କୋଡ଼ିଏ ହଜାର ଟଙ୍କା ତଳେ ମିଳୁଛି ଏହି ୪ଟି ସାନଦାର Laptop
Advertisement
Article Detail0/zeeodisha/odisha942917

କୋଡ଼ିଏ ହଜାର ଟଙ୍କା ତଳେ ମିଳୁଛି ଏହି ୪ଟି ସାନଦାର Laptop

ଏହି ସମସ୍ୟାରୁ ମଧ୍ୟ ଆପଣ ବଞ୍ଚିତ ହୋଇପାରିବେ କାରଣ ଆପଣଙ୍କ ହାତ ପାହାନ୍ତାରେ ଏବେ କମ ଦାମର ଲାପଟପ ମଧ୍ୟ ଉପଲବ୍ଧ ହେବାରେ ଲାଗିଛି ।

କୋଡ଼ିଏ ହଜାର ଟଙ୍କା ତଳେ ମିଳୁଛି ଏହି ୪ଟି ସାନଦାର Laptop

ନୂଆଦିଲ୍ଲୀ: Top-5 Laptop Under 20,000 Rs In India:କୋରୋନା ଭାଇରସ ଯୋଗୁଁ ସାରା ଦେଶରେ ଗତବର୍ଷ ଠାରୁ ସ୍କୁଲ କଲେଜ ବନ୍ଦ ହେବା ପରେ ଏବେ ଧିରେ ଧିରେ ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ତେବେ ବନ୍ଦ ସମୟରେ ପିଲାଙ୍କୁ ଅନଲାଇନ କ୍ଲାସ କରିବାକୁ ପଡ଼ୁଛି । ଯାହାଫଳରେ ଏହି ଦିନ ମାନଙ୍କରେ ସ୍ମାର୍ଟ ଫୋନ ଓ ଲାପଟପର ଚାହିଦା ବଢିଛି । ହେଲେ ଯେଉଁ ମାନଙ୍କର ଲାପଟପ ନାହିଁ ସେମାନେ ମୋବାଇଲ ଫୋନରେ ଶିକ୍ଷାଗ୍ରହଣ କରୁଛନ୍ତି ତେବେ ଏତେ ସମୟ ଧରି ମୋବାଇଲର ଛୋଟ ସ୍କ୍ରିନ ଦେଖୁଥିବାରୁ ପିଲାଙ୍କ ଆଖିରେ ମଧ୍ୟ ସମସ୍ୟା ଦେଖାଦେବାରେ ଲାଗିଛି । ହେଲେ ଏହି ସମସ୍ୟାରୁ ମଧ୍ୟ ଆପଣ ବଞ୍ଚିତ ହୋଇପାରିବେ କାରଣ ଆପଣଙ୍କ ହାତ ପାହାନ୍ତାରେ ଏବେ କମ ଦାମର ଲାପଟପ ମଧ୍ୟ ଉପଲବ୍ଧ ହେବାରେ ଲାଗିଛି ।

FlipKart ଓ Amazon ଭଳି ୱେବସାଇଚଟରେ ଆପଣ ୨୦ ହଜାର ଟଙ୍କାରୁ କମ ଦାମରେ ଥିବା ଲାପଟପ କିଣିପାରିବେ।  ୨୦ ହଜାରରୁ କମ୍ ଟଙ୍କାରେ ଆପଣଙ୍କୁ ଆଇବଲ୍, ଅବିଟା, ଆରଡିପି, ଲାଭା ଭଳି ଭଲ କମ୍ପାନୀ ଗୁଡ଼ିକର ଲାପଟପ ମିଳିପାରିବ । ଏଥିରେ ଆପଣଙ୍କୁ ବଡ଼ ସ୍କ୍ରିନ୍, Windows 10 ଓ ୪ ଜିବି RAM ର ସପୋର୍ଟ ମିଳିବ । 

Also Read: ଖୁସି ଖବର! କେନ୍ଦ୍ର ପରେ ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା, ପେନସନଭୋଗୀ ମଧ୍ୟ ହେବେ ଉପକୃତ

