ନ ଛୁଇଁ ଚଲାଇ ପାରିବେ ସ୍ମାର୍ଟ ଫୋନ୍, କମ୍ପ୍ୟୁଟର; ଜାଣନ୍ତୁ, କେମିତି ହେବ ସମ୍ଭବ?
Advertisement
Article Detail0/zeeodisha/odisha1126218

ନ ଛୁଇଁ ଚଲାଇ ପାରିବେ ସ୍ମାର୍ଟ ଫୋନ୍, କମ୍ପ୍ୟୁଟର; ଜାଣନ୍ତୁ, କେମିତି ହେବ ସମ୍ଭବ?

ସାରା ବିଶ୍ବରେ ମହାମାରୀ କୋରୋନା ଆରମ୍ଭ ହେବା ଦିନଠାରୁ ସଂକ୍ରମଣକୁ ରୋକିବା ପାଇଁ ନୂଆ ନୂଆ ଟେକ୍ନୋଲୋଜି ଉଦ୍ଭାବନ କରାଯାଉଛି। ଆପଣଙ୍କ ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ପରି ଟଚ୍ ସ୍କ୍ରିନ୍ ଡିଭାଇସ୍ ମାଧ୍ୟମରେ କୋରୋନା ସଂକ୍ରମଣ ବ୍ୟାପୁଥିବା ନେଇ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। 

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବର୍ତ୍ତମାନ ଆପଣ ଟଚ୍ ନକରି ସ୍ମାର୍ଟ ଫୋନ ବ୍ୟବହାର କରିପାରିବେ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ। ଟଚ୍ ଫ୍ରି ଟଚ୍ ସ୍କ୍ରିନ୍ ଭାରତରେ ତିଆରି ହୋଇଥିବା ବେଳେ ଏହା ୯ ସେଣ୍ଟିମିଟର ଦୂରରୁ ଆପଣଙ୍କ ସ୍ପର୍ଷ ଅନୁଭବ କରିପାରିବ ବା ଅପରେଟ ହୋଇପାରିବ। କୋରୋନା ସଂକ୍ରମଣ ରୋକିବାକୁ ଏହି ସିଷ୍ଟମ୍ ବେଶ ସହାୟକ ହୋଇପାରିବ। ତେବେ ଆସନ୍ତୁ ନଜର ପାକାଇବା ଏହା କିଭଳି ଭାବରେ କାର୍ଯ୍ୟ କରିଥାଏ।
 
ସାରା ବିଶ୍ବରେ ମହାମାରୀ କୋରୋନା ଆରମ୍ଭ ହେବା ଦିନଠାରୁ ସଂକ୍ରମଣକୁ ରୋକିବା ପାଇଁ ନୂଆ ନୂଆ ଟେକ୍ନୋଲୋଜି ଉଦ୍ଭାବନ କରାଯାଉଛି। ଆପଣଙ୍କ ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ପରି ଟଚ୍ ସ୍କ୍ରିନ୍ ଡିଭାଇସ୍ ମାଧ୍ୟମରେ କୋରୋନା ସଂକ୍ରମଣ ବ୍ୟାପୁଥିବା ନେଇ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବେଙ୍ଗାଲୁରୁର ବୈଜ୍ଞାନିକମାନେ ଏକ ଟଚ୍ ଫ୍ରି ଟଚ୍ ସ୍କ୍ରିନ୍ ପ୍ରସ୍ତୁତ କରିଛନ୍ତି। ଆଉ ଏହାକୁ ବ୍ୟବହାର କରି ଆପଣ ୯ ସେଣ୍ଟିମିଟର ଦୂରରୁ ଯେକୌଣସି ଡିଜିଟାଲ୍ ସ୍କ୍ରିନ୍ ବ୍ୟବହାର କରିପାରିବେ।

Also Read: Zeeର ଡିଜିଟାଲ୍ ୟୁଜର୍ସଙ୍କ ପାଇଁ ବଡ଼ ଯୋଜନା, DISH TVକୁ ନେଇ ଏମିତି କହିଲେ Dr Subhash Chandra

 

