Solar Eclipse 2022: ଏହି ପାଞ୍ଚ ରାଶି ପାଇଁ ଅଶୁଭ ବର୍ଷର ସୂର୍ଯ୍ୟପରାଗ! ଏବେଠୁ ହୋଇଯାଆନ୍ତୁ ସତର୍କ
Advertisement

Solar Eclipse 2022: ଏହି ପାଞ୍ଚ ରାଶି ପାଇଁ ଅଶୁଭ ବର୍ଷର ସୂର୍ଯ୍ୟପରାଗ! ଏବେଠୁ ହୋଇଯାଆନ୍ତୁ ସତର୍କ

Solar Eclipse 2022: ଏଥର କାର୍ତ୍ତିକ ମାସରେ (Kartik Month) ପୁଣି ଏକ ମହାଜାଗତିକ କିର୍ତ୍ତିନାମ ହେବାକୁ ଯାଉଛି। ଏହି ମାସରେ ଏକାଥରକେ ସୂର୍ଯ୍ୟପରାଗ (Solar Eclipse) ଓ ଚନ୍ଦ୍ରଗ୍ରହଣ (Munar Eclipse) ହେବ। ଏହାର ପ୍ରଭାବ ରାଜ୍ୟ, ଦେଶ ଓ ବିଶ୍ୱରେ କଣ ପଡ଼ିବ ଜୀ ଓଡ଼ିଶାର (Zee Odisha News) ଜ୍ୟୋତିର୍ବିଦ (Astrologer) ଏକ ଭବିଷ୍ୟବାଣୀ କରିଛନ୍ତି। ଏଥି ସହିତ ପୁରୀ ମନ୍ଦିରରେ ପରିଚାଳନା କମିଟି ତରଫରୁ ସ୍ୱତନ୍ତ୍ର ପୂଜା ରୀତିନୀତି କରିବାକୁ ଯୋଜନା ହୋଇଛି।

Solar Eclipse 2022: ଏହି ପାଞ୍ଚ ରାଶି ପାଇଁ ଅଶୁଭ ବର୍ଷର ସୂର୍ଯ୍ୟପରାଗ! ଏବେଠୁ ହୋଇଯାଆନ୍ତୁ ସତର୍କ

Solar Eclipse 2022: ଏଥର ଦୀପାବଳି ଅକ୍ଟୋବର ୨୫ରେ ପଡୁଛି ଏବଂ ଏହାର ଠିକ୍ ୧୫ ଦିନ ପରେ ଦେବ ଦୀପାବଳୀ ଦିନ ଚନ୍ଦ୍ରଗ୍ରହଣ ପଡ଼ିବ । ସୂର୍ଯ୍ୟପରାଗ ସର୍ବଦା ଅମାବାସ୍ୟା ଦିନ ପଡେ ଏବଂ ଚନ୍ଦ୍ରଗ୍ରହଣ ସର୍ବଦା ପୂର୍ଣ୍ଣିମା ଦିନ ପଡ଼ିଥାଏ । ଚଳିତ ବର୍ଷ ଦେବ ଦୀପାବଳି ନଭେମ୍ବର ୮ ତାରିଖରେ ପଡୁଛି । ମାତ୍ର ଦୀପାବଳି ଚନ୍ଦ୍ରଗ୍ରହଣର ସୂତକ ସମୟର ପୂର୍ବରୁ ପାଳନ କରାଯିବ। ସେହିପରି ୨୦୨୨ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟପରାଗ ୨୫ ଅକ୍ଟୋବର ମଙ୍ଗଳବାର ଦିନ ହେବ। ତେବେ ଏହି ସୂର୍ଯ୍ୟପରାଗ ପାଞ୍ଚ ରାଶି ପାଇଁ ଅଶୁଭଙ୍କର ହେବ ବୋଲି ଜ୍ୟୋତିଷମାନେ ମତ ପ୍ରକାଶ କରିଛନ୍ତି।

