Short Story In Odia: କାହାଣୀ ଶୁଣିବାକୁ କାହାକୁ ବା ଭଲ ନଲାଗେ। ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଏବେ ଫୋନର ବ୍ୟବହାର ଅଧିକ କରୁଛନ୍ତି। ଆଉ ସେ ଜେଜେ ମା କାହାଣୀ ଶୁଣିବାକୁ ମିଳୁନି। ଏବେ ସଭିଁଏ କାହାଣୀ ପଢିବାକୁ ହେଲେ ଗୋଟିଏ କ୍ଲିକରେ ଫୋନରୁ ବୁଢୀ ମା କାହାଣୀ ସଂଗ୍ରହ କରିନେଉଛନ୍ତି। ଆଉ ଏହି ଚାହିଦାକୁ ନେଇ ଜୀ ଓଡ଼ିଶା ପରିବାର ପକ୍ଷରୁ ଏହି ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ଏଣିତକି ପ୍ରତିଦିନ ଏକ କୁନି କାହାଣୀକୁ ଆମେ ସ୍ଥାନ ଦେବାକୁ ଯାଉଛୁ। ପଞ୍ଚତନ୍ତ୍ର କାହାଣୀ ଠାରୁ ଆରମ୍ଭ କରି ନୀତିଶିକ୍ଷା ପର୍ଯ୍ୟନ୍ତ ସବୁ କିଛି ପାଇପାରିବେ ଗୋଟିଏ କ୍ଲିକ୍ ରେ...
Trending Photos
Short Story In Odia: ଏମିତି ଏକ ଦିନରେ ପିଲାମାନେ ପିକନିକ ଯିବାକୁ ପ୍ଲାନ କଲେ । ଏହା ଶୁଣି ଅଙ୍କିତା ହଠାତ୍ ଚମକିପଡ଼ିଲା। କାରଣ ତାକୁ ଏକ ପୁରୁଣା କଥା ମନେ ପଡ଼ିଗଲା । ଏହି କଥା ସେତେବେଳେର ଯେତେବେଳେ ଅଙ୍କିତା ଦଶମ ଶ୍ରେଣୀରେ ପାଠପଢୁଥିଲା। ଗୋଟେ ଦିନ ଶିକ୍ଷକ ପିକନିକ୍ ଯିବାର ପ୍ଲାନ କରିଲେ । ସବୁ ସାଙ୍ଗଙ୍କ ପରି ଅଙ୍କିତା ମଧ୍ୟ ପିକ୍ ନିକ୍ ଯିବାକୁ ହଁ କହିଲା । ସେଥିପାଇଁ ବସ୍ ବି ପ୍ରସ୍ତୁତ ହୋଇ ରହିଲା। ତେବେ ଅଙ୍କିତା ନିଜର ସାଙ୍ଗ ସହ ସବା ଶେଷରେ ଯାଉଥିବା ବସରେ ବସିବାକୁ ସ୍ଥିର କଲା। ବସରେ ସମସ୍ତେ ମଜାମସ୍ତିରେ ପିକନିକ୍ ବାହାରିଥିଲେ। ତେବେ କିଛି ସମୟ ପରେ ଜଙ୍ଗଲ ପାଖା ପାଖି ପହଞ୍ଚିଥିଲା ବସ୍ । ପାଖାପାଖି ରାତି ଗୋଟେ ତିରିଶ ସମୟରେ ଏକ ବଡ଼ ଶବ୍ଦ ଶୁଣିବାକୁ ମିଳିଲା। ସେହି ସମୟରେ ବସ୍ ଡ୍ରାଇଭର ଗାଡ଼ି ରଖି ତଳକୁ ଓହ୍ଲାଅ ଦେଖେ ତ ଗାଡ଼ି ଟାୟାର ପଙ୍କଚର ହୋଇଛି।
ଡ୍ରାଇଭର ସମସ୍ତଙ୍କୁ କହିଥିଲେ ଯେ ବସର ଟାୟାର ବଦଳାଇବାକୁ ପ୍ରାୟ ଦୁଇ ଘଣ୍ଟା ଲାଗିବ, ଆପଣ ସମସ୍ତେ ତଳକୁ ଓହ୍ଲାଇ ଯାଆନ୍ତୁ। ମୁଁ ଏହାକୁ ଠିକ୍ କରୁଛି ତେବେ ଆପଣମାନେ ନିକଟସ୍ଥ ଢାବାକୁ ଯାଇ କିଛି ଖିଆପିଆ କରିନିଅନ୍ତୁ । ଡ୍ରାଇଭରର କଥା ଶୁଣି ସମସ୍ତେ ତଳକୁ ଓହ୍ଲାଇଆସିଥିଲେ ଏବେ ଦେଖି ଆଶ୍ଚର୍ଯ୍ୟ ହେଲେ ଯେ, ନିକଟରେ ଥିବାଢାବା ଟି ଖୋଲା ରହିଛି ଏବଂ ଏକ ବୁଢା ଲୋକ ସେଠାରେ ଚା' ତିଆରି କରୁଛି। ତେବେ ସେହି ବୁଢା ଲୋକଟି ସମସ୍ତଙ୍କୁ କହିଲାଯେ, ଆପଣ ମାନେ ଚା ପିଇନିଅନ୍ତୁ...ଏହିସ୍ଥାନରେ ସବୁବେଳେ ଗାଡ଼ି ଖରାପ ହୁଏ। ସେଥିପାଇଁ ମୋ ଢାବା ମୁଁ ସବୁବେଳେ ଖୋଲା ରଖିଥାଏ।
