Tea Side Effects: ଚା’ ପ୍ରେମୀ ରୁହନ୍ତୁ ସତର୍କ, ହୋଇପାରେ ଏସବୁ ମାରତ୍ମକ ରୋଗ
Advertisement
Article Detail0/zeeodisha/odisha1414525

Tea Side Effects: ଚା’ ପ୍ରେମୀ ରୁହନ୍ତୁ ସତର୍କ, ହୋଇପାରେ ଏସବୁ ମାରତ୍ମକ ରୋଗ

Tea Side Effects: ଅଧିକ ଚା' ପିଇବା ଦ୍ୱାରା ଅନେକ ରୋଗ ହୋଇପାରେ । ଏହାର ଅଧିକ ସେବନ ପେଟରେ ଘା’, ରକ୍ତଚାପ ବୃଦ୍ଧି ଭଳି ରୋଗ ସୃଷ୍ଟି କରିପାରେ । ଡାକ୍ତରମାନେ କହିଛନ୍ତି ଯେ ଯଦି ଦୈନନ୍ଦିନ ଆପଣ ଅଧିକ ମାତ୍ରାରେ ଚା’ ପିଉଥାନ୍ତି, ତେବେ ନିଶ୍ଚିତ ଭାବରେ ଏହାକୁ ହ୍ରାସ କରନ୍ତୁ ।

ସୌ: ସୋସିଆଲ ମିଡିଆ

Tea and Health: ଆପଣ ଚା’ ପ୍ରେମୀଙ୍କୁ ନିଶ୍ଚୟ ଦେଖିଥିବେ । ଏପରି କିଛି ଲୋକ ଅଛନ୍ତି ଯେ ତାଙ୍କର ସକାଳର ନିଦ ଗୋଟେ କପ୍ ଚା ବିନା ଖୋଲି ନ ଥାଏ । କିଛି ଲୋକ ଚା’ ପିଇବାକୁ ଏତେ ଭଲ ପାଆନ୍ତି ଯେ ସେମାନଙ୍କୁ ପ୍ରତି ଘଣ୍ଟାରେ ଚା' ଦରକାର ହୋଇଥାଏ । କେହି କେହି ଚା'କୁ ଏନର୍ଜି ପାଇଁ ପିଅନ୍ତି ଓ ଆଉ କେହି କେହି ଟେନସନରୁ ଆରାମ ଏହାକୁ ପାଆନ୍ତି, କିନ୍ତୁ ଆପଣ ଜାଣନ୍ତି କି ଯଦି ଆପଣ ଅଧିକ ଚା' ପିଇବାକୁ ଭଲ ପାଆନ୍ତି, ତେବେ ଆପଣ ନିଜେ ଅନେକ ରୋଗକୁ ନିମନ୍ତ୍ରଣ ଦେଉଛନ୍ତି । ଚା’ରୁ ଅନେକ ରୋଗ ହୋଇପାରେ । ଆସନ୍ତୁ ଏବିଷୟରେ ଜାଣିବା...

ରକ୍ତଚାପର ବୃଦ୍ଧି 
ସାଧାରଣତଃ ଦିନକୁ ଦୁଇଥର ଚା’ ପିଇବା ଭଲ । କିନ୍ତୁ ଯଦି ଆପଣ ଅଧିକ ଚା' ପିଉଛନ୍ତି ତେବେ ଏହା ରକ୍ତଚାପ ବୃଦ୍ଧି କରିପାରେ । ଡାକ୍ତରମାନେ କହିଛନ୍ତି ଯେ ଯଦି ଆପଣଙ୍କର ପୂର୍ବରୁ ରକ୍ତଚାପ ଭଳି ରୋଗ ଅଛି, ତେବେ ଆଦୌ ଚା' ପିଅନ୍ତୁ ନାହିଁ । ଏହା ଶୀଘ୍ର ରକ୍ତଚାପ ବଢ଼ାଇପାରେ । ଏହାଦ୍ୱାରା ଅନେକ କ୍ଷତି ମଧ୍ୟ ହୋଇପାରେ ।

