ନୂଆବର୍ଷରେ ନବୀନଙ୍କ ଗିଫ୍ଟ । ୩୩୨୮ ଜଣ ମଲଟି ଲିଙ୍ଗୁଆଲ ଶିକ୍ଷକ ନିୟମିତ ହେବା ନେଇ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି ।
Trending Photos
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ନିୟମିତ ହେବେ ଶିକ୍ଷା ସହାୟକ । ବହୁଦିନ ଧରି ଶିକ୍ଷା ସହାୟକମାନେ ଏନେଇ ସଂଗ୍ରାମ କରି ଆସୁଥିବା ବେଳେ ଏବେ ତାଙ୍କର ଡାକ ଶୁଣିଛନ୍ତି ରାଜ୍ୟ ସରକାର । ୩୩୨୮ ଜଣ ମଲଟି ଲିଙ୍ଗୁଆଲ ଶିକ୍ଷକ ନିୟମିତ ହେବା ନେଇ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି ।
ଚାକିରୀର ୬ ବର୍ଷ ପରେ ସେମାନଙ୍କୁ ସହକାରୀ ଶିକ୍ଷକ ଭାବେ ମାନ୍ୟତା ମିଳିବ । ଆଜି ସଂଧ୍ୟାରେ ବସିଥିବା କ୍ୟାବିନେଟ ବୈଠକ (Cabinet meeting) ରେ ଶକ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା, ଜଳସମ୍ପଦ ଓ ପୂର୍ତ୍ତ ପ୍ରଭୃତି ବିଭାଗର ୧୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି ।
Also Read: କମିଲା ଶୀତ; ଦୁଇଦିନ ଧରି ଏହି ଜିଲ୍ଲା ଗୁଡିକରେ ହେବ ବର୍ଷା
ଗ୍ରାମାଞ୍ଚଳରେ ଲୋ ଭୋଲଟେଜ୍ (Low Voltage) ସମସ୍ୟା ଦୂର କରିବା ପାଇଁ ୪ଟି ସ୍ଥାନରେ ହେବ ଗ୍ରୀଡ୍ ସବଷ୍ଟେସନ । ଏଥିପାଇଁ ଖର୍ଚ୍ଚ ହେବ ୨୬୦ କୋଟି ଟଙ୍କା । ସେହିପରି ଏସସିବି (SCB Medical) ରେ ୬୦୦ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ହେବ କ୍ୱାର୍ଟର ବ୍ୟବସ୍ଥା।