Neechbhang Rajyog 2023: ୫୦୦ ବର୍ଷ ପରେ ସୂର୍ଯ୍ୟ ଓ ଶୁକ୍ରଙ୍କ ନୀଚଭଙ୍ଗ ରାଜଯୋଗ, ବଦଳିବ ଏହି ୩ ରାଶିର ଲୋକଙ୍କ ଭାଗ୍ୟ..
Advertisement
Article Detail0/zeeodisha/odisha1946488

Neechbhang Rajyog 2023: ୫୦୦ ବର୍ଷ ପରେ ସୂର୍ଯ୍ୟ ଓ ଶୁକ୍ରଙ୍କ ନୀଚଭଙ୍ଗ ରାଜଯୋଗ, ବଦଳିବ ଏହି ୩ ରାଶିର ଲୋକଙ୍କ ଭାଗ୍ୟ..

Surya Shukra making Neechbhang Rajyog 2023:ପ୍ରତ୍ୟେକ ଗ୍ରହ ସମୟ ସମୟରେ ନିଜର ଦିଗ ଓ ସ୍ଥିତି ପରିବର୍ତ୍ତନ କରିଥାନ୍ତି। ଏହି ଗ୍ରହମାନଙ୍କ ଚଳନ ସମସ୍ତ ରାଶିର ଲୋକଙ୍କ ଉପରେ ଶୁଭ ଏବଂ ଅଶୁଭ ପ୍ରଭାବ ପକାଇଥାଏ। ତେବେ ଚଳିତ ବର୍ଷ ଅକ୍ଟୋବର ୧୮ ତାରିଖ, ସୂର୍ଯ୍ୟ ତୁଳା ରାଶିରେଏବଂ ପରେ ନଭେମ୍ବର ୩ ତାରିଖରେ ଶୁକ୍ର କନ୍ୟା ରାଶିକୁ ସ୍ଥାନାନ୍ତର ହୋଇଥିଲେ।

Neechbhang Rajyog 2023:  ୫୦୦ ବର୍ଷ ପରେ ସୂର୍ଯ୍ୟ ଓ ଶୁକ୍ରଙ୍କ ନୀଚଭଙ୍ଗ ରାଜଯୋଗ, ବଦଳିବ ଏହି ୩ ରାଶିର ଲୋକଙ୍କ ଭାଗ୍ୟ..

Surya Shukra making Neechbhang Rajyog 2023:ପ୍ରତ୍ୟେକ ଗ୍ରହ ସମୟ ସମୟରେ ନିଜର ଦିଗ ଓ ସ୍ଥିତି ପରିବର୍ତ୍ତନ କରିଥାନ୍ତି। ଏହି ଗ୍ରହମାନଙ୍କ ଚଳନ ସମସ୍ତ ରାଶିର ଲୋକଙ୍କ ଉପରେ ଶୁଭ ଏବଂ ଅଶୁଭ ପ୍ରଭାବ ପକାଇଥାଏ। ତେବେ ଚଳିତ ବର୍ଷ ଅକ୍ଟୋବର ୧୮ ତାରିଖ, ସୂର୍ଯ୍ୟ ତୁଳା ରାଶିରେଏବଂ ପରେ ନଭେମ୍ବର ୩ ତାରିଖରେ ଶୁକ୍ର କନ୍ୟା ରାଶିକୁ ସ୍ଥାନାନ୍ତର ହୋଇଥିଲେ। ତୁଳା ରାଶିରେ ସୂର୍ଯ୍ୟ ସାମାନ୍ୟ ଦୁର୍ବଳ ହୋଇଯାଇଥାନ୍ତି ଏବଂ ଶୁକ୍ର କନ୍ୟା ରାଶିରେ ଦୁର୍ବଳ ହୋଇଥାନ୍ତି। ସେହିପରି, ସୂର୍ଯ୍ୟ ଏବଂ ଶୁକ୍ର ଏକତ୍ର ନୀଚଭଙ୍ଗ ରାଜଯୋଗ ଗଠନ କରିଥାନ୍ତି। ଏହି ନୀଚଭଙ୍ଗ ରାଜଯୋଗ ସମସ୍ତ ରାଶିକୁ ପ୍ରଭାବିତ କରିବାକୁ ଯାଉଛି। ସେଥିମଧ୍ୟରୁ ୩ଟି ରାଶି ରହିଛି। ଏହି ରାଶିର ଲୋକମାନେ ଶୁକ୍ର ଓ ସୂର୍ଯ୍ୟଙ୍କ ବିଶେଷ ଆର୍ଶୀବାଦ ପାଇ ପାରିବେ।

କନ୍ୟା ରାଶି: ନୀଚଭଙ୍ଗ ରାଜଯୋଗ କନ୍ୟା ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ଜଣାପଡ଼ିଛି। ଏହି ଲୋକମାନେ ହଠାତ୍ ଅନେକ ଅର୍ଥର ମାଲିକ ହୋଇପାରିବେ। ଏହି ରାଶିର ଲୋକମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରେ। ଆୟରେ ବୃଦ୍ଧି ହୋଇପାରେ। ଏମାନେ କୌଣସି ଏକ ବଡ଼ କାର୍ଯ୍ୟରେ ସଫଳତା ହାସଲ କରିପାରନ୍ତି। ଗୁରୁଜନମାନଙ୍କୁ ଠାରୁ ଆର୍ଶିବାଦ ମିଳିବ। କୌଣସି ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ବ୍ୟବସାୟୀମାନେ ଲାଭବାନ ହେବେ।

କର୍କଟ: ନୀଚଭଙ୍ଗ ରାଜଯୋଗ କର୍କଟ ରାଶିର ଲୋକଙ୍କ ପାଇଁ ଶୁଭଫଳ ଆଣିବ।ଆପଣଙ୍କ ସାହସ ଏବଂ ବୀରତ୍ୱ ବୃଦ୍ଧି ପାଇବ। ଆପଣ ସଫଳତା ହାସଲ କରିବେ। ଯେଉଁମାନେ ଦେଶ ବିଦେଶରେ ବ୍ୟବସାୟ କରୁଛନ୍ତି ସେମାନେ ବହୁତ ଉପକୃତ ହେବେ। ଏହି ରାଶିର ଲୋକମାନେ ନୂଆ ଜମି କିମ୍ବା ନୂଆ ଗାଡ଼ି କିଣି ପାରନ୍ତି। ପାରିବାରିକ ଏବଂ ବୈବାହିକ ଜୀବନ ସୁଖମୟ ହେବ। କ୍ୟାରିୟରରେ ଆଗକୁ ବଢ଼ିବେ।

ମକର ରାଶି: ନୀଚଭଙ୍ଗ ରାଜଯୋଗ ମକର ରାଶିର ଲୋକଙ୍କୁ ଶୁଭ ଫଳାଫଳ ଦେବ। ଏହି ଲୋକମାନଙ୍କର ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବୁଝି ବିଚାରି ଆପଣ କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଆର୍ଥିକ ସ୍ଥିତି ମଜବୁତ ହୋଇପାରେ। କାର୍ଯ୍ୟ-ବ୍ୟବସାୟରେ ଆପଣ ସଫଳତା ପାଇବେ। ଆପଣଙ୍କ ଇଚ୍ଛା ପୂରଣ ହେବ। ଆପଣ ଜମି ଏବଂ ଗାଡି଼ କିୁଣିବାର ଯୋଗ ରହିଛି। ବ୍ୟବସାୟକୁ ବିସ୍ତାର କରିବା ପାଇଁ ଏହା ଏକ ଭଲ ସମୟ। ଆପଣ ଏକ ଲମ୍ବା ଯାତ୍ରା କରିପାରନ୍ତି।

(ସତ୍ୟାପନ: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ | ZEE Odisha ଏହା ନିଶ୍ଚିତ କରେ ନାହିଁ |)

Also Read: PM Kisan FPO Scheme: କୃଷକଙ୍କ ପାଇଁ ଖୁସି ଖବର! ଏହି ଯୋଜନା ଅଧିନରେ ଏବେ ପାଇପାରିବେ ୧୫ ଲକ୍ଷ ଟଙ୍କା...