ବାସ୍ତବରେ ଟଚ୍ ଫ୍ରି ଟଚ୍ ସ୍କ୍ରିନ୍ ପ୍ରକୃତରେ ଏକ ସେନ୍ସର। ଏହି ସେନସରକୁ ଟଚଲେସ୍ ଟଚ୍ ସେନ୍ସର କୁହାଯାଏ। ସେଣ୍ଟର୍ ଫର ନାନୋ ଆଣ୍ଡ ସଫ୍ଟ ମ୍ୟାଟର୍ ସାଇନ୍ସ (CENS) ଏବଂ ଜବାହରଲାଲ ନେହେରୁ ସେଣ୍ଟର ଫର ଆଡଭାନ୍ସଡ ଆଣ୍ଡ ସାଇଣ୍ଟିଫିକ୍ ରିସର୍ଚ୍ଚ (JNCASR) ର ବୈଜ୍ଞାନିକମାନେ ମିଳିତ ଭାବରେ ଟଚ୍ ଫ୍ରି ଟଚ୍ ସ୍କ୍ରିନ୍କୁ ବିକଶିତ କରିଛନ୍ତି। ଏକ ସ୍ୱତନ୍ତ୍ର ପ୍ରିଣ୍ଟିଙ୍ଗ୍ ଟେକ୍ନୋଲୋଜି ବ୍ୟବହାର କରି ଏହି ସେନ୍ସର ତିଆରି କରାଯାଇଛି। ଏଥିପାଇଁ ସେମି ଅଟୋମେଡେଟ୍ ଉତ୍ପାଦନ କାରଖାନା ସ୍ଥାପନ କରାଯାଇଥିବା ନେଇ ଅନୁସନ୍ଧାନକାରୀମାନେ ସୂଚନା ଦେଇଛନ୍ତି। ୩୦୦ ମାଇକ୍ରୋନ୍ ରିଜୋଲ୍ୟୁସନ୍ ସହିତ ପ୍ରିଣ୍ଟେଡ ଏଡେଟ୍ ଢାଞ୍ଚାରେ ଏଠାରେ ଉତ୍ପାଦିତ ହେବ। ଏଗୁଡ଼ିକ ହେଉଛି ବିକଶିତ ଇଲେକ୍ଟ୍ରୋଡ୍ସ, ଯାହା ଟଚ୍ ଲେସ୍  ସ୍କ୍ରିନ୍ ଟେକ୍ନୋଲୋଜିରେ ବ୍ୟବହୃତ ହୋଇପାରିବ।

ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ସେନ୍ସରଟି ବହୁ ଉପଯୋଗ ଅଟେ। ସର୍ବସାଧାରଣ ସ୍ଥାନ ଯେପରି, ସ୍ୱୟଂ ସେବା କିଓସ୍କ, ଏଟିଏମ୍ ଏବଂ ଭେଣ୍ଡିଂ ମେସିନରେ ଉପଯୋଗୀ ପ୍ରମାଣିତ ହେବ। କାରଣ ଏହା ୯ ସେଣ୍ଟିମିଟର ଦୂରରୁ ମଧ୍ୟ ସେନ୍ସର ସ୍ପର୍ଶ ଅନୁଭବ କରେ। ଫଳରେ ଏହି ଟେକ୍ନୋଲୋଜି ଦ୍ବାରା  ଜୀବାଣୁ, ଭୂତାଣୁର ବିସ୍ତାରକୁ ରୋକିବାରେ ବେଶ ସହାୟକ ହୋଇଥାଏ। ଏହି ଗବେଷଣା ମେଟୋରିୟଲ ଲାଟେଷ୍ଟ ଜର୍ନାଲ ପତ୍ରିକାରେ ମଧ୍ୟ ପ୍ରକାଶିତ ହୋଇସାରିଛି। ବୈଜ୍ଞାନିକ ଆଶୁତୋଷ କେ ସିଂହ କହିଛନ୍ତି, ତାଙ୍କ ଟିମ୍ ଏକ ଟଚ୍ ସେନସର୍ ବିକଶିତ କରିଛନ୍ତି ଯାହା ଉପକରଣଠାରୁ ୯ ସେଣ୍ଟିମିଟର ଦୂରରେ ଥିବା ସାମଗ୍ରୀକୁ ମଧ୍ୟ ଅନୁଭବ କରିପାରେ। ସ୍କ୍ରିନକୁ ଦୂରରୁ ମଧ୍ୟ ଅପରେଟ କଲେ ତାହା ଆପଣଙ୍କ ନିର୍ଦ୍ଦେଶକୁ ପାଳନ କରିବ। 

Also Read: LIC ପଲିସି ବଦଳରେ ସହଜରେ ନେଇପାରିବେ ଶସ୍ତା ଋଣ, ଏହା ହେଉଛି ଉପାୟ

ଇଲେକ୍ଟ୍ରୋଡ୍ସ ଉପକରଣ ଗୁଡ଼ିକରେ ବ୍ୟବହାର ପାଇଁ ସ୍ମାର୍ଟ ଇଲୋକ୍ଟ୍ରୋନିକ୍ ଡିଭାଇସ୍ ଟଚଲେସ୍ ସ୍କ୍ରିନ୍ ଏବଂ ସେନ୍ସର ବ୍ବବହାର କରାଯାଏ। ସ୍ୱଚ୍ଛ ଇଲେକ୍ଟ୍ରୋଡ୍ଗୁଡ଼ିକର ବଡ଼ ସମ୍ଭାବନା ଅଛି, ଯେପରିକି ଟଚ୍ ବିହୀନ ସ୍କ୍ରିନ୍ ଏବଂ ସେନ୍ସର। ଏହି ଟଚ୍ ଫ୍ରି ଟଚ୍ ସ୍କ୍ରିନ୍ ସେନସର ଟେକ୍ନୋଲୋଜି ଟଚ୍ ଦ୍ୱାରା ଭୂତାଣୁ ସଂକ୍ରମଣର ପ୍ରତିରୋଧରେ ସାହାଯ୍ୟ କରିଥାଏ। ଏହା ଦ୍ବାରା ବିଭିନ୍ନ ଟେକ୍ନୋଲୋଜିକୁ ଟଚ୍ କରିବା ଦ୍ବାରା ବ୍ୟାପୁଥିବା ଭାଇରସକୁ ରୋକିବାରେ ବେଶ ସହାୟକ ହୋଇପାରିବ।