Shani Dev Rajyog: ୨୦୨୫ ପର୍ଯ୍ୟନ୍ତ ଏହି ୩ ରାଶି ଉପରେ ରହିବ ଶନିଙ୍କ ଶୁଭଦୃଷ୍ଟି, କ୍ୟାରିୟରରେ ହେବ ଉନ୍ନତି ସାଙ୍ଗକୁ...
Advertisement
Article Detail0/zeeodisha/odisha2329710

Shani Dev Rajyog: ୨୦୨୫ ପର୍ଯ୍ୟନ୍ତ ଏହି ୩ ରାଶି ଉପରେ ରହିବ ଶନିଙ୍କ ଶୁଭଦୃଷ୍ଟି, କ୍ୟାରିୟରରେ ହେବ ଉନ୍ନତି ସାଙ୍ଗକୁ...

Shani Dev Rajyog:  ଶନି ମହାରାଜ୍ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି। ସେ ଏହି ରାଶିରେ ୨୦୨୫, ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ରହିବେ। କିନ୍ତୁ ଏହା ପୂର୍ବରୁ ଅର୍ଥାତ୍ ଜୁଲାଇ (୧୨ ତାରଖ)ରେ ସେହି ରାଶିକୁ ଓଲଟା ଚଳନ କରିବେ। ଶନିଙ୍କ ଏହି ଓଲଟା ଚଳନ ଶନିଦେବ ରାଜଯୋଗ ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। 

Shani Dev Rajyog: ୨୦୨୫ ପର୍ଯ୍ୟନ୍ତ ଏହି ୩ ରାଶି ଉପରେ ରହିବ ଶନିଙ୍କ ଶୁଭଦୃଷ୍ଟି, କ୍ୟାରିୟରରେ ହେବ ଉନ୍ନତି ସାଙ୍ଗକୁ...

Shani Dev Rajyog: ଶନି ମହାରାଜଙ୍କୁ ନ୍ୟାୟର ଦେବତା ବୋଲି ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଶନିଙ୍କ ଗତି ଅତ୍ୟନ୍ତ ମନ୍ଥର ହୋଇଥାଏ। ୧୨ଟି ରାଶିଚକ୍ରକୁ ଅତିକ୍ରମ କରିବା ପାଇଁ ପ୍ରାୟ ଶନିଙ୍କୁ ୩୦ ବର୍ଷ ସମୟ ଲାଗେ। ଏହି କ୍ରମରେ ଶନି ମହାରାଜ୍ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି। ସେ ଏହି ରାଶିରେ ୨୦୨୫, ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ରହିବେ। କିନ୍ତୁ ଏହା ପୂର୍ବରୁ ଅର୍ଥାତ୍ ଜୁଲାଇ (୧୨ ତାରଖ)ରେ ସେହି ରାଶିକୁ ଓଲଟା ଚଳନ କରିବେ। ଶନିଙ୍କ ଏହି ଓଲଟା ଚଳନ ଶନିଦେବ ରାଜଯୋଗ ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ତେବେ, ଏହି ଦୁର୍ଲଭ ସଂଯୋଗ ବା ଶନିଦେବ ରାଜଯୋଗ କେଉଁ ସବୁ ରାଶି ପାଇଁ ଶୁଭପ୍ରମାଣିତ ହେବାକୁ ଯାଉଛି।  ଆସନ୍ତୁ ଜାଣିବା...

ALSO READ: Career Horoscope: କର୍କଟ-ସିଂହ ସହ ଏହି ୩ ରାଶିଙ୍କ ପାଇଁ ଦିନଟି ରହିବ ମଙ୍ଗଳମୟ, ବ୍ୟବସାୟ-ବାଣିଜ୍ୟରେ ମିଳିବ ଅପାର ଲାଭ!

ତୁଳା: ଶନିଦେବଙ୍କ ଓଲଟା ଚଳନ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। ଏ-ହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ। ନୂତନ ନିଯୁକ୍ତି ନେଇ ସୁଯୋଗ ପାଇ ପାରନ୍ତି। ଚାକିରିରେ ପଦୋନ୍ନତି ନେଇ ସମ୍ଭାବନା ରହିଛି। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ନିଜ ସନ୍ତାନ ସନ୍ତାତିଙ୍କ ଠାରୁ ଭଲ ଖବର ପାଇବେ। ଏହି ରାଶିର ବ୍ୟକ୍ତି ମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।  ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଏହି ସମୟରେ ଆପଣ ପୁରୁଣା ବିନିଯୋଗରୁ ଲଭ ପାଇବେ। 
 
ବିଛା:  ଶନିଙ୍କ ଶୁଭ ଦୃଷ୍ଟି କାରଣରୁ ବ୍ୟବସାୟ ଓ ଚାକିରିରେ ଅଗ୍ରଗତି ହେବ । ଧନ ଲାଭ ନେଇ ସମ୍ଭାବନା ରହିଛି । କୋଟ କଚେରୀ ମାମଲାରେ ସଫଳତା ମିଳିବ । ପରିବାରରେ ଲାଗି ରହିଥିବା ବିବାଦ ଦୂର ହେବ । ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଏହି ଅବଧି ମଧ୍ୟରେ ଶୁଭଫଳ ପାଇବେ।

କୁମ୍ଭ:   ଏହି ରାଶିରେ ଶନିଦେବ ବସିଥବାରୁ ପ୍ରତ୍ୟକ କାର୍ଯ୍ୟରେ ଏହି ରାଶିର ବ୍ୟକ୍ତି ଶୁଭଫଳ ପାଇବେ।   ଶନିଦେବ କୁମ୍ଭ ରାଶିର ରାଜା ଅଟନ୍ତି। ଶନିଦେବ ଏହି ରାଶିରେ ୨୦୨୫ ପର୍ଯ୍ୟନ୍ତ ରହିବେ।  ବ୍ୟବସାୟୀଙ୍କ ପାଇଁ ଏହା ଏକ ଭଲ ସମୟ । ବ୍ୟବସାୟରେ ପ୍ରଗତିର ସମ୍ଭାବନା ଅଛି । ଆୟ ବୃଦ୍ଧି ପାଇବ । ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଆସିବ। ଯଦି ଆପଣ ଦୀର୍ଘ ସମୟ ଗାଡି କିମ୍ବା ଘର କିଣିବା ପାଇଁ  ଯୋଜନା କରୁଛନ୍ତି। ତେବେ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଏକ ଅନୁକୂଳ ସମୟ ଅଟେ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)