ଗୋଟିଏ ସମସ୍ୟା ଯୋଗୁଁ ଏହି ଗାଁର ଲୋକମାନେ ତିଆରି କଲେ ନିଜର 'ସୂର୍ଯ୍ୟ'
Advertisement

ଗୋଟିଏ ସମସ୍ୟା ଯୋଗୁଁ ଏହି ଗାଁର ଲୋକମାନେ ତିଆରି କଲେ ନିଜର 'ସୂର୍ଯ୍ୟ'

Artificial Sun: ଏହା ଦେଖି ଗାଁର ଜଣେ ଆର୍କିଟେକ୍ଟ ଜଣେ ଇଞ୍ଜିନିୟର ସାଥୀଙ୍କ ସାହାଯ୍ୟରେ ସମାଧାନ ଖୋଜିବାକୁ ଚେଷ୍ଟା ଆରମ୍ଭ କଲେ । ଗାଁର ମେୟରଙ୍କ ମଧ୍ୟ ସମର୍ଥନ ମିଳିଥିଲା ଓ ୨୦୦୬ ମସିହାରେ କୃତ୍ରିମ ସୂର୍ଯ୍ୟ ଏଠାରେ ତିଆରି ହୋଇଗଲା ।

ଗୋଟିଏ ସମସ୍ୟା ଯୋଗୁଁ ଏହି ଗାଁର ଲୋକମାନେ ତିଆରି କଲେ ନିଜର 'ସୂର୍ଯ୍ୟ'

ନୂଆଦିଲ୍ଲୀ: Artificial Sun: ସୂର୍ଯ୍ୟକିରଣ (Sunlight) ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଦୀର୍ଘ ସମୟ ଧରି ସୂର୍ଯ୍ୟକିରଣର ଅଭାବ ଯୋଗୁଁ ଅନେକ ପ୍ରକାରର ରୋଗ ଆମ ଶରୀରରେ ବ୍ୟାପିବା ଆରମ୍ଭ କରେ । ମଣିଷ ସୂର୍ଯ୍ୟ କିରଣ ନ ମିଳିବା କାରଣରୁ ନକାରାତ୍ମକ ମାନସିକତା, ନିଦ୍ରାର ଅଭାବ, ମନ ଖରାପ ହେବା ଭଳି ସମସ୍ୟା ସହ ସଂଘର୍ଷ କରନ୍ତି । ସୂର୍ଯ୍ୟ କିରଣ ବିନା ଜୀବନ ଅସମ୍ଭବ କହିଲେ ଅତୁକ୍ତ ହେବ ନାହିଁ । ବିନା ସୂର୍ଯ୍ୟ କିରଣରେ ଜୀବନ (Life) ର ଉତ୍ପତ୍ତି ସମ୍ଭବ ନୁହେଁ । ତେଣୁ କୁହାଯାଏ ସକଳ ଶକ୍ତିର ଆଧାର ହେଉଛି ସୂର୍ଯ୍ୟ (Sun) ।

କିନ୍ତୁ ଆପଣ ଜାଣନ୍ତି କି ପୃଥିବୀ (Earth) ର କିଛି ଅଂଶ ଅଛି ଯେଉଁଠାରେ ସୂର୍ଯ୍ୟ କିରଣ (Sunlight) ପହଞ୍ଚେ ନାହିଁ । ସେଥିମଧ୍ୟରୁ ଗୋଟିଏ ହେଉଛି ଇଟାଲୀ (Italy) ର ଭିଗାନେଲ୍ଲା (Viganella) । ଏହି ଗାଁରେ ସୂର୍ଯ୍ୟ ଉଦୟ ହୁଏ ନାହିଁ । ଗାଁରେ ସୂର୍ଯ୍ୟକିରଣ ନ ପହଞ୍ଚିବା କାରଣରୁ ଲୋକମାନେ କୃତ୍ରିମ ସୂର୍ଯ୍ୟ (Artificial Sun) ତିଆରି କରିଛନ୍ତି ।

ଚାରି ପାର୍ଶ୍ୱରେ ପର୍ବତ ଦ୍ୱାରା ଘେରି ରହିବା କାରଣରୁ ସୂର୍ଯ୍ୟ କିରଣ (Sunlight) ଭିଗାନେଲ୍ଲା (Viganella) ଗ୍ରାମରେ ପହଞ୍ଚି ପାରେନାହିଁ । ଏହି ଗାଁ ମିଲାନ (Milan) ର ଉତ୍ତର ଭାଗରୁ ୧୩୦ କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ ପ୍ରାୟ ୨୦୦୦ ଲୋକ ବାସ କରନ୍ତି । ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ସୂର୍ଯ୍ୟକିରଣର ଗୋଟିଏ କିରଣ ଏଠାରେ ପହଞ୍ଚେ ନାହିଁ ।

ଏହା ଦେଖି ଗାଁର ଜଣେ ଆର୍କିଟେକ୍ଟ ଜଣେ ଇଞ୍ଜିନିୟର ସାଥୀଙ୍କ ସାହାଯ୍ୟରେ ସମାଧାନ ଖୋଜିବାକୁ ଚେଷ୍ଟା ଆରମ୍ଭ କଲେ । ଗାଁର ମେୟରଙ୍କ ମଧ୍ୟ ସମର୍ଥନ ମିଳିଥିଲା ଓ ୨୦୦୬ ମସିହାରେ କୃତ୍ରିମ ସୂର୍ଯ୍ୟ ଏଠାରେ ତିଆରି ହୋଇଗଲା ।

ଏହା ବି ପଢ଼ନ୍ତୁ:-ବିୟର ପିଇବାର ରହିଛି ଏହି ୫ଟି ଲାଭ, ଜାଣିଲେ ଚକିତ ହେବେ ଆପଣ

ଏହା ବି ପଢ଼ନ୍ତୁ:-ଏପର୍ଯ୍ୟନ୍ତ କୋରୋନା ସଂକ୍ରମିତ ହୋଇ ନଥିବା ଲୋକଙ୍କ ପାଇଁ ଆସିଛି ଖରାପ ଖବର

ଏହା ବି ପଢ଼ନ୍ତୁ:-ହାର୍ଦ୍ଦିକ ପଟେଲଙ୍କ ଗେରୁଆ ଅବତାର, ହାତ ଛାଡ଼ି ଧରିବେ ପଦ୍ମ!

କୃତ୍ରିମ ସୂର୍ଯ୍ୟ (Artificial Sun) ପାଇଁ ଆର୍କିଟେକ୍ଟ  ୧ ମିଲିୟନ୍ ୟୁରୋ ଖର୍ଚ୍ଚ କରିଥିଲେ । ଗ୍ଲାସର ଓଜନ ୧.୧ ଟନ୍ ହେବ । ଏହା କମ୍ପ୍ୟୁଟର ମାଧ୍ୟମରେ ପରିଚାଳିତ ହୋଇଥାଏ । ୪୦ ବର୍ଗ କିଲୋମିଟରର ଦର୍ପଣ ପର୍ବତର ଶୀର୍ଷରେ ସ୍ଥାପିତ ହୋଇଛି । ଏହାର ସୂର୍ଯ୍ୟକିରଣ (Sunlight) ଦର୍ପଣ ଉପରେ ପଡ଼ି ଗାଁରେ ପହଞ୍ଚିବା ଆରମ୍ଭ କଲା । ଏହା ଦ୍ୱାରା ଦିନକୁ ୬ ଘଣ୍ଟା ଆଲୋକର ପ୍ରତିଫଳନ ସୃଷ୍ଟି ହୁଏ ।