Surya Grahan 2023: ୨୦ ଏପ୍ରିଲରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଏହି ୪ ଟି ରାଶିର ଫିଟିଯିବ ଭାଗ୍ୟ
Advertisement
Article Detail0/zeeodisha/odisha1653967

Surya Grahan 2023: ୨୦ ଏପ୍ରିଲରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଏହି ୪ ଟି ରାଶିର ଫିଟିଯିବ ଭାଗ୍ୟ

Surya Grahan 2023 News In Odia: ୨୦୨୩ ବର୍ଷର ପ୍ରଥମ ସୂର୍ଯ୍ୟପରାଗ (Surya Grahan 2023) ମେଷ ରାଶି (Zodiac Signs) ଏବଂ ଅଶ୍ୱିନୀ ନକ୍ଷତ୍ରରେ ଘଟିତ ହେବାକୁ ଯାଉଛି । ଭାରତରେ ଏହାର ଜ୍ୟୋତିଷିକ ଏବଂ ଧାର୍ମିକ ମହତ୍ତ୍ୱ ରହିଛି । ଯାହା ଅନୁଯାୟୀ ସୂର୍ଯ୍ୟପରାଗକୁ ଅଶୁଭ ଘଟଣା ମାନା ଯାଇଥାଏ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Surya Grahan 2023 News In Odia: ୨୦୨୩ ବର୍ଷର ପ୍ରଥମ ସୂର୍ଯ୍ୟପରାଗ (Surya Grahan 2023) ମେଷ ରାଶି (Zodiac Signs) ଏବଂ ଅଶ୍ୱିନୀ ନକ୍ଷତ୍ରରେ ଘଟିତ ହେବାକୁ ଯାଉଛି । ଭାରତରେ ଏହାର ଜ୍ୟୋତିଷିକ ଏବଂ ଧାର୍ମିକ ମହତ୍ତ୍ୱ ରହିଛି । ଯାହା ଅନୁଯାୟୀ ସୂର୍ଯ୍ୟପରାଗକୁ ଅଶୁଭ ଘଟଣା ମାନା ଯାଇଥାଏ । ଏହି ଘଟଣା ଦ୍ୱାରା ମନୁଷ୍ୟ ଜୀବନରେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଉଭୟ ପ୍ରଭାବ ପଡ଼ିଥାଏ । ଚଳିତ ବର୍ଷ ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ୨୦ ରେ ଲାଗିବାକୁ ଯାଉଛି । ଏହା ମେଷ ରାଶିରେ ଲାଗିବାକୁ ଯାଉଛି ଯାହାକି ପାଖାପାଖି ୨୪ ମିନିଟ ପର୍ଯ୍ୟନ୍ତ ରହିବ ।

ସୂର୍ଯ୍ୟ ଗ୍ରହଣ ପରେ ସୂର୍ଯ୍ୟର ରାଶି ପରିବର୍ତ୍ତନ ହେବ । ସୂର୍ଯ୍ୟପରାଗ (Surya Grahan )କାରଣରୁ ଚାରୋଟି ରାଶି ଉପରେ ଏହାର ଅଧିକ ପ୍ରଭାବ ରହିବ । ସୂର୍ଯ୍ୟ ଏହିଦିନ ଉଚ୍ଚ ରାଶି ମେଷରେ ରହିବେ ଏବଂ ଏହାର ଦୁଇଦିନ ପରେ ଗୁରୁ ସ୍ଥାନ ପରିବର୍ତ୍ତନ କରିବେ । ତେଣୁ ଏହି ସୂର୍ଯ୍ୟପରାଗ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମାନା ଯାଉଛି । ସୂର୍ଯ୍ୟପରାଗର ସମୟ ଏପ୍ରିଲ ୨୦ , ୦୭.୦୫ ସମୟରେ ଏବଂ ସମାପ୍ତି ୧୨.୨୯ ରେ ହେବ ।

Also Read : Road Accident: ପୋଲ ତଳକୁ ଖସିଲା ଟ୍ରାକ୍ଟର, ଘଟଣାସ୍ଥଳରେ ୨୧ ମୃତ

Also Read : TaroRoot Benefits: ସାରୁ ରୁ ଶରୀରରକୁ ମିଳିଥାଏ ଏହିସବୁ ଜବରଦସ୍ତ ଫାଇଦା

ତେଣୁ ସୂର୍ଯ୍ୟପରାଗର ଅବଧି ମୋଟ ୫ ଘଣ୍ଟା ୨୪ ମିନିଟ ହେବ । ଶାସ୍ତ୍ରରେ କୁହାଯାଇଛି ଯେ ସୂର୍ଯ୍ୟପରାଗ ଆସିବା ପରେ ପୃଥିବୀ ସହିତ ଜଡ଼ିତ ଅନେକ ଆପଦ ଆସିଥାଏ । ଚନ୍ଦ୍ରଗ୍ରହଣ ଦ୍ୱାରା ପାଣି ସହିତ ଜଡ଼ିତ ଆପଦ ଅଧିକ ଆସିଥାଏ । ଏଥରର ସୂର୍ଯ୍ୟପରାଗ ଭାରତରେ ନୁହେଁ ବରଂ ଥାଇଲାଣ୍ଡ , ଚୀନ , ଆମେରିକା , ଆଣ୍ଟାର୍କଟିକା , ଭିଏତନାମ , ଅଷ୍ଟ୍ରେଲିଆ ଇତ୍ୟାଦି ଦେଶରେ ଦେଖାଯିବ ।

