Vastu Tips: ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏସବୁ କାମ, ନଚେତ୍ ଜୀବନରେ ଭୋଗିବାକୁ ପଡ଼ିବ ଅନେକ ସମସ୍ୟା!
Advertisement

Vastu Tips: ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏସବୁ କାମ, ନଚେତ୍ ଜୀବନରେ ଭୋଗିବାକୁ ପଡ଼ିବ ଅନେକ ସମସ୍ୟା!

Vastu Tips: କୁହାଯାଏ ଯେ ଏହା ଦ୍ୱାରା ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ଏହା ବ୍ୟତୀତ ଆପଣଙ୍କୁ ସ୍ୱାସ୍ଥ୍ୟ ଓ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଆସନ୍ତୁ ଜାଣିବା ସୂର୍ଯ୍ୟାସ୍ତ ପରେ କେଉଁ କେଉଁ କାମ କରିବାରୁ ଦୂରେଇ ରଖିବା ଆବଶ୍ୟକ ।

Vastu Tips: ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏସବୁ କାମ, ନଚେତ୍ ଜୀବନରେ ଭୋଗିବାକୁ ପଡ଼ିବ ଅନେକ ସମସ୍ୟା!

Sunset Vastu Shastra: ଶାସ୍ତ୍ରରେ ସୂର୍ଯ୍ୟାସ୍ତ (Sunset) ପରେ କିଛି କାମ କରିବାକୁ ନିଷେଧ କରାଯାଇଛି । କୁହାଯାଏ ଯେ ଏହା ଦ୍ୱାରା ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ଏହା ବ୍ୟତୀତ ଆପଣଙ୍କୁ ସ୍ୱାସ୍ଥ୍ୟ ଓ ଆର୍ଥିକ ସମସ୍ୟା (Health and Financial Problems) ର ସାମ୍ନା କରିବାକୁ ପଡିପାରେ । ଆସନ୍ତୁ ଜାଣିବା ସୂର୍ଯ୍ୟାସ୍ତ ପରେ କେଉଁ କେଉଁ କାମ କରିବାରୁ ଦୂରେଇ ରଖିବା ଆବଶ୍ୟକ ।

୧. କେଶ, ଦାଢ଼ ଏବଂ ନଖ କାଟିବା 

ଶାସ୍ତ୍ରରେ ସୂର୍ଯ୍ୟାସ୍ତ (Sunset) ପରେ କେଶ, ନଖ ଏବଂ ଦାଢ଼ି କାଟିବା ନିଷେଧ କରାଯାଇଛି । ବାସ୍ତୁ ଅନୁସାରେ ଏହା ବ୍ୟକ୍ତିଙ୍କ ଉପରେ ଋଣ ବୋଝ ଆଣିପାରେ । ଏପରି ପରିସ୍ଥିତିରେ ଅର୍ଥର ଅଭାବ ହୋଇପାରେ ।

୨. ଅନ୍ତିମ ସଂସ୍କାର

ଗରୁଡ ପୁରାଣ (Garuda Purana) ଅନୁସାରେ, ସୂର୍ଯ୍ୟାସ୍ତ (Sunset) ପରେ ଅନ୍ତିମ ସଂସ୍କାର କରିବା ନିଷେଧ କରାଯାଇଛି । ମନେ କରାଯାଏ ଯେ ଏହି ସମୟରେ ଅନ୍ତିମ ସଂସ୍କାର କରିବାରୁ ମୃତ ବ୍ୟକ୍ତିଙ୍କୁ ପରଲୋକରେ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ । ଏହା ବ୍ୟତୀତ ପରବର୍ତ୍ତୀ ଜନ୍ମରେ ସେମାନଙ୍କର ଶରୀରର କୌଣସି ଅଙ୍ଗରