ଘରେ ଏହି ସ୍ଥାନରେ ରଖନ୍ତୁ ଆଇନା, ପାଣି ପରି ବର୍ଷିବ ଟଙ୍କା!
Advertisement

ଘରେ ଏହି ସ୍ଥାନରେ ରଖନ୍ତୁ ଆଇନା, ପାଣି ପରି ବର୍ଷିବ ଟଙ୍କା!

Vastu Tips: ସାଧାରଣତଃ ଲୋକେ ବାସ୍ତୁ ଦୋଷ ବା ସମସ୍ୟାକୁ ଦୂର କରିବା ପାଇଁ ଅନେକ ପ୍ରକାରର ଉପାୟ ଆପଣାନ୍ତି । କିନ୍ତୁ ବହୁତ ଚେଷ୍ଟା କରିବା ପରେ ବି ତାଙ୍କୁ ସଫଳତା ହାସଲ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡେ । ବାସ୍ତୁ ଶାସ୍ତ୍ର (Vastu Shastra) ଅନୁସାରେ ଘରେ ଥିବା ନିର୍ଜୀବ ବସ୍ତୁ ନକାରାତ୍ମକ ଊର୍ଜା ଉତ୍ପନ୍ନ କରିଥାଏ ।

ଘରେ ଏହି ସ୍ଥାନରେ ରଖନ୍ତୁ ଆଇନା, ପାଣି ପରି ବର୍ଷିବ ଟଙ୍କା!

Vastu Tips: ଭାରତରେ ବାସ୍ତୁ ଶାସ୍ତ୍ରକୁ ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ । ବାସ୍ତୁ ଅନୁସରଣ କରିବା ଦ୍ୱାରା ଘର, ଅଫିସ୍ ଏବଂ ବ୍ୟବସାୟରେ ସମୃଦ୍ଧତା ଆଣିଥାଏ । ଘରେ କିଛି ଜିନିଷ ବାସ୍ତୁ ଅନୁଯାୟୀ ସଠିକ୍ ଦିଗ ଓ ସ୍ଥିତିରେ ରଖିବା ଦ୍ୱାରା ସୁଖ ଏବଂ ସମୃଦ୍ଧତା ଆସିଥାଏ । ଅନେକ ଥର ଆମେ ଦିଗ ବିଷୟରେ ଜ୍ଞାନ ବିନା ଜିନିଷ ପ୍ରତିଷ୍ଠା କରୁ, କିନ୍ତୁ ଏହା ଆମ ପାଇଁ କ୍ଷତିକାରକ ହୋଇପାରେ । ସେଥିମଧ୍ୟରୁ ଗୋଟିଏ ହେଉଛି ଘରେ ଲଗାଯାଉଥିବା ଆଇନା (Mirror) । ତେବେ ଆସନ୍ତୁ ଜାଣିବା କେଉଁ ଦିଗରେ ଘରେ ଆଇନା ରଖିବା ଶୁଭ ହୋଇଥାଏ ।

ଆପଣ ଆଇନାର ବ୍ୟବହାର କେଉଁଠି କରିବେ?

- ବାସ୍ତୁ ଶାସ୍ତ୍ର ହିସାବରେ ଆଇନାକୁ ଉନ୍ନତି ଓ ଲାଭ ପାଇଁ ଘରର ଉତ୍ତର-ପୁର୍ବ ଦିଗର କାନ୍ଥରେ ଲଗାଇବା ଉଚିତ । ଏହା ଦ୍ୱାରା ଆର୍ଥିକ ସମସ୍ୟା ଦେଖା ନଦେବା ସହ ଧନ ବୃଦ୍ଧି ହୋଇଥାଏ ।

- ବାସ୍ତୁ ଶାସ୍ତ୍ର ହିସାବରେ ଆଇନା ଓଜନରେ କମ ଓ ବଡ଼ ଆକାରର ହେବା ଉଚିତ ।

- ବେଡରୁମର ଦ୍ୱାର ସାମ୍ନାରେ ଆଇନା ଲଗାଇବା ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ଘରର ସୁଖ ସମୃଦ୍ଧି ବଢିଥାଏ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

- ସେହିପରି ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଆଇନା ଲଗାଇବା ଉଚିତ ନୁହେଁ ।

-  ସକାଳେ ଉଠିଲେ ଆଇନାରେ ମୁହିଁ ଦେଖିବା ଉଚିତ୍ ନୁହେଁ । ଏହା ଦ୍ୱାରା ଶରୀର ଉପରେ ନକାରତ୍ମକ ପ୍ରଭାବ ବଢ଼ିଥାଏ ।

- ବାସ୍ତୁଶାସ୍ତ୍ର ଅନୁସାରେ ଆଇନାକୁ ଘରର ପୂର୍ବ ଦିଗରେ ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ସନ୍ତାନଙ୍କ ଠାରୁ ସୁଖ ମିଳିବାରେ ସହାୟକ ହେବ ବୋଲି ବିଶ୍ୱାସ ରହିଛି ।

- ଘରର ଉତ୍ତର ଦିଗରେ କବାଟ କିମ୍ବା ଦ୍ୱାର ମୁହଁ ନ ଥିଲେ ଆଇନା ଲଗାଇବା ଉଚିତ । ଏହା ବିଭିନ୍ନ ଦୋଷ ଦୂର ହୋଇଥାଏ । ଉତ୍ତର ଦିଗକୁ ଧନ ଦେବତା କୁବେରଙ୍କ ଦିଗ ବୋଲି କୁହାଯାଏ । ଏହି ଦିଗରେ ଆଇନା ଲଗାଇଲେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

