Side Effects of Ladyfinger: ଏହି ୫ଟି ରୋଗ ଥିବା ସମୟରେ ଖାଆନ୍ତୁନାହିଁ ଭେଣ୍ଡି, ନଚେତ୍...
Advertisement
Article Detail0/zeeodisha/odisha1560555

Side Effects of Ladyfinger: ଏହି ୫ଟି ରୋଗ ଥିବା ସମୟରେ ଖାଆନ୍ତୁନାହିଁ ଭେଣ୍ଡି, ନଚେତ୍...

LadyFinger Side Effects: ଭେଣ୍ଡି ଏକ ପ୍ରୋଟିନ ଜାତୀୟ ପରିବା । ଘରେ ଘରେ ଏହି ପରିବାକୁ ଖାଇବାକୁ ଲୋକ ବହୁତ ପସନ୍ଦ କରନ୍ତି । ଏଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ହେଲେ କିଛି ରୋଗ ଯଦି ଶରୀରରେ ଥାଏ ଭେଣ୍ଡି ସେତେବେଳେ ବିଷ ସଦୃଶ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ରୋଗ ଶରୀରରେ ଥିଲେ ଭେଣ୍ଡି ଖାଇବା ଅନୁଚିତ୍। 

Side Effects of Ladyfinger: ଏହି ୫ଟି ରୋଗ ଥିବା ସମୟରେ ଖାଆନ୍ତୁନାହିଁ ଭେଣ୍ଡି, ନଚେତ୍...

Side Effects of Ladyfinger: ପ୍ରୋଟିନରେ ଭରପୂର ଥିବା ଭେଣ୍ଡିକୁ ବିଭିନ୍ନ ଉପାୟରେ ରୋଷେଇ କରି ଖାଦ୍ୟ ରୂପେ ଗ୍ରହଣ କରିହୁଏ। ଭେଣ୍ଡିର ବ୍ୟବହାର (Weight Loss) ରୁ ଆରମ୍ଭ କରି ହାଇ କୋଲେଷ୍ଟ୍ରଲ (High Cholesterol) ଓ ଡାଏବେଟିସ (Diabetes) ରୋଗୀଙ୍କ ପାଇଁ ବରଦାନ ସଦୃଶ ହୋଇଥାଏ । ଏହି ପରିବା ଖାଇବା ଦ୍ୱାରା ଶରୀର ପ୍ରତି ଓ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସ୍ୱାସ୍ଥ୍ୟକର ହୋଇଥାଏ। ହେଲେ ସେହିପରି ଭେଣ୍ଡି ବିଭିନ୍ନ ରୋଗ ସମୟରେ ଖାଇବାକୁ ନେଇ ବାରଣ ମଧ୍ୟ କରାଯାଏ । ତେବେ ଚାଲନ୍ତୁ ଜାଣିବା କେଉଁ ରୋଗ ସମୟରେ ଭେଣ୍ଡି ଖାଇବା ଅନୁଚିତ୍। 

ପ୍ରୋଟିନ, ଫ୍ୟାଟ, କାର୍ବୋ ହାଇଡ୍ରେଟସ୍, ଫାଇବର (Fiber) , ଆଇରନ, ଜିଙ୍କ, ମାଙ୍ଗାନିଜ୍, କପର, ମାଗ୍ନେସିୟମ, ଫସଫରସ, କ୍ୟାଲିସିୟମ, ଭିଟାମିନ୍ ଏ, ଭିଟାମିନ ସି, ଭିଟାମିନ E, ଭିଟାମିନ K, (Unsaturated fatty acid), ଥିୟାମିନ୍, ନିୟାସିନ୍, ଫୋଲେଟ, ଆମିନୋ ଏସିଡ୍ ଭେଣ୍ଡିରେ ଭରୂପର ରହିଛି। ଏତେ ସବୁ ପ୍ରୋଟିନ ଥିବା ସତ୍ତ୍ୱେ ଭେଣ୍ଡି ଖାଇବାକୁ ବାରଣ କରାଯାଏ ।  ତେବେ ଏହି ସବୁ ରୋଗରେ କାହିଁକି ଭେଣ୍ଡି ଖାଇବା ମନ ଆସନ୍ତୁ ଜାଣିବା।