୨୦୨୨ ବର୍ଷର ଶେଷ ସୂର୍ଯ୍ୟପରାଗ ୨୫ ଅକ୍ଟୋବରରୁ ରାତି ୪:୨୯ରେ ଆରମ୍ଭ ହେବ। ଏହା ସନ୍ଧ୍ୟା ୫:୪୨ରେ ଶେଷ ହେବ। ଏହି ସୂର୍ଯ୍ୟପରାଗ ଏସିଆ (Asia), ୟୁରୋପର ଦକ୍ଷିଣ-ପଶ୍ଚିମ ଭାଗରେ (Southern / Eastern Europe), ଆଟଲାଣ୍ଟିକ୍ ଏବଂ ଆଫ୍ରିକା ମହାଦେଶର ଉତ୍ତର-ପୂର୍ବ ଭାଗରେ ଦୃଶ୍ୟମାନ ହେବ। ଭାରତର କିଛି ଅଞ୍ଚଳରେ ମଧ୍ୟ ଏହା ଦେଖାଯାଇପାରେ, ତେଣୁ ଏହି ସୂର୍ଯ୍ୟପରାଗ ଓ ସୂତକ ସମୟର ପ୍ରଭାବ ବୈଧ ହେବ। ତେବେ କାର୍ତ୍ତିକ ମାସରେ ଉଭୟ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ପଡୁଥିବାରୁ ଏହାର କିଛି କୁପ୍ରଭାବ ରହିଛି। ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ କି ପ୍ରଭାବ ପଡିବ।

Also Read: Horoscope of 14th October 2022: ଶୁଭଙ୍କର ଶୁକ୍ରବାର, ଆଜି ଏହି ରାଶିର ବ୍ୟକ୍ତି ପଥରକୁ ଛୁଇଁଲେ

ବୃଷ:

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସୂର୍ଯ୍ୟପରାଗ ଅଶୁଭ ହୋଇପାରେ। ଏହି ରାଶିର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିପାରେ। ଏପରି ପରିସ୍ଥିତିରେ, ଏହି ରାଶିର ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ।

ମିଥୁନ:

ସୂର୍ଯ୍ୟପରାଗରେ ମିଥୁନ ରାଶିର ବ୍ୟକ୍ତିମାନେ ଯାତ୍ରା ବେଳେ ସାବଧାନ ରହିବା ଉଚିତ୍। ଚାକିରି କିମ୍ବା ବ୍ୟବସାୟରେ କିଛି ପରିବର୍ତ୍ତନ ହୋଇପାରେ। ଏହି ପରିବର୍ତ୍ତନ ଆପଣଙ୍କ ପାଇଁ କଷ୍ଟଦାୟକ ହୋଇପାରେ। ଏପରି ପରିସ୍ଥିତିରେ, ମିଥୁନ ରାଶିର ବ୍ୟକ୍ତିମାନେ ବିଚାର କରି ନିଷ୍ପତ୍ତି ନେଇବା ଉଚିତ, ନହେଲେ ଆର୍ଥିକ କ୍ଷତିର ସମ୍ଭାବନା ଅଛି।

କନ୍ୟା: 

ଏହି ସୂର୍ଯ୍ୟପରାଗ, କନ୍ୟା ରାଶିର ଲୋକଙ୍କ ପାଇଁ ଶୁଭ ନୁହେଁ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁମାନଙ୍କର ବ୍ୟବସାୟ ବିଦେଶ ସହିତ ଜଡିତ, ସେମାନେ ଏହି ସମୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନ ନେଲେ ଭଲ। ଏହି ସମୟରେ ଖର୍ଚ୍ଚ ବୃଦ୍ଧି ପାଇବାର ଆଶଙ୍କା ରହିଛି।

Also Read: କାର୍ତ୍ତିକ ମାସରେ ଏକାଥରକେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ, କଣ ରହିଛି ବିପଦ ଆସନ୍ତୁ ଶୁଣିବା ଜ୍ୟୋତିଷ ବାଣୀ

 

ତୁଳା:

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟ ତୁଳା ରାଶିରେ ଅବସ୍ଥାପନ କରିବେ। ଏଭଳି ପରିସ୍ଥିତିରେ ପରାଗର ସର୍ବାଧିକ ପ୍ରଭାବ ତୁଳା ରାଶିର ଲୋକଙ୍କ ଉପରେ ପଡ଼ିବ। ଏହି ସମୟ ମଧ୍ୟରେ ସେମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି। ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ମଧ୍ୟ ପଡିପାରନ୍ତି। ବିଶେଷ କରି ହୃଦ ରୋଗୀମାନେ ସାବଧାନ ରହିବା ଆବଶ୍ୟକ।

ବିଚ୍ଛା:

ବିଚ୍ଛା ରାଶିର ଲୋକଙ୍କ ପାଇଁ ଏହି ସୂର୍ଯ୍ୟପରାଗ ଅଶୁଭ ଅଟେ। ଆୟ ହ୍ରାସ ହୋଇପାରେ। ଅଯଥାରେ ବିବାଦ ଆଡକୁ ଟାଣି ହୋଇଯିବେ। ପରିବାରରେ ଚିନ୍ତା ବୃଦ୍ଧି ହୋଇପାରେ। ତୁଣ୍ଡରେ ଲଗାମ ଲଗାନ୍ତୁ।