ପଲିମର ଦ୍ୱାରା ଆବୃତ ଫାଇବରଗ୍ଲାସର ଏକ ସ୍ତର ଦ୍ୱାରା ଆଚ୍ଛାଦିତ ଏବଂ ବାହାରେ HDPE ଜ୍ୟାକେଟରେ ଲାଗିଥାଏ । ବର୍ତ୍ତମାନ ଯେଉଁ ସିଲିଣ୍ଡର ଆସୁଛି ତାହା ଷ୍ଟିଲର ହୋଇଥାଏ ।
Trending Photos
ନୂଆଦିଲ୍ଲୀ: Indane Smart Cylinder: ଇଣ୍ଡିଆନ ଅଏଲ କର୍ପୋରେସନ ନିଜ ଗ୍ରାହକଙ୍କ ପାଇଁ ଏକ ନୂଆ ସିଲିଣ୍ଡର ଆଣିଛି । IOC ର କହିବା କଥା କି, ସ୍ମାର୍ଟ କିଚେନକୁ ଆଖି ସାମ୍ନାରେ ରଖି ଏହାକୁ ଅଣାଯାଇଛି । ଏହି ନୂଆ ସିଲିଣ୍ଡରକୁ Composite Cylinder ର ନାଁ ଦିଆଯାଇଛି। ଏହି ଗ୍ୟାସର ବିଶେଷତା ହେଉଛି ଏଥିରେ ଆପଣ ଜାଣିଯିବେ ଯେ, ଗ୍ୟାସ କେତେ ଅଛି କେତେ ଗ୍ୟାସ ଖର୍ଚ୍ଚ ହୋଇଛି ।
Indane ର Smart ସିଲିଣ୍ଡର
ଇଣ୍ଡେନ କମ୍ପୋଜିଟ ସିଲିଣ୍ଡର ସାଧାରଣ ସିଲିଣ୍ଡର ଠାରୁ ଅଧିକ ମଜଭୁତ ଓ ସୁରକ୍ଷିତ । ଏହାର ନିର୍ମାଣ ତିନୋଟି ପରସ୍ତରେ ହୋଇଛି । ଏହା ଏକ ବ୍ଲୋ-ମଲ୍ଡ ହାଇ-ଡେନସିଟି ପଲିଥାଇଲନ୍ (HDPE) ଆଭ୍ୟନ୍ତରୀଣ ଲାଇନ୍ର୍ ଦ୍ୱାରା ନିର୍ମିତ, ପଲିମର ଦ୍ୱାରା ଆବୃତ ଫାଇବରଗ୍ଲାସର ଏକ ସ୍ତର ଦ୍ୱାରା ଆଚ୍ଛାଦିତ ଏବଂ ବାହାରେ HDPE ଜ୍ୟାକେଟରେ ଲାଗିଥାଏ । ବର୍ତ୍ତମାନ ଯେଉଁ ସିଲିଣ୍ଡର ଆସୁଛି ତାହା ଷ୍ଟିଲର ହୋଇଥାଏ । ନୂଆ କମ୍ପୋଜିଟ ସିଲିଣ୍ଡର ଅନେକ ଫାଇଦା ମଧ୍ୟ ରହିଛି ।
Also Read: ରାଜ୍ୟରେ ୧ ଅଗଷ୍ଟ ଯାଏଁ ବୃଦ୍ଧି ହେଲା ଆଂଶିକ ଲକଡାଉନ, ଜାଣନ୍ତୁ କ'ଣ ଖୋଲା ଓ କ'ଣ ରହିବ ବନ୍ଦ
Composite Cylinder ର କିଛି ଖାସ୍ ବିଶେଷ୍ୱତ
1-ଏହା ସାମାନ୍ୟ ସିଲିଣ୍ଡର ମୁକାବିଲାରେ ବହୁତ ହାଲକା ହୋଇଥାଏ । ଏହାର ଓଜନ ଷ୍ଟିଲ ସିଲିଣ୍ଡର ମୁକାବିଲାରେ ଅଧା ଅଧା ଓଜନର ହୋଇଥାଏ।
2- ସିଲିଣ୍ଡରର କିଛି ଭାଗ ପାରଦର୍ଶୀ ହେବ । ଯେଉଁଥିରେ ଆପଣ ସହଜରେ ସିଲିଣ୍ଡରରେ କେତେ ଗ୍ୟାସ ରହିଛି ତାହା ଜାଣିପାରିବେ । ଏହି ହିସାବରେ ଆଗାମୀ ଦିନ ପାଇଁ ଗ୍ୟାସ ବୁକିଂ କରିବାକୁ ସହଜ ହେବ।
3- ସବୁଠାରୁ ଭଲ ଓ ବଡ଼ କଥା ହେଉଛି ଏଥିରେ କଳଙ୍କି ଲାଗିବ ନାହିଁ । ଯାହା ଦ୍ୱାରା ଗ୍ୟାସ ରଖିବା ସ୍ଥାନରେ କୌଣସି ରୂପେ ଦାଗ ଲାଗେନାହିଁ ।
4- ଏହି ସିଲିଣ୍ଡର ଗୁଡ଼ିକୁ ଆଜିକାଲିର ମଡର୍ଣ୍ଣ କିଚେନକୁ ଆଖି ସାମ୍ନାରେ ରଖି କରାଯାଇଛି ।
5-ବର୍ତ୍ତମାନ ସମୟରେ କମ୍ପୋଜିଟ ସିଲିଣ୍ଡର ଦିଲ୍ଲୀ, ଗୁରୁଗ୍ରାମ, ହାଇଦ୍ରାବାଦ୍, ଫରିଦାବାଦ୍ ଓ ଲୁଧିଆନା ରେ ପ୍ରଚଳିତ କରାଯାଉଛି । ଯାହା ୫ କିଲୋ ୧୦ କିଲୋ ଆକାରରେ ଆସୁଛି । ଆଉ ଖୁବଶୀଘ୍ର ପୁରା ଦେଶରେ ଏହି ସିଲିଣ୍ଡରକୁ ବିକ୍ରି କରାଯିବା ନେଇ ଯୋଜନା ରହିଛି ।
6- ୧୦ କିଲୋ ଓଜନର ସିଲିଣ୍ଡର ସବସିଡି କ୍ୟାଟାଗୋରୀରେ ଉପଲବ୍ଧ ରହିଛି । ସେହିପରି ୫ କିଲୋ ଓଜନର ସିଲିଣ୍ଡର ସବସିଡି ଶ୍ରେଣୀୟ ଫ୍ରି ଟ୍ରେଡ୍ LPG ଜରିଆରେ ମିଳିଥାଏ ।