୧-ଯଦି ଆପଣ କିଡନୀ (Kidney Problem) ରୋଗରେ ପୀଡିତ, ତେବେ ଭେଣ୍ଡି ଆପଣଙ୍କ ପାଇଁ ସଠିକ୍ ନୁହେଁ । ଯଦି ଆପଣଙ୍କର କିଡନୀ ଏବଂ ବ୍ଲାଡରରେ ଷ୍ଟୋନ ସମସ୍ୟା ରହିଅଛି ତେବେ ଆପଣଙ୍କୁ ଭେଣ୍ଡି ଖାଇବା ଠାରୁ ଦୂରେଇ ରହିବାକୁ ପଡିବ ।

୨-ବ୍ଲୋଟିଂ ସମସ୍ୟା ଯଦି ରହିଛି ତେବେ ଭେଣ୍ଡି (Lady Finger) ଖାଦ୍ୟ ଠାରୁ ବଞ୍ଚିରୁହନ୍ତୁ । କାରଣ ଭେଣ୍ଡିରେ ଫାଇବରର ମାତ୍ରା ଅଧିକ ରହିଥାଏ। ଯେଉଁଥି ପାଇଁ ବ୍ଲୋଟିଂର ସମସ୍ୟା ବଢିଯାଏ । ଆଉ ଯଦି ଶରୀରରେ ଗ୍ୟାଷ୍ଟ୍ରିକ ସମସ୍ୟା ଅଛି ତେବେ ଭେଣ୍ଡି ଖାଇବା ଠାରୁ ଦୂରେଇ ରୁହନ୍ତୁ।

୩- ସେହିପରି ଡାଏରିଆ(Diarrhea) ଥିଲେ ଭେଣ୍ଡି ଖାଇବାରୁ ଦୂରେଇ ରୁହନ୍ତୁ । ତେବେ ଏହି ସମୟରେ ଭେଣ୍ଡି ଖାଇବା ମାତ୍ରେ ଶରୀର ଆହୁରି ଦୁର୍ବଳ ହେବା ଆରମ୍ଭ କରିଥାଏ । 

୪- ପେଟରେ ଅଲସର (Ulcer) ହେବା ପରିସ୍ଥିତିରେ ଭେଣ୍ଡି ବିଲକୁଲ ଖାଆନ୍ତୁ ନାହିଁ । କାରଣ ଭେଣ୍ଡିରେ ଥିବା ଲାଳ ଅଂଶ ଅଲସର କୁ ଆହୁରି ବଢାଇଦେଇପାରେ । 

୫- କାଶ, ସାଇନସ, ଥଣ୍ଡା (Cold)  ହୋଇଥିବା ସମୟରେ ଭେଣ୍ଡି ଖାଆନ୍ତୁ ନାହିଁ । କାରଣ ଏହା ଥଣ୍ଡା ଜାତୀୟ ଖାଦ୍ୟ ହୋଇଥାଏ ଯାହା ଫଳରେ ଏହାର ସେବନ ରୋଗକୁ ଆହୁରି ବଢାଇ ଥାଏ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ । କିଛି ଆପଣାଇବା ପୂର୍ବରୁ  ସ୍ୱାସ୍ଥ୍ୟ ବିଶେଷଜ୍ଞ ବା ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ)

Also Read: Pregnancy Conceive Tips: ଦୀର୍ଘଦିନର ଚେଷ୍ଟା ସତ୍ତ୍ୱେ ବିଫଳ, ତେବେ ଆପଣାନ୍ତୁ ଗର୍ଭବତୀ ହେବାର ସହଜ ଉପାୟ

Also Read:  Fennel Seeds Health Benefits: ଏହି ୬ଟି ରୋଗ ପାଇଁ ରାମବାଣ ହୋଇଥାଏ ପାନ ମଧୁରୀ, ଜାଣନ୍ତୁ କିପରି କରିବେ ସେବନ?