Vastu Tips: କ୍ରୋଧ କାବୁ କରିବ ବାସ୍ତୁ, ଏହି କୋଣ ହେଉଛି ରାଗର ଘର
Advertisement
Article Detail0/zeeodisha/odisha1892153

Vastu Tips: କ୍ରୋଧ କାବୁ କରିବ ବାସ୍ତୁ, ଏହି କୋଣ ହେଉଛି ରାଗର ଘର

Vastu Tips: ଆପଣ କଥା କଥାରେ ରାଗୁଛନ୍ତି କି ? ତାହେଲେ ତ ଆପଣଙ୍କୁ ସମସ୍ତେ ଟିଙ୍ଗା ଖଡୁସ ବୋଲି କହୁଥିବେl ସମସ୍ତଙ୍କ ସହ ସମ୍ପର୍କ ବି ଖରାପ ହେଉଥିବ l ଆପଣ ଯେତେ ରାଗ କଣ୍ଟ୍ରୋଲ କଲେ ମଧ୍ୟ ସମ୍ଭବ ହେଉନଥିବ l ତାହେଲେ ଆପଣଙ୍କର ବାସ୍ତୁ ସମସ୍ୟା ଥାଇପାରେ l କ୍ରୋଧ କାବୁ କରିବ ବାସ୍ତୁ

Vastu Tips: କ୍ରୋଧ କାବୁ କରିବ ବାସ୍ତୁ, ଏହି କୋଣ ହେଉଛି ରାଗର ଘର

Vastu Tips: ଆପଣ କଥା କଥାରେ ରାଗି ଯାଉଛନ୍ତି କି ? ଏହି ରାଗ ପାଇଁ ବନ୍ଧୁବାନ୍ଧବ, ସମ୍ପର୍କୀୟ ମହଲରେ ଆପଣଙ୍କ ନୂଆ ନାମକରଣ ହୋଇଛି କି ? ଯେମିତିକି ଟିଙ୍ଗା, ରାଜୁ,ଖଡୁସ ଇତ୍ୟାଦି ଇତ୍ୟାଦି । ଯଦି ହଁ,ତେବେ ଆପଣ ସତରେ ସମସ୍ଯାରେ ଅଛନ୍ତି । କାରଣ ଏହି ରାଗ (Anger) ଆପଣଙ୍କୁ ନିନ୍ଦିତ କରାଉଛି । ଆପଣଙ୍କ ସବୁ ଭଲ ଗୁଣ ଗୋଟିଏ ରାଗ ଆଗରେ ବଳି ପଡ଼ୁଛି । ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମନୁଷ୍ୟର ପତନର ତିନୋଟି କାରଣ ରହିଛି । କାମ, କ୍ରୋଧ ଓ ଲୋଭ ମାନବର ପତନର କାରଣ ହୋଇଥାଏ । କ୍ରୋଧ କାରଣରୁ ପ୍ରଥମେ ମନୁଷ୍ୟର ଜିଭ ଅନିୟନ୍ତ୍ରିତ ହୋଇଥାଏ ଓ ସେସବୁ କହିଥାଏ ଯାହା କହିବାର ନଥାଏ । କ୍ରୋଧ ସେହି ତୋଫାନ ଯାହା ନିଜ ପଛରେ ଛାଡ଼ିଯାଏ ଭଙ୍ଗା ସମ୍ପର୍କର ଚିହ୍ନ (Signs of a broken relationship) । ତେବେ ଭଲ କଥା ହେଉଛି ବାସ୍ତୁ ଓ ଜ୍ଯୋତିସ ଶାସ୍ତ୍ର ପାଳନ ଦ୍ୱାରା କ୍ରୋଧୀ ସ୍ୱଭାବର ବ୍ୟକ୍ତିଙ୍କ ଆଚରଣରେ ମଧ୍ଯ କିଛି ମାତ୍ରାରେ ପରିବର୍ତ୍ତନ ହୋଇପାରେ । ତେବେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ରର ସେହି ନିୟମ ସବୁ କ’ଣ ଯାହାକୁ ଅନୂସରଣ କଲେ ଆପଣଙ୍କ ନିକ୍ ନେମ୍ ଟିଙ୍ଗା ଓ ଖଡୁସ ବଦଳିଯିବ ।

ପ୍ରଥମେ ଶୋଇବା ସ୍ଥିତି ଉପରେ ଧ୍ୟାନ ଦିଅନ୍ତୁ । ସବୁବେଳେ ପୂର୍ବ କିମ୍ବା ଦକ୍ଷୀଣ ଦିଗକୁ ମୁଣ୍ଡ କରି ଶୁଅନ୍ତୁ । ମୁଣ୍ଡ ଉପରେ କ୍ରିଷ୍ଟଲ ବଲ (crystal ball) କିମ୍ବା ପ୍ଲେଟରେ ଫିଟକରି ଖଣ୍ଡ ରଖନ୍ତୁ । ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷୀଣ-ପୂର୍ବ ଦିଗ ଯାହାକୁ ଅଗ୍ନିକୋଣ କୁହାଯାଏ,ତାହା କ୍ରୋଧର ସ୍ଥାନ । ତେଣୁ ଯଦି ଆପଣଙ୍କୁ ଅଧିକ ରାଗ ଆସୁଛି ତେବେ ଦେଖନ୍ତୁ ଯେ, ଆପଣଙ୍କ ଶୟନକକ୍ଷ କିମ୍ବା ବସିବା ସ୍ଥାନ ଅଗ୍ନିକୋଣରେ ନାହିଁ ତ ? ଅଫିସରେ ଯେଉଁ ବ୍ୟକ୍ତି ଅଗ୍ନିକୋଣର ବସନ୍ତି ସେମାନେ ସ୍ୱଭାବତଃ ଚିଡ଼ଚିଡା ଓ ରାଗି ହୋଇଯାନ୍ତି । ତେଣୁ ସ୍ଥାନ ପରିବର୍ତ୍ତନ କରନ୍ତୁ । ଏବେ ଆସନ୍ତୁ ଜାଣିବା କ’ଣ ସବୁ କଲେ କ୍ରୋଧ କମିବ । ଆଗରୁ କହିଛୁ ଯେ, ଶୋଇବା ବେଳେ ମୁଣ୍ଡ ପୂର୍ବ କିମ୍ବା ଦକ୍ଷୀଣ ଦିଗକୁ ରଖନ୍ତୁ । ଯଦି ଆପଣଙ୍କ ଜାତକରେ ଚନ୍ଦ୍ର ଶୁଭ ସ୍ଥାନରେ ଅଛନ୍ତି ତେବେ  ତେବେ ମୋତି ଧାରଣ କରନ୍ତୁ । କିନ୍ତୁ ଯଦି ଚନ୍ଦ୍ର ଅଶୁଭ ସ୍ଥାନରେ ଅଛନ୍ତି ତେବେ ମୋତି ଧାରଣ ଦ୍ୱାରା ବିପରିତ ପ୍ରଭାବ ପଡ଼ିବ । ମୋତିକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସୋମବାର ଦି ଶୁଭମୂହୁର୍ତ୍ତରେ ମୋତି ତଳେ ରୂପାର ଅର୍ଧଚନ୍ଦ୍ର ଜୋଡି ବେକରେ ପକାନ୍ତୁ । ଦେଖିବେ କ୍ରୋଧ ଛୁମନ୍ତର ହୋଇଯିବ । କେବେ ମଧ୍ଯ ଘର କିମ୍ବା ଅଫିସର ଅଗ୍ନିକୋଣରେ ବସନ୍ତୁ ନାହିଁ । ଯେତେବେଳେ କ୍ରୋଧ ଆସିବ ସେତେବେଳେ ଗୁରୁମନ୍ତ୍ର ଜପ କରନ୍ତୁ । କିମ୍ବା ନିଜ ମାତାପିତାଙ୍କୁ ସ୍ମରଣ କରନ୍ତୁ । ରାଗ ଦୁର କରିବା ପାଇଁ ପ୍ରତିଦିନ ସୂର୍ଯ୍ଯ ନମସ୍କାର କରନ୍ତୁ । ଏହା ସହିତ ପ୍ରାଣାୟମ ମଧ୍ଯ କରନ୍ତୁ । କ୍ରୋଧ ଶାନ୍ତ କରିବା ପାଇଁ ଜାତକରେ ଯେଉଁ ଗ୍ରହ ଅଧିକ ଶକ୍ତିଶାଳୀ ସେହି ଗ୍ରହ ସମ୍ବନ୍ଧିତ ଦେବାଦେବୀଙ୍କ ଆରାଧନା କରନ୍ତୁ ।

ଆପଣ ଯଦି କୌଣସି ଅଫିସରେ ଉଚ୍ଚ ପଦରେ ଅଛନ୍ତି ତେବେ ନିଜ ବସିବା ସ୍ଥାନ ଉପରେ ଗୁରୁତ୍ୱ ଦିଅନ୍ତୁ । ଦେଖନ୍ତୁ ଯେ, ଆପଣଙ୍କ କ୍ୟାବିନ ଅଗ୍ନିକୋଣରେ ଅଛି କି ନାହିଁ । ଯଦି ଅଛି ତେବେ ତୁରନ୍ତ ସ୍ଥାନ ପରିବର୍ତ୍ତନ (Location Change) କରନ୍ତୁ । କାରଣ ଅଗ୍ନିକୋଣ କ୍ରୋଧର ଘର । ଆପଣଙ୍କ ରାଗ କେବଳ ଆପଣଙ୍କ କ୍ଷତି କରିବ ନାହିଁ,ଏହାର ପ୍ରଭାବ ମଧ୍ଯ ଆପଣଙ୍କ ଅଧିନସ୍ଥ କର୍ମଚାରୀ (subordinate staff)ଙ୍କ ଉପରେ ପଡ଼ିବ । ଯାହାର ସିଧା ପ୍ରଭାବ ଆପଣଙ୍କ କମ୍ପାନୀ ବା ଅଫିସର ପ୍ରଦର୍ଶନ ଉପରେ ପଡ଼ିବ । ତେଣୁ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଅଫିସରେ ସମସ୍ତେ ଆପଣଙ୍କୁ ଭଲ ପାଇବେ ତେବେ ତୁରନ୍ତ ଅଗ୍ନିକୋଣରୁ ବାହାରି ଯାଆନ୍ତୁ ।

Also Read- Free Ticket: ବଲିଉଡ୍ କିଙ୍ଗ୍ ଖାନ୍ ଶାହାରୁଖଙ୍କ ଉପହାର, ଏହି ଦିନ ପାଇଁ ମାଗଣା 'ଜୱାନ' ଟିକେଟ୍

Also Read- ଜୀ-ସାର୍ଥକରେ ଆସୁଛି ନୂଆ ଧାରାବାହିକ ‘ଶକ୍ତି’, ‘ସନ୍ଧ୍ୟା ରାଗିଣୀ’ ‘ତୁ ମୋ ସାଥିରେ’