- ଘରର ଉତ୍ତର ଦିଗରେ ଆଇନା ଲଗାଇଲେ ସକାରତ୍ମକ ପ୍ରଭାବ ବଢ଼ିଥାଏ । ଧନ ସମ୍ପର୍ତ୍ତି ବୃଦ୍ଧି ହୋଇଥାଏ। ଯଦି ଉତ୍ତର ଦିଗରେ ଆଇନା ଲଗାଇବା ସମ୍ଭବ ହେଉ ନାହିଁ, ତେବେ ପୂର୍ବ ଦିଗରେ ଆଇନା ଲଗାନ୍ତୁ । ଏହାଦ୍ୱାରା ଧନ ବୃଦ୍ଧି ହେବ ।

- ରୋଷେଇ ଘରେ ଆଇନା ଲଗାଇବା ଉଚିତ । ଏହାଦ୍ୱାରା ମାନ-ସମ୍ମାନ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି ।

ସାଧାରଣତଃ ଲୋକେ ବାସ୍ତୁ ଦୋଷ ବା ସମସ୍ୟାକୁ ଦୂର କରିବା ପାଇଁ ଅନେକ ପ୍ରକାରର ଉପାୟ ଆପଣାନ୍ତି । କିନ୍ତୁ ବହୁତ ଚେଷ୍ଟା କରିବା ପରେ ବି ତାଙ୍କୁ ସଫଳତା ହାସଲ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡେ । ବାସ୍ତୁ ଶାସ୍ତ୍ର (Vastu Shastra) ଅନୁସାରେ ଘରେ ଥିବା ନିର୍ଜୀବ ବସ୍ତୁ ନକାରାତ୍ମକ ଊର୍ଜା ଉତ୍ପନ୍ନ କରିଥାଏ । ତେବେ ସକାଳୁ ଉଠି ପ୍ରଥମେ ଆମେ ଏହି ସବୁ କାମ କରିଲେ ପୂରା ଦିନଟି ଭଲରେ କଟିଥାଏ । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ... 

 - ସକାଳୁ ଉଠି ପ୍ରଥମେ ଆଇନା ଦେଖିଥାନ୍ତି । ବାସ୍ତୁଶାସ୍ତ୍ର ଅନୁଯାୟୀ ଏହା ଅଶୁଭ ହୋଇଥାଏ । ଏପରି କରିବା ଦ୍ୱାରା ଦିନସାରା ବ୍ୟକ୍ତିଙ୍କ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡେ । ଏହା ବ୍ୟତୀତ ସକାଳୁ କାହା ଚେହେରା ମଧ୍ୟ ଦେଖିବା ଉଚିତ୍‌ ନୁହେଁ ।

ଏହା ବି ପଢ଼ନ୍ତୁ:-'ନରେନ୍ଦ୍ର ମୋଦିଙ୍କ ଯୋଗୁଁ ଆପଣ ଜୀବିତ ଅଛନ୍ତି'

ଏହା ବି ପଢ଼ନ୍ତୁ:-ସଞ୍ଜୟ ରାଉତଙ୍କ ଘରୁ 'ଏକନାଥ ସିନ୍ଦେ ଅଯୋଧ୍ୟା' ନାମରେ କ'ଣ ପାଇଁ ରଖାଯାଇଥିଲା ୧୦ ଲକ୍ଷ ଟଙ୍କା? ଜାଣନ୍ତୁ ଏହା ପଛର କାରଣ

ଏହା ବି ପଢ଼ନ୍ତୁ:-'ଶ୍ରୀଲଙ୍କା ପରି ଦିନେ ଭାରତର ପ୍ରଧାନମନ୍ତ୍ରୀ ବାସଭବନରେ ପଶିବେ ଲୋକ'

- ସକାଳୁ ଉଠିବା ମାତ୍ରେ ମନ୍ଦିରର ଘଣ୍ଟି ଶବ୍ଦ କିମ୍ବା ଶଙ୍ଖର ଶବ୍ଦ ଶୁଣିଲେ ଆପଣଙ୍କ ଭିତରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ।

- ଦିନର ଶୁଭାରମ୍ଭ କରିବା ପାଇଁ ସକାଳୁ ଉଠି ପ୍ରଥମେ ନିଜର ଇଷ୍ଟ ଦେବତାଙ୍କର ଧ୍ୟାନ କରନ୍ତୁ । ଏପରି କଲେ ଆପଣଙ୍କ ଆତ୍ମ ବିଶ୍ୱାସ ବଢେ ଓ ଦିନଟି ଭଲରେ କଟେ ।

- ସକାଳୁ ଯଦି ଆପଣ ନଡ଼ିଆ, ଶଙ୍ଖ, ମୟୂର, ଫୁଲ ଆଦି ଦେଖନ୍ତି ତେବେ ଏହା ଶୁଭ ଲକ୍ଷଣ ବୋଲି ଭାବନ୍ତୁ । ଏହି ଦିନ ଆପଣ ଯାହା ବି କାମ କରିବେ ସବୁଥିରେ ସଫଳତା ମିଳିବ ।

- ସକାଳର ଜଳଖିଆ କରିବା ବେଳେ କେବେ ବି କୌଣସି ପଶୁର ନାଁ ପାଟିରେ ଧରନ୍ତୁ ନାହିଁ। ଏପରି କଲେ ଦିନଟି ଭଲରେ କଟେ ନାହିଁ ।

- ସକାଳୁ କିଛି କାମରେ ଘରୁ ବାହାରିବା ସମୟରେ ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ ଝାଡ଼ୁ ମାରୁଥିବାର ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

-  ସକାଳେ ଘରୁ ବାହାରିବା ସମୟରେ ଯଦି ଆପଣ ଧଳା ରଙ୍ଗର ଗାଈ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।