ତାଙ୍କ କଥା ଶୁଣିବା ପରେ ସମସ୍ତେ ଚା ’ଅର୍ଡର କଲେ। ସେ ବିନା ସମୟରେ ସମସ୍ତଙ୍କ ପାଇଁ ଚା ତିଆରି କରି ଟେବୁଲ ଉପରେ ରଖିଲେ । ଚା ପିଇବାବେଳେ ଅଙ୍କିତାଙ୍କ ଆଖି ସିଧା ଧବା ଛାତ ଆଡକୁ ଗଲା। ସେଠାରେ ଅଙ୍କିତା ଏକ ଧଳା ଶାଢୀ ପିନ୍ଧିଥିବା ଜଣେ ମହିଳାଙ୍କୁ କେଶ ଖୋଲିଥିବାର ଦେଖିଲେ। କିଛି ସମୟ ପରେ ସେ ଜୋରରେ ହସିବାକୁ ଲାଗିଲା । ଯଦିଓ ହସିବାର ଶବ୍ଦ କେହି ଶୁଣି ପାରିନଥିଲେ, କିନ୍ତୁ ଅଙ୍କିତା ତାଙ୍କୁ ପାଟି ଖୋଲି ବିକଟାଳ ମୁହଁ କରି ହସୁଥିବାର ଦେଖିଥିଲେ।
ଏସବୁ ଦେଖି ଅଙ୍କିତା ଡରି ମରି ଆଖିକୁ ବନ୍ଦ କରିଦେଲେ। ତେବେ ସାହାସ କରି ଅଙ୍କିତା ଯେତେବେଳେ ପୁଣିଥରେ ଚା ପିଇବାକୁ ପ୍ରୟାସ କଲେ ତେବେ ଜଙ୍ଗଲ ଆଡୁ କେହି ଜଣେ ଜୋର ଜୋର ଚାଲିଆସୁଥିବାର ଶବ୍ଦ ଶୁଣିଲେ। ଢାବାରେ ବସିଥିବା ସମସ୍ତ ପିଲା ଓ ଶିକ୍ଷକ ଶିକ୍ଷୟିତ୍ରୀ ସେ ଶବ୍ଦ ଶୁଣି ଡରିଗଲେ। ସମସ୍ତଙ୍କୁ ଏପରି ଅବସ୍ଥା ଦେଖି ସେହି ବୁଢା ଲୋକଟି କହିଲା...ରୁହ ମୁଁ ଦେଖେ...କଣ ହୋଇଛି... ଆପଣମାନେ ଏଇଠି ବସିଥାନ୍ତୁ... ଏହି ସମୟରେ ଏକ ଛାତ୍ରୀର ରକ୍ତ ବାନ୍ତି ହେଲା । ତାକୁ ଦେଖି ସମସ୍ତେ ଡରିଗଲେ। ସେହି ସମୟରେ ଜଣେ ଶିକ୍ଷକ କହିଲେ ଯେ, ସମସ୍ତେ ନିଆଁ ଲଗାଅ ଚାରିଆଡୁ ଘେରି ବସିଯାଅ ଆଉ କେହିବି ଏକା କେଉଁଆଡେ ଯିବେ ନାହିଁ।
କିଛି ସମୟ ପରେ... ସମସ୍ତେ ସୁରକ୍ଷିତ ଭାବେ ବସରେ ପହଞ୍ଚିଲେ। ସମସ୍ତଙ୍କୁ ଶୋଇଯିବାକୁ ଶିକ୍ଷକ କହିଦେଲେ। ଆଖି ଖୋଲିଲା ବେଳକୁ ସମସ୍ତେ ପିକନିକ ସ୍ପଟରେ ପହଞ୍ଚିଯାଇଥିଲେ। ସେଠାରେ ଏକ ସପ୍ତାହ ରହି ପୁଣିଥରେ ଫେରିଥିଲେ। ହେଲେ ସେହି ବସରେ ଥିବା ପ୍ରତିଟି ଛାତ୍ରଛାତ୍ରୀ ଏ ବିଷୟରେ କାହାକୁ କହିନଥିଲେ। ହେଲେ ଧିରେ ଧିରେ ସେଦିନ ରାତି ବିଷୟରେ ଓ ସେ ଢାବା ବିଷୟରେ ଜାଣିଗଲେ। ହେଲେ ଏବେ ବି ପିକନିକ କଥା କହିଲେ ଅଙ୍କିତାଙ୍କ ମନରେ ଛନକା ପଶିଯାଏ।
କାହାଣୀରୁ ଶିକ୍ଷା- ବିତିଯାଇଥିବା କଥା ଓ ଘଟଣାକୁ ଭୁଲିଯିବା ଦରକାର ନଚେତ୍...ଜୀବନସାରା ସେହି ଡର ଆମ ପଛ ଛାଡ଼ିନଥାଏ।