ହୋଇପାରେ ହାର୍ଟଆଟାକ 
ରକ୍ତଚାପ ସିଧାସଳଖ ହାର୍ଟ ସହିତ ଜଡିତ । ରକ୍ତଚାପର ଅର୍ଥ ହେଉଛି ରକ୍ତଚାପକୁ ବଜାୟ ରଖିବା । ଯଦି ରକ୍ତଚାପ ପ୍ରଭାବ ଅଧିକ ଥାଏ, ତେବେ ହାର୍ଟରେ ଚାପ ବଢ଼ିବାରେ ଲାଗେ । ଯେତେବେଳେ ଚାପ ବଢେ, ସେତେବେଳେ ହାର୍ଟରୁ ଶୀଘ୍ର ରକ୍ତ ପ୍ରଭହିତ ହୋଇଥାଏ । ଏହି କାରଣରୁ ଅନେକ ଥର ହାର୍ଟର ଆକାର ବଢିଥାଏ ଓ ହାର୍ଟଆଟାକ ହେବାର ମଧ୍ୟ ସମ୍ଭାବନା ଥାଏ । 

ଏସିଡ୍ ସମସ୍ୟା ସୃଷ୍ଟି ହୋଇଥାଏ
ଅଧିକ ଚା' ପିଇବା ଦ୍ୱାରା ଏସିଡ୍ ସମସ୍ୟା ଆରମ୍ଭ ହୋଇଯାଏ । ସକାଳେ ଖାଲି ପେଟରେ ଚା' ପିଇବା ଏହି ସମସ୍ୟାକୁ ଆହୁରି ବଢ଼ାଇପାରେ । ଯେତେବେଳେ ଗ୍ୟାସ୍ ଉତ୍ପନ୍ନ ହୁଏ, ପେଟ ଫୁଲିବା ଆରମ୍ଭ କରେ । ହଜମ ପ୍ରକ୍ରିୟା ଦୁର୍ବଳ ହୋଇଯାଏ, ଅଧିକ ଚା' ଦ୍ୱାରା ହଜମ ପ୍ରକ୍ରିୟା ବ୍ୟାଘାତ ଯୋଗୁଁ ସମସ୍ତ ଅଙ୍ଗ ପ୍ରଭାବିତ ହୁଏ । ଅନ୍ତନଳୀରେ ଗମ୍ଭୀର ସଂକ୍ରମଣ ମଧ୍ୟ ହୋଇପାରେ । 

ଜଳ ଅଭାବ ଦେଖା ଦେଇପାରେ
ଯଦି ଆପଣ ଅଧିକ ଚା' ପିଇବାକୁ ଭଲ ପାଆନ୍ତି, ତେବେ ଏହା ଶରୀରରେ ଜଳ ଅଭାବ ମଧ୍ୟ ସୃଷ୍ଟି କରିପାରେ । ଏହା ଡିହାଇଡ୍ରେସନ୍ ସମସ୍ୟା ସୃଷ୍ଟି କରିପାରେ । ବେଳେବେଳେ ଲୋକମାନେ ଚା’ରେ କଫିନ୍ ମଧ୍ୟ ବ୍ୟବହାର କରନ୍ତି । ଏହା ଏହି ସମସ୍ୟା ସୃଷ୍ଟି କରିଥାଏ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ଉପାୟ ଓ ପଦ୍ଧତିଗୁଡିକ କେବଳ ପରାମର୍ଶ ଭାବରେ ନିଅନ୍ତୁ । କୌଣସି ଚିକିତ୍ସା / ଔଷଧ ପରାମର୍ଶକୁ ଅନୁସରଣ କରିବା ପୂର୍ବରୁ ଦୟାକରି ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।)

ଏହା ବି ପଢ଼ନ୍ତୁ: Health Tips: ଭୁଲରେ ବି ଅଧିକ ସେବନ କରନ୍ତୁ ନାହିଁ ଏସବୁ ଜିନିଷ, ଆପଣଙ୍କ ଠାରୁ ଛଡାଇ ନେବ ବାପା-ମା' ହେବାର ସୁଖ!