପୁଅମାନେ ନିଜ ହୃଦୟର କଥାକୁ ମଧ୍ୟ ଠିକ୍ ଭାବେ କହି ପାରନ୍ତି ନାହିଁ, ଝିଅମାନେ ସେମାନଙ୍କୁ ପସନ୍ଦ କରନ୍ତି ନାହିଁ । ଝିଅମାନେ ବିଶ୍ୱାସ କରନ୍ତି ଯେ ଏହିପରି ପୁଅମାନେ ଜୀବନସାରା ଆତ୍ମବିଶ୍ୱାସର ଅଭାବରେ ଶିକାର ରହନ୍ତି ଓ କୌଣସି ନିଷ୍ପତ୍ତି ସଠିକ୍ ଭାବରେ ଗ୍ରହଣ କରିବାରେ ଅସମର୍ଥ । ଏପରି ପରିସ୍ଥିତିରେ ଝିଅମାନେ ଏପରି ପୁଅମାନଙ୍କ ସହିତ ସମ୍ପର୍କକୁ ଆଗକୁ ବଢ଼ାନ୍ତି ନାହିଁ ।

ଫିଟନେସକୁ ଧ୍ୟାନ ଦେଉଥିବା ପୁଅ

ସମସ୍ତ ଝିଅମାନେ ଫିଟନେସ୍ ଫ୍ରିକ୍ ହୋଇଥାନ୍ତି । ସେ ନିଜ ବଡିର ଶେପ୍ ବିଷୟରେ ବହୁତ ଯତ୍ନବାନ ଓ ଖାଦ୍ୟ ଏବଂ ପାନୀୟ ପ୍ରତି ବହୁତ ଧ୍ୟାନ ଦିଅନ୍ତି । ଝିଅମାନେ ସମାନ ଭାବେ ପୁଅମାନଙ୍କ ମଧ୍ୟରେ ଏହି ଗୁଣ ଖୋଜନ୍ତି । ଯଦି କୌଣସି ପୁଅ ମୋଟା ହୋଇଥିବେ,  ସେ ଦୌଡ଼ି ମଧ୍ୟ ପାରିବେ ନାହିଁ । ସର୍ବଦା ଅଳସୁଆରେ ବୁଡ଼ି ରହନ୍ତି । ଏପରି ପୁଅମାନଙ୍କୁ ଝିଅମାନେ ଘାସ ମଧ୍ୟ ଦିଅନ୍ତି ନାହିଁ । ଝିଅମାନେ ସର୍ବଦା ସ୍ମାର୍ଟ, ଉତ୍ସାହୀ ଓ ହସମୁହାଁ ପୁଅଙ୍କୁ ପସନ୍ଦ କରନ୍ତି ।