Short Story In Odia: କଷ୍ଟ ଦିନେ ନା ଦିନେ ସଫଳତା ଦିଏ
Advertisement
Article Detail0/zeeodisha/odisha1643200

Short Story In Odia: କଷ୍ଟ ଦିନେ ନା ଦିନେ ସଫଳତା ଦିଏ

Short Story In Odia: କାହାଣୀ ଶୁଣିବାକୁ କାହାକୁ ବା ଭଲ ନଲାଗେ। ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଏବେ ଫୋନର ବ୍ୟବହାର ଅଧିକ କରୁଛନ୍ତି। ଆଉ ସେ ଜେଜେ ମା କାହାଣୀ ଶୁଣିବାକୁ ମିଳୁନି। ଏବେ ସଭିଁଏ କାହାଣୀ ପଢିବାକୁ ହେଲେ ଗୋଟିଏ କ୍ଲିକରେ ଫୋନରୁ ବୁଢୀ ମା କାହାଣୀ ସଂଗ୍ରହ କରିନେଉଛନ୍ତି। ଆଉ ଏହି ଚାହିଦାକୁ ନେଇ ଜୀ ଓଡ଼ିଶା ପରିବାର ପକ୍ଷରୁ ଏହି ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ଏଣିତକି ପ୍ରତିଦିନ ଏକ କୁନି କାହାଣୀକୁ ଆମେ ସ୍ଥାନ ଦେବାକୁ ଯାଉଛୁ। ପଞ୍ଚତନ୍ତ୍ର କାହାଣୀ ଠାରୁ ଆରମ୍ଭ କରି ନୀତିଶିକ୍ଷା ପର୍ଯ୍ୟନ୍ତ ସବୁ କିଛି ପାଇପାରିବେ ଗୋଟିଏ କ୍ଲିକ୍ ରେ...

Short Story In Odia: କଷ୍ଟ ଦିନେ ନା ଦିନେ ସଫଳତା ଦିଏ

Short Story In Odia: ଦୀର୍ଘଦିନ ପୂର୍ବର କଥା...ଏକ ଜଙ୍ଗଲରେ ତିନୋଟି ଛୋଟ ଘୁଷୁରି ରହୁଥିଲେ । ତାଙ୍କ ମା ଆଉ ଏହି ଦୁନିଆରେ ନଥିଲେ। ଏହି ତିନିଜଣ ଏକ ଛୋଟ ସ୍ଥାନରେ ରହୁଥିଲେ। ଯେତେବେଳେ ସେ ଟିକିଏ ବଡ ହେଲେ, ନିଜ ବାସସ୍ଥାନ ତାଙ୍କୁ ଛୋଟ ଲାଗିବାକୁ ଲାଗିଲା। ବର୍ତ୍ତମାନ ତିନୋଟି ଛୋଟ ଘୁଷୁରିର ପ୍ରତ୍ୟେକ ନିଜ ନିଜ ଘର ନିର୍ମାଣ କରିବାକୁ ସ୍ଥିର କଲେ। ପ୍ରଥମ ଘୁଷୁରୀଟି ବିଲକୁଲ କଷ୍ଟ କରିବାକୁ ଚେଷ୍ଟା କଲା ନାହିଁ। ସେ ନିଜ ଚେଷ୍ଚାରେ ପାଇପରେ ଘର ତିଆରି କଲା। 

ସେହିପରି ଦ୍ୱିତୀୟ ଘୁଷୁରୀଟି ଟିକେ ଚେଷ୍ଟା କରି କାଠର ବ୍ୟବହାର କରି ନିଜ ପାଇଁ ଘର ତିଆରି କଲା। ତୃତୀୟ ଘୁଷୁରି କିଛି ସମୟ ଚିନ୍ତା କଲା ଏବଂ ତା’ପରେ ବହୁ ପରିଶ୍ରମ ପରେ ସେ ସଫଳତାର ସହିତ ନିଜ ପାଇଁ ଏକ ଇଟା ଏବଂ ପଥର ଘର ନିର୍ମାଣ କଲା । ବର୍ତ୍ତମାନ ତିନିଜଣ ଆରାମରେ ଜୀବନ ବିତାଉଥିଲେ। 

କିନ୍ତୁ ତାଙ୍କ ଖୁସିରେ ନଜର ଲାଗିଗଲା । ଦିନେ ଏକ ବଡ ବିଲୁଆ ତିନୋଟି ଘୁଷୁରିଙ୍କ ଘର ଉପରେ ଆକ୍ରମଣ କରିବାକୁ ଆସିଲା। ଘର ଭାଙ୍ଗିଦେବା ସହ ଦୁଇଟି ଘୁଷୁରୀକୁ ସେ ଖାଇଦେଲା ଯେଉଁ ଘୁଷୁରୀ ନଡ଼ା ଓ ପାଇପରେ ଘର ତିଆରି କରିଥିଲେ ସେ ମାନେ ଏ ଦୁନିଆରେ ଆଉ ନଥିଲେ। ଠିକ୍ ଏହାପରେ ତୃତୀୟ ଘୁଷୁରୀଟି ନିଜ ଘରେ ଆରାମରେ ବସିଥାଏ କାରଣ ତା ଘର ବାଲି ଓ ଇଟା ରେ ତିଆରି ହୋଇଥିଲା । ଯାହା ଫଳରେ ବିଲୁଆଟି ଚେଷ୍ଟା କରିବା ସତ୍ତ୍ୱେ ସେ ଘୁଷୁରୀ ପାଖ ମାଡ଼ିପାରିନଥିଲା।

କାହାଣୀରୁ ଶିକ୍ଷା-: କର୍ମ କଷ୍ଟ ଦିଏ ସତ ହେଲେ କର୍ମ କଷ୍ଟ ଅନୁଯାୟୀ ପରିଶ୍ରମର ଫଳ ଦିଏ।