ସୁନ୍ଦରତା ବଜାୟ ରଖିବା ପାଇଁ ନାଭିରେ ପକାନ୍ତୁ କିଛି ବୁନ୍ଦା, ଚମକିବ ଆପଣଙ୍କ ଚେହେରା
Advertisement
Article Detail0/zeeodisha/odisha1340204

ସୁନ୍ଦରତା ବଜାୟ ରଖିବା ପାଇଁ ନାଭିରେ ପକାନ୍ତୁ କିଛି ବୁନ୍ଦା, ଚମକିବ ଆପଣଙ୍କ ଚେହେରା

ଚେହେରାରେ ଚର୍ମ କୁଞ୍ଚନ,ଡାର୍କ ସର୍କଲ ଦେଖିବାକୁ ମିଳୁଛି,କିନ୍ତୁ ଆପଣ ଜାଣନ୍ତି କି ଘରୋଇ ଉପଚାର ସାହାଯ୍ୟରେ ଆପଣ ଏହି ବାର୍ଦ୍ଧକ୍ୟ ଜନିତ ସମସ୍ୟାକୁ କିଛି ମାତ୍ରାରେ ଦୂର କରିପାରିବେ ।

ସାଙ୍କେତିକ ଫଟୋ

ସମସ୍ତେ ସବୁବେଳେ ଯୁବ ଦେଖାଯିବା ପାଇଁ ଚାହାନ୍ତି କିନ୍ତୁ ଯେମିତି ବୟସ ବୃଦ୍ଧି ହୁଏ ଚେହେରାରେ କଳାଦାଗ,କୁଞ୍ଚନ,ଚର୍ମରେ ଶୁଷ୍କତା ଭଳି ସମସ୍ୟା ଦେଖାଯିବା ଆରମ୍ଭ ହୋଇଥାଏ । ବର୍ତ୍ତମାନ ଅନିୟମିତ ଜୀବନଶୈଳୀ କାରଣରୁ ଏହି ପକ୍ରିୟା ଅଧିକ  ତ୍ବରାନ୍ବିତ ହେଉଛି । ଅସ୍ବାସ୍ଥ୍ୟକର ଖାଦ୍ୟ,ମଦ୍ୟପାନ, କୈଫିନ,ଅନିଦ୍ରତା,ଏବଂ ବ୍ୟାୟାମର ଅଭାବ,ପ୍ରଦୂଷଣ ଭଳି କାରଣରୁ ଲୋକେ ଶୀଘ୍ର ବାର୍ଦ୍ଧକ୍ୟ ଆଡକୁ ଗତି କରୁଛନ୍ତି । ଏହି କାରଣରୁ ଚେହେରାରେ ଚର୍ମ କୁଞ୍ଚନ,ଡାର୍କ ସର୍କଲ ହେଉଛି । କିନ୍ତୁ ଆପଣ ଜାଣନ୍ତି କି ଘରୋଇ ଉପଚାର ସାହାଯ୍ୟରେ ଆପଣ ଏହି ବାର୍ଦ୍ଧକ୍ୟ ଜନିତ ସମସ୍ୟାକୁ କିଛି ମାତ୍ରାରେ ଦୂର କରିପାରିବେ । ଏଥିପାଇଁ କିଛି ଏମିତି ଟିପ୍ସ ବିଷୟରେ ଆସନ୍ତୁ ଜାଣିବା । 

 

Also Read ; ଦହିର ଚମତ୍କାର ଉପକାରିତା ବିଷୟରେ ଜାଣିନାହାନ୍ତି କି, ଖାଆନ୍ତୁ ଏବଂ ନିରୋଗ ରୁହନ୍ତୁ

fallback

୧- ଆୟୁର୍ବେଦ ଅନୁଯାୟୀ ଗୋଲାପ ଜଳରେ ଆଣ୍ଟି ଏଜିଙ୍ଗ ଗୁଣ ଭରପୁର ରହିଥାଏ । ଆପଣ ଏହାକୁ ବ୍ୟବହାର କରି ନିଜକୁ ୟଙ୍ଗ ପରି ରଖିପାରିବେ । ଏଥିପାଇଁ ଆପଣ ନିଜ ପେଟ ନାଭିରେ ଗୋଲାପ ଜଳର କିଛି ବୁନ୍ଦା ପକାନ୍ତୁ ଏହା ପରେ ନିଜ ଆଙ୍ଗୁଠିରେ ମାଲିସ୍ କରନ୍ତୁ । ଏହା ଆପଣଙ୍କୁ ଅନେକ ବର୍ଷ ପର୍ଯ୍ୟନ୍ତ ଯୁବ ଦେଖାଯିବାରେ ସାହାଯ୍ୟ କରିବ । 

fallback

୨- ବାର୍ଦ୍ଧକ୍ୟ ଜନିତ ସମସ୍ୟାକୁ ଏଡାଇବା ପାଇଁ ଆପଣ ଦେଶୀ ଘିଅକୁ ମଧ୍ୟ ବ୍ୟବହାର କରିପାରିବେ । ଚର୍ମକୁ କୋମଳ ଏବଂ ସୁସ୍ଥ କରିବା ପାଇଁ ଘିଅ ଏକ ପ୍ରାକୃତିକ ଉପଚାର । କିଛି ଘିଅ ଗରମ କରି ଶୋଇବା ପୂର୍ବରୁ ନାଭିରେ ଏହାର କିଛି ବୁନ୍ଦା ପକାନ୍ତୁ ଏହା ପରେ ଆଙ୍ଗୁଠିକୁ ମାଲିସ କରନ୍ତୁ । 

fallback
୩- ନିଜ ବୟସ ଠାରୁ କମ୍ ଦେଖାଯିବା ପାଇଁ ଆପଣ ବାଦାମ ତେଲ ମଧ୍ୟ ବ୍ୟବହାର କରିପାରିବେ । ବାଦାମ ତେଲରେ ଅନେକ ଉପକାରିତା ରହିଛି । ବାଦାମ ତେଲରେ ଫ୍ୟାଟି ଏସିଡ୍ ଥାଏ ଯାହା ଦୁର୍ବଳ ଏବଂ ଶୁଷ୍କଚର୍ମକୁ ଚିକିତ୍ସା ବା ସୁଧାର କରିଥାଏ । ଏଥିପାଇଁ ଆପଣ ନାଭିରେ କିଛି ବୁନ୍ଦା ଉଷୁମ ବାଦାମ ତେଲ ପକାଇ ତାକୁ ଭଲ ଭାବରେ ମସାଜ କରିପାରିବେ । 

fallback
୪- ନିମ୍ବ ତେଲ ମଧ୍ୟ ଆପଣଙ୍କୁ ୟଙ୍ଗ ରଖିବା ପାଇଁ ପ୍ରଭାବଶାଳୀ । ଏଥିପାଇଁ ଆପଣ ନାଭିରେ କିଛି ବୁନ୍ଦା ନିମ୍ବତେଲ ପକାଇ ଆଙ୍ଗୁଠୀରେ ମାଲିସ କରନ୍ତୁ । 

fallback
୫- ବାର୍ଦ୍ଧକ୍ୟଜନିତ ସମସ୍ୟାକୁ ଏଡାଇବା ପାଇଁ ଆପଣ ନଡିଆ ତେଲ ମଧ୍ୟ ବ୍ୟବହାର କରିପାରିବେ । ଅଳ୍ପ ନଡିଆ ତେଲକୁ ଗରମ କରି ନାଭିରେ କିଛି ବୁନ୍ଦା ପକାଇ ମସାଜ କରନ୍ତୁ ।