ଆପଣ ବି ନାଲି ପିମ୍ପୁଡ଼ିକୁ ନେଇ ଚିନ୍ତିତ କି? ମାତ୍ର ୫ ଟଙ୍କାରେ ଏମିତି କରନ୍ତୁ ଉପଚାର
Advertisement
Article Detail0/zeeodisha/odisha1224440

ଆପଣ ବି ନାଲି ପିମ୍ପୁଡ଼ିକୁ ନେଇ ଚିନ୍ତିତ କି? ମାତ୍ର ୫ ଟଙ୍କାରେ ଏମିତି କରନ୍ତୁ ଉପଚାର

ଘରେ ଯଦି ଛୋଟ ପିଲା ଥାନ୍ତି, ଯେତେ ପିମ୍ପୁଡ଼ି ହେଲେ ମଧ୍ୟ ଘରେ ଗାମାକ୍ସିନ୍ ଓ ଲକ୍ଷ୍ମଣରେଖା ଚକ୍ ବ୍ୟବହାର ପାଇଁ ଭୟ କରନ୍ତି। କାରଣ ଗାମାସିନ ଉପରେ ଯଦି କିଛି ଖାଦ୍ୟ ପଡ଼ିଯାଏ ଆଉ ଛୋଟ ଶିଶୁମାନେ ତାକୁ ପାଟିଲେ ପୁରାଇ ଦେଲେ ଶିଶୁଙ୍କ ପ୍ରତି ବିପଦ ଥାଏ।

ପ୍ରତିକାତ୍ମକ ଫଟୋ

ନାଲି ପିମ୍ପୁଡ଼ି ଆକାରରେ ସିନା ଛୋଟ କିନ୍ତୁ ଲୋକଙ୍କ ପାଇଁ ବଡ଼ ଟନସନ୍। ପିମ୍ପୁଡ଼ି କାମୁଡ଼ି ଦେହ ହାତ ଫଳେଇ ଦିଅନ୍ତି। କିଛି କିଛି ନାଲି ଘାସୁଆ ପିମ୍ପୁଡ଼ି କାମୁଡ଼ିବା ଦ୍ୱାରା ଦେହ ହାତ ପ୍ରବଳ କୁଣ୍ଡେଇ ହୁଏ। ଏହାଛଡ଼ା ଖାଦ୍ୟରେ, କପଡ଼ାରେ ଲାଗି ତାହାକୁ କଣା କରିଦିଅନ୍ତି। ଆପଣଙ୍କ ଘରେ ନାଲି ପିମ୍ପୁଡ଼ି ଅଧିକ ହେଉଛନ୍ତି କି ?  ତାହେଲେ ଚିନ୍ତା କରନ୍ତୁ ନାହିଁ ଘରୋଇ ଉପାୟରେ ମଧ୍ୟ ପିମ୍ପୁଡ଼ିମାନଙ୍କ ଟେନସନରୁ ମୁକ୍ତି ମିଳିବ ...

ପିମ୍ପୁଡ଼ିଙ୍କ ଠାରୁ ମୁକ୍ତି ପାଇବା ପାଇଁ ଲୋକେ ଗାମାସିନ୍ ଓ ଲକ୍ଷ୍ମଣ ରେଖା ବ୍ୟବହାର କରନ୍ତି। କିନ୍ତୁ ତାହା ଯଦି ଖାଦ୍ୟରେ ପଡ଼ିଯାଏ ତାହେଲେ ଶରୀରର କ୍ଷତି ହୋଇଥାଏ। ଏହାଛଡ଼ା ଗାମାସିନ ଓ ଲକ୍ଷ୍ମଣରେଖା ଧରି ଭଲ ଭାବେ ଯଦି ହାତୋ ନଧୋଇବେ, ହଠାତ୍ ସେହି ହାତ ଆଖିରେ ବାଜିଲେ ଆଖି ନଷ୍ଟ ହେବାର ସମ୍ଭାବନା ଥାଏ। ଘରେ ଯଦି ଛୋଟ ପିଲା ଥାନ୍ତି, ଯେତେ ପିମ୍ପୁଡ଼ି ହେଲେ ମଧ୍ୟ ଘରେ ଗାମାକ୍ସିନ୍ ଓ ଲକ୍ଷ୍ମଣରେଖା ଚକ୍ ବ୍ୟବହାର ପାଇଁ ଭୟ କରନ୍ତି। କାରଣ ଗାମାସିନ ଉପରେ ଯଦି କିଛି ଖାଦ୍ୟ ପଡ଼ିଯାଏ ଆଉ ଛୋଟ ଶିଶୁମାନେ ତାକୁ ପାଟିଲେ ପୁରାଇ ଦେଲେ ଶିଶୁଙ୍କ ପ୍ରତି ବିପଦ ଥାଏ।

Also Read: Topless Neha Bhasin; ଫୁଲଠୁ ଅଧିକ ଆଟ୍ରାକ୍ଟିଭ ଲାଗୁଛନ୍ତି ବୋଲ୍ଡ ସିଙ୍ଗର!

ଲେମ୍ବୁ: 

ଆପଣ ଜାଣନ୍ତି କି ରୋଷେଇ ଘରେ ରଖାଯାଇଥିବା ଲେମ୍ବୁ ଦ୍ୱାରା ନାଲି ପିମ୍ପୁଡ଼ିଙ୍କୁ ସମାପ୍ତ କରିହେବ। ଯଦି ଘରେ କୌଣସି ଯାଗାରେ ପିମ୍ପୁଡ଼ି ଲାଗୁଛନ୍ତି ସେଠାରେ ଲେମ୍ବୁ ରସ ଚିପୁଡ଼ି ଦିଅନ୍ତୁ। ଯଦି ଆପଣଙ୍କ ଆଲମିରାରେ ପିମ୍ପୁଡ଼ି ଲାଗୁଛନ୍ତି, ତାହେଲେ ଆଲମାରି ଥାକରେ ଗୋଟିଏ ଲେମ୍ବୁ ରଖି ଦିଅନ୍ତୁ। ବାସ୍ତବରେ, ପିମ୍ପୁଡିମାନେ ପିତା ଏବଂ ଖଟା ଜିନିଷରୁ ଦୂରେଇ ରୁହନ୍ତି।

ଗୋଲମରିଚ:

ପିମ୍ପୁଡ଼ିମାନେ ଅନେକ ଖାଦ୍ୟ ପଦାର୍ଥରେ ଲାଗନ୍ତି। କିନ୍ତୁ ଗୋଲମରିଚ ଠାରୁ ଦୁରରେ ରୁହନ୍ତି। ପିମ୍ପୁଡି ଲାଗୁଥିବା ସ୍ଥାନରେ ଗୋଲମରିଚ ଗୁଣ୍ଡ କିମ୍ବା ଗୋଲମରିଚ ମିଶ୍ରିତ ପାଣି ସିଞ୍ଚନ କରନ୍ତୁ। ଯେଦି ହେବ ତେବେ ଗୋଲମରିଚ ପାଣିକୁ ପିମ୍ପୁଡ଼ି ଉପରେ ଛିଞ୍ଚନ୍ତୁ। ଏହା କରିବା ଦ୍ୱାରା ଆପଣ ପିମ୍ପୁଡି ଠାରୁ ମୁକ୍ତି ପାଇବେ।