ଏହାସହ ପଶ୍ଚିମା ବାୟୁ ପ୍ରବାହ ଯୋଗୁଁ ୨୬ ତାରିଖ ବେଳକୁ କୋହଲା ପାଗ ସହ ଆଭ୍ୟନ୍ତରୀଣ ଇଲାକାର କିଛି ଜାଗାରେ ବର୍ଷା(Rain) ହେବ ବୋଲି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
Trending Photos
ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ଉଠିଲା ପାରଦ, କମିଲା ଶୀତ, ହାଡ଼ଭଙ୍ଗା ଜାଡ଼ରୁ ମିଳିଲା ସାମାନ୍ୟ ଆଶ୍ବସ୍ତି । ରାଜ୍ୟରେ ଲଗାଣ ଶୀତ ଲହରୀରେ ବ୍ରେକ୍ ଲାଗିଛି । ଆଜିଠାରୁ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ତେବେ ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୯ ଜିଲ୍ଲା କନ୍ଧମାଳ, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ନୟାଗଡ, ସୋନପୁର ଓ ବୌଦ୍ଧରେ ହାଲୁକା କୁହୁଡି (Fog) ଦେଖାଦେବାର ସମ୍ଭାବନା ରହିଛି । ଏହାସହ ପଶ୍ଚିମା ବାୟୁ ପ୍ରବାହ ଯୋଗୁଁ ୨୬ ତାରିଖ ବେଳକୁ କୋହଲା ପାଗ ସହ ଆଭ୍ୟନ୍ତରୀଣ ଇଲାକାର କିଛି ଜାଗାରେ ବର୍ଷା(Rain) ହେବ ବୋଲି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
Also Read: ୮୦୦ ଲୋକ ଥିବା ବୋଟରେ ଲାଗିଲା ନିଆଁ, ୪୦ ଜଣଙ୍କ ମୃତ୍ୟୁ
୨୬ ଓ ୨୭ ଦୁଇ ଦିନ ଧରି ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain) ହେବ । ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ୬.୫ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୧୧ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଛି ।