ଆଲର୍ଜି ନା କୋରୋନା ସଂକ୍ରମଣ? ଦ୍ୱନ୍ଦରେ ଥିଲେ ଏପରି କରନ୍ତୁ ଚିହ୍ନଟ
Advertisement

ଆଲର୍ଜି ନା କୋରୋନା ସଂକ୍ରମଣ? ଦ୍ୱନ୍ଦରେ ଥିଲେ ଏପରି କରନ୍ତୁ ଚିହ୍ନଟ

 ଲୋକମାନେ କୋରୋନା ଏବଂ ଅନ୍ୟାନ୍ୟ ରୋଗ ମଧ୍ୟରେ ପାର୍ଥକ୍ୟ କରିପାରନ୍ତି ନାହିଁ। ଫଳରେ ଆଲର୍ଜି ହୋଇଥିଲେ ମଧ୍ୟ କୋରୋନାକୁ ନେଇ ଭୟଭିତ ହୁଅନ୍ତି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: କୋରୋନା ସଂକ୍ରମଣକୁ ନେଇ ଲୋକଙ୍କ ମନରେ ଭୟ ଥିବାବେଳେ ଏହି ଭୂତାଣୁ ବିଷୟରେ ଅନେକ ଭୁଲ ଧାରଣା ରହିଛି। କାରଣ ଏହାର ଲକ୍ଷଣ ଫ୍ଲୁ ଏବଂ ଆଲର୍ଜିର ଲକ୍ଷଣ ସହିତ ସମାନ। ଏହି କାରଣରୁ ଲୋକମାନେ କୋରୋନା ଏବଂ ଅନ୍ୟାନ୍ୟ ରୋଗ ମଧ୍ୟରେ ପାର୍ଥକ୍ୟ କରିପାରନ୍ତି ନାହିଁ। ଫଳରେ ଆଲର୍ଜି ହୋଇଥିଲେ ମଧ୍ୟ କୋରୋନାକୁ ନେଇ ଭୟଭିତ ହୁଅନ୍ତି।

ଆପଣ କିପରି କୋଭିଡ୍ ଏବଂ ଆଲର୍ଜି ମଧ୍ୟରେ ପାର୍ଥକ୍ୟ କରିପାରିବେ?

COVID-19 ସେତେବେଳେ ହୁଏ, ଯେତେବେଳେ ଜଣେ SARS-CoV-2 ଭୂତାଣୁ ଦ୍ୱାରା ସଂକ୍ରମିତ ହୁଅନ୍ତି। ଏହି ସଂକ୍ରମଣ ଖୁବଶୀଘ୍ର ବ୍ୟାପିଥାଏ। ଏହା ମଣିଷର ଶ୍ୱାସକ୍ରିୟାକୁ ପ୍ରଭାବିତ କରେ। SARS-CoV-2 ବାୟୁ ଏବଂ ଶାରୀରିକ ଯୋଗାଯୋଗ ମାଧ୍ୟମରେ ବ୍ୟାପିଥାଏ।
 

Also Read: 'ଆପଣ ଅନୁମତି ଦିଅନ୍ତୁ, ମୁଁ ଦାୟିତ୍ୱ ନେବି'

ଆଲର୍ଜି ହେଉଛି ଏକ ପ୍ରକାର ପ୍ରତିକ୍ରିୟା। ଏହା ସେତେବେଳ ହୁଏ, ଯେତେବେଳେ ପ୍ରତିରକ୍ଷା ପ୍ରଣାଳୀ ଏକ ବାହ୍ୟ ଉପାଦାନ ସଂସ୍ପର୍ଶରେ ଆସେ। ଏହାକୁ hay fever ମଧ୍ୟ କୁହାଯାଏ। ଅବଶ୍ୟ, ଏହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟକୁ ବ୍ୟାପି ନଥାଏ, କାରଣ ବିଭିନ୍ନ ଲୋକ ବିଭିନ୍ନ ଜିନିଷରେ ଆଲର୍ଜି ଥାଏ।

covid-19ର ଲକ୍ଷଣ:

କୋରୋନା ଦ୍ୱାରା ସଂକ୍ରମିତ ହେଲେ ଥକ୍କାପଣ, କଫ, ନିଶ୍ୱାସ ନେବାରେ ଅସୁବିଧା, ଜ୍ୱର ହୁଏ। ସ୍ୱାଦ ଏବଂ ଗନ୍ଧ ବାରି ହୁଏ ନାହିଁ।|

ଆଲର୍ଜିର ଲକ୍ଷଣ:

ଆଲର୍ଜିର ଲକ୍ଷଣ ହେଉଛି ନାକ ପ୍ରବାହିତ, ଚର୍ମ ଏବଂ ଆଖି ପୋଡିବା, ଦେହ ଫୁଲିଯିବା।

କୋରୋନା ସଂକ୍ରମଣରୁ କିପରି ରକ୍ଷା ପାଇବେ?

  • ଘରୁ ବାହାରିବାବେଳେ ସର୍ବଦା ମାସ୍କ ପିନ୍ଧନ୍ତୁ।
  • ବାହାରୁ ଆସିବା ପରେ ପ୍ରାୟ ୨୦ ସେକେଣ୍ଡ ହାତ ଧୁଅନ୍ତୁ।
  • ସର୍ବଦା ସାଥିରେ ଏକ ସାନିଟାଇଜର ରଖନ୍ତୁ। ଯେତେବେଳେ ସାବୁନ ଏବଂ ପାଣି ନଥାଏ ସେତେବେଳେ ଏହାକୁ ବ୍ୟବହାର କରିପାରିବେ।
  • ବାହାରୁ ଯାହା ଜିନିଷ ଆଣନ୍ତି ସାନିଟାଇଜ୍ କରନ୍ତୁ।
  • ଏହା ବ୍ୟତୀତ ବାଷ୍ପ ନେବା ମଧ୍ୟ ପ୍ରଭାବଶାଳୀ ହେବ। ଯଦି ଥଣ୍ଡା ଏବଂ କାଶ ଅଛି, ତେବେ ନିଶ୍ଚିତ ଭାବରେ ଦିନକୁ ଦୁଇଥର ବାଷ୍ପ ନିଅନ୍ତୁ।

Also Read: କୋରୋନା କଟକଣାକୁ ଆଂଶିକ କୋହଳ କଲେ ରାଜ୍ୟ ସରକାର, ଜାଣନ୍ତୁ କ'ଣ ଖୋଲା, କ'ଣ ରହିବ ବନ୍ଦ?

ଆଲର୍ଜିରୁ କିପରି ରକ୍ଷା ପାଇବେ?

  • ଯେଉଁ ଖାଦ୍ୟରେ ଆପଣ ଆଲର୍ଜି ଅଛନ୍ତି ତାହା ଚିହ୍ନଟ କରନ୍ତୁ।
  • ଆଲର୍ଜିରୁ ରକ୍ଷା ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ପରେ ସର୍ବଦା ଔଷଧ ଖାଆନ୍ତୁ।
  • ଯଦି ଧୂଳିରେ ଆଲର୍ଜି ଅଛନ୍ତି ଏବଂ କୌଣସି ସ୍ଥାନକୁ ଯାଉଛନ୍ତି, ତେବେ ସର୍ବଦା ଔଷଧ ପାଖରେ ରଖନ୍ତୁ।
  • ପାଖରେ ଏକ କାର୍ଡ ରଖନ୍ତୁ ଯେଉଁଥିରେ ଲେଖା ହୋଇଥିବ ଯେ ଆପଣ କେଉଁ ଜିନିଷଗୁଡ଼ିକରେ ଆଲର୍ଜି ଅଛି।
  • ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ପାଇଁ ସର୍ବଦା ସୁସମ ଖାଦ୍ୟ ଖାଆନ୍ତୁ ଏବଂ ନିୟମିତ ବ୍ୟାୟାମ କରନ୍ତୁ।