Harmful Effects ଦହି ସହ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ ଜିନିଷ,ସ୍ବାସ୍ଥ୍ୟ ପାଇଁ ଏହା କ୍ଷତିକାରକ
Advertisement
Article Detail0/zeeodisha/odisha1237658

Harmful Effects ଦହି ସହ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ ଜିନିଷ,ସ୍ବାସ୍ଥ୍ୟ ପାଇଁ ଏହା କ୍ଷତିକାରକ

ଦହି ଏକ ଉତ୍ତମ ଖାଦ୍ୟ ଭାବେ ବିବେଚନା କରାଯାଏ । ଏହା ସହ ପେଟକୁ ସୁସ୍ଥ ରଖିବା ପାଇଁ ଦହି ଖାଇବା ଅତ୍ୟନ୍ତ ଲାଭଦାୟକ । ଆପଣଙ୍କୁ ଜଣାଇବାକୁ ଚାହିଁବୁ କି ଦହିରେ ପୋଷକ ତତ୍ତ୍ବ ଭରପୁର ରହିଥାଏ । ଦହିରେ ପ୍ରୋଟିନ୍,କ୍ୟାଲସିୟମ,ଭିଟାମିନ,ବି-12,ମ୍ୟାଗ୍ନେସିୟମ୍ ଭଳି ଅତ୍ୟାବଶ୍ୟକ ପୋଷକ ତତ୍ତ୍ବର ଏକ ଉତ୍ତମ ଉତ୍ସ ଅଟେ । ଦୈନନ୍ଦିନ ଜୀବନରେ ଆପଣ ନିଜ ଡାଏଟରେ ଦହିକୁ ସାମିଲ କଲେ ଆପଣ ନିଜ ଓଜନକୁ ନିୟନ୍ତ୍ରଣ କରିବା ସହ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ ଦହି ଖାଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥାଆନ୍ତି । କିନ୍ତୁ ଏପରି କିଛି ଖାଦ୍ୟ ରହିଛି ଯାହାକୁ ଦହି ସହ ଖାଇବା ଉଚିତ୍ ନୁହେଁ ଆସନ୍ତୁ ଜାଣିବା କଣ ସବୁ ସେହି ଜିନିଷ ଯାହାକୁ ସେବନ କରିବା ଅନୁଚିତ । 

Harmful Effects ଦହି ସହ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ ଜିନିଷ,ସ୍ବାସ୍ଥ୍ୟ ପାଇଁ ଏହା କ୍ଷତିକାରକ

ଦହି ସହ ଏସବୁ ଜିନିଷ ଗୁଡିକୁ ଖାଆନ୍ତୁ ନାହିଁ !

ବିରି
ବାସ୍ତବରେ ଦହି ଆପଣଙ୍କ ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ କିନ୍ତୁ ଯଦି ଆପଣ ବିରି ସହ ଦହିର ସେବନ କରୁଛନ୍ତି ତେବେ ଆପଣଙ୍କ ହଜମଶକ୍ତି ଉପରେ ପ୍ରଭାବ ପକାଇଥାଏ । ଏହା ଦ୍ବାରା ଆପଣଙ୍କ ଗ୍ୟାସ୍ , ପେଟ ଫୁଲିବା , କୋଷ୍ଠକାଠିନ୍ୟ ଏବଂ ବାନ୍ତି ଭଳି ସମସ୍ୟା ସୃଷ୍ଟି ହୋଇପାରେ । ସେଥିପାଇଁ ଆପଣ ବିରି ସହ ଦହିକୁ ଏକା ସହ ନ ଖାଇବା, ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ହିତକର ଅଟେ । 

ଆମ୍ବ 
ଗ୍ରୀଷ୍ମଋତୁରେ ଲୋକମାନେ ନିଜକୁ ଥଣ୍ଡା ରଖିବା ପାଇଁ ଅନେକ ପ୍ରକାର ସେକ୍ ବା ଜୁସ୍ ପିଇଥାଆନ୍ତି । ଖାସ କରି ଫଳରେ ତିଆରି କରିଥାଆନ୍ତି ସୁମଦି ଏହାସହ ଡ୍ରାଏଫ୍ରୁଟ ,କ୍ଷୀର ମିଶାଇ ତିଆରି କରିଥାଆନ୍ତି । ଏହା ଅନେକ ଲୋକେ ଆମ୍ବ ଏବଂ ଦହି ମିଶାଇ ସେକ୍ ମଧ୍ୟ କରିଥାଆନ୍ତି । ଯଦି ଆପଣ ଆମ୍ବ ସହ ଦହି ଏକା ସହ ସେବନ କରୁଛନ୍ତି ଆପଣଙ୍କ ପେଟ ପାଇଁ ହାନିକାର ଅଟେ । ଖାଲି ଏତିକି ନୁହେଁ ଅଧିକ ସେବନ କରିବା ଦ୍ବାରା ଆପଣଙ୍କ ମୁହଁରେ ବ୍ରଣ ଏବଂ ଏଲାର୍ଜି ସମସ୍ୟା ବି ସୃଷ୍ଟି ହୋଇପାରେ । 

କ୍ଷୀର
ଆପଣ ଦହି ସହ କ୍ଷୀରର ସେବନ ଭୁଲରେ କରନ୍ତୁ ନାହିଁ କାରଣ ଏହାକୁ ଏକା ସାଙ୍ଗେ ଖାଇବା ଦ୍ବାରା ଆପଣଙ୍କ ପେଟରେ ଗ୍ୟାସ,କୋଷ୍ଠକାଠିନ୍ୟ,ବାନ୍ତି ହେବାର ସମ୍ଭାବନା ରହିଛି । 

ପିଆଜ 
ସାଧାରଣତଃ ଆମେ ଦହି ରାଇତା କରିବା ସମୟରେ ଅନେକ ପ୍ରକାର ପନିପରିବା ବ୍ୟବହାର କରିଥାଉ । ଅନେକ ଲୋକେ ପିଆଜ ମଧ୍ୟ ଦହିରେ ପକାଇ ଖାଇଥାଆନ୍ତି କିନ୍ତୁ ଏହା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ପିଆଜ ସହିତ ଦହି ସେବନ କରିବା ଦ୍ବାରା ଏଲାର୍ଜି ଏବଂ ସୋରାୟାସିସ୍ ଭଳି ସମସ୍ୟା ବି ଦେଖାଯାଇ ପାରେ । ତେଣୁ ଦହିରେ ଏହି ସବୁ ଖାଦ୍ୟ ଏକାଠି ସେବନ ନ କରିବା ଆପଣ ସ୍ବାସ୍ଥ୍ୟ ପାଇଁ ହିତକର ଅଟେ ।