ଆଇବଲ୍ କମ୍ପାନୀର କୋମବୁକ୍ ପେଣ୍ଟିୟମ୍ କ୍ୱାଡ୍ କୋର ଲାପଟପ୍ କମ୍ ମୂଲ୍ୟରେ ଉପଲବ୍ଧ । ଲାପଟପ୍ ରେ ୪ GB RAM ଅଛି । ୧୪ ଇଞ୍ଚର ବଡ଼ ସ୍କ୍ରିନ୍ ମଧ୍ୟ ଦିଆଯାଇଛି । କମ୍ପାନୀ ଏହା ସହିତ ୱିଣ୍ଡୋଜ୍ 10 ମଧ୍ୟ ଦେଉଛି। ଏହି ଲାପଟପ୍ ମାତ୍ର ଏକ କିଲୋ ୩୦ ଗ୍ରାମର, ଯାହାକୁ ଆପଣ ସହଜରେ ବହନ କରିପାରିବେ । ଏଥିରେ 14 ଇଞ୍ଚ ଫୁଲ୍ HD ଏଲଇଡି ବ୍ୟାକଲିଟ୍ ଆଇପିଏସ୍ ଡିସପ୍ଲେ ଅଛି । ମୂଲ୍ୟ ବିଷୟରେ କହିବାକୁ ଗଲେ, ଆପଣ ଏହି ଲାପଟପ୍ କୁ ଫ୍ଲିପକାର୍ଟରେ ମାତ୍ର ୧୩ ହଜାର ୯୯୦ ଟଙ୍କାରେ ପାଇପାରିବେ ।

Also Read: ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା, ପନ୍ତ ପରେ ଆଉ ଜଣ ସଦସ୍ୟ ହେଲେ କରୋନା ପଜିଟିଭ୍

ଫ୍ଲିପକାର୍ଟରେ ଲାପଟପ୍ ରେ ଅବିଟା କୋସମସ Two In One ଉପଲବ୍ଧ । ଏଥିରେ ୪ GB RAM ଏବଂ ୬୪ GB ଷ୍ଟୋରେଜ୍ ଅଛି । ଏହାର ସ୍କ୍ରିନ୍ ୧୧.୬ ଇଞ୍ଚର ରହିଛି । ଏହି ଲାପଟପ୍ ବିଷୟରେ ବିଶେଷ କଥା ହେଉଛି ଏହାର କିବୋର୍ଡ୍ ସମ୍ପୂର୍ଣ୍ଣ ଅଲଗା । ଏହାବାଦ ଆପଣ ଏହାକୁ ଟାବଲେଟ୍ ଭାବରେ ମଧ୍ୟ ବ୍ୟବହାର କରିପାରିବେ । ଆପଣ ଏହାକୁ ୧୭ ହଜାର ୯୯୦ ଟଙ୍କାରେ କିଣିପାରିବେ । 

Also Read: Indane ଆଣିଲା Composite Cylinder, ଜାଣନ୍ତୁ ଫାଇଦା...

ଆପଣ ଆମାଜନରେ RDP ଥିନ୍ବୁକ୍ 1010 କିଣି ପାରିବେ । ଏଥିରେ ୪ GB RAM ଏବଂ ୬୪ GB ଆଭ୍ୟନ୍ତରୀଣ ଷ୍ଟୋରେଜ୍ ଅଛି | ବିଶେଷ କଥା ହେଉଛି ଏଥିରେ ୧ ଟିବି ଷ୍ଟୋରେଜ୍ ମଧ୍ୟ ଉପଲବ୍ଧ । ଏହାର ୧୪.୧ ଇଞ୍ଚ HD ସ୍କ୍ରିନ୍ ଅଛି । ଏହି ଲାପଟପ୍ ରେ ୱିଣ୍ଡୋଜ୍ 10 ପ୍ରୋ ଅପରେଟିଂ ସିଷ୍ଟମ୍ ମଧ୍ୟ ଦିଆଯାଇଛି । ଏଥିରେ ୱେବକ୍ୟାମ, ମାଇକ୍ ଏବଂ ଟାଇପ୍ ସି ସମର୍ଥନ ଅଛି । ଆପଣ ଏହାକୁ ୧୯ ହଜାର ୬୨୧ ଟଙ୍କାରେ କିଣିପାରିବେ।

Also Read: କେନ୍ଦ୍ର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା, କିନ୍ତୁ ମିଳିବନି ୧୮ ମାସର DA ଏରିୟର
 
Flipkart ରେ ମିଳୁଛି ଲାଭା ଲାପଟପ୍ । ଏହା 2 GB RAM ଏବଂ ୩୨ GB ଷ୍ଟୋରେଜ୍ ସହିତ ଆସିବ । ଏହାର ପରଦା ୧୨.୫ ଇଞ୍ଚ ହେବ । ଏଥିରେ ୱିଣ୍ଡୋଜ୍ ୧୦OS ପ୍ରି-ଇନଷ୍ଟଲ୍ ହୋଇଛି । ଲାପଟପ୍ ରେ ଗୋଟିଏ ବର୍ଷ ୱାରେଣ୍ଟି ଏବଂ ବ୍ୟାଟେରୀରେ ୬ ମାସ ୱାରେଣ୍ଟି ଅଛି । ଆପଣ ଏହି ଲାପଟପ୍ କୁ ମାତ୍ର ୧୨ ହଜାର ୯୯୯ ରେ କିଣିପାରିବେ ।