ତେବେ ଏହାର ସୂତକ କାଳ ଭାରତରେ ମାନ୍ୟ ହେବ ନାହିଁ । କିନ୍ତୁ ସୂର୍ଯ୍ୟପରାଗ କାରଣରୁ ମନୁଷ୍ୟ ଜୀବନରେ ଅନେକ ପ୍ରଭାବ ପଡ଼ିଥାଏ । ଏମିତିକି ସମଗ୍ର ୧୨ ଟି ରାଶି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ । ତେଣୁ କିଛି ସାବଧାନତା ଅନୁଯାୟୀ ସୂର୍ଯ୍ୟପରାଗ ସମୟରେ କୌଣସି ଶୁଭ କାର୍ଯ୍ୟ ପୂଜାପାଠ କରିବା ଉଚିତ ନୁହେଁ । ଏହି ସମୟରେ ମନ୍ଦିର ବନ୍ଦ ରହିଥାଏ ଏବଂ ଗର୍ଭବତୀ ମହିଳା ଏହି ସମୟରେ ସ୍ୱତନ୍ତ୍ର ସତର୍କତା ପାଳନ କରିବା ଉଚିତ ।

ମେଷ ରାଶିର ବ୍ୟକ୍ତିଙ୍କ ଉପରେ ଏହାର ଅଧିକ ପ୍ରଭାବ ରହିବ । ତେଣୁ ଏହି ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ମେଷ ରାଶିର ସ୍ୱାମୀ ମଙ୍ଗଳ ଗ୍ରହ ଅଟେ । ତେଣୁ ଏହି ସମୟରେ ମାନସିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । ସୂର୍ଯ୍ୟପରାଗ ପରେ ଆର୍ଥିକ , ବ୍ୟବସାୟିକ ସମସ୍ୟାର ସାମ୍ନା କରିବାକୁ ପଡ଼ିବ । ମାତ୍ର ଆପଣଙ୍କ ରାଶିକୁ ଗୁରୁ ଆସିବା କାରଣରୁ ଆପଣଙ୍କୁ ଆଶ୍ୱସ୍ତି ମିଳିପାରେ ।

ସୂର୍ଯ୍ୟପରାଗ ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ । ମେଷ ରାଶିର ବ୍ୟକ୍ତି ବିଶେଷ ପ୍ରଭାବରୁ ମୁକ୍ତ ରହିବା ପାଇଁ ମହାଦେବଙ୍କ ଆରାଧନା କରନ୍ତୁ । ସୂର୍ଯ୍ୟପରାଗର ପ୍ରଭାବ ଚାରୋଟି ରାଶି ଉପରେ ସର୍ବାଧିକ ପଡ଼ିବ । ଯେଉଁ କାରଣରୁ ଏମାନଙ୍କୁ ଚାକିରୀରେ ପଦୋନ୍ନତି , ଧନ ଲାଭ ମିଳିବ । ତେବେ ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛି ବୃଷଭ ରାଶି ।

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଆମଦାନୀରେ ବୃଦ୍ଧି , ବିଦେଶୀ ଧନ ପ୍ରାପ୍ତି , ଜୀବନସାଥୀ ତରଫରୁ ଧନ ପ୍ରାପ୍ତି , ଏକାଧିକ ଉତ୍ସରୁ ଧନ ପ୍ରାପ୍ତି ହେବ । ଏହି ରାଶିର ବ୍ୟକ୍ତିଙ୍କ ଚତୁଃପାଶ୍ୱର୍ରେ ସକାରାତ୍ମକ ବାତାବରଣ ରହିବ । ରୋଜଗାର ସନ୍ଧାନରେ ଥିବା ଲୋକଙ୍କୁ ଶୁଭ ସମାଚାର ମିଳିବ । ବାମ ଆଖି କିମ୍ବା ଗୋଡ଼ରେ ଆଘାତ ଲାଗିପାରେ । ତେଣୁ ଏହି ସମୟରେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଶୁଭ ଫଳ ପାଇଁ ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ ।

ଏହି ସମୟରେ ଆଗାମୀ ଭାଗ୍ୟଶାଳୀ ରାଶି ହେଉଛି ମିଥୁନ ରାଶି । ସୂର୍ଯ୍ୟପରାଗ କାରଣରୁ ଏହି ରାଶିର ବ୍ୟକ୍ତିଙ୍କୁ ଧନ ଲାଭ ହେବ । ଯାତ୍ରାର ଯିବାର ଯୋଗ ବନୁଛି । ଅଟକି ରହିଥିବା ଧନ ଫେରି ପାଇବେ । ବୈବାହିକ ଜାତକ ପାଇଁ ସନ୍ତାନ ପ୍ରାପ୍ତିର ଯୋଗ ରହିଛି । ରାଜନୈତିକ ଏବଂ ବ୍ୟବସାୟିକ ଲାଭ ପ୍ରାପ୍ତ ହେବ ଏବଂ ମାନ ସମ୍ମାନରେ ମଧ୍ୟ ବୃଦ୍ଧି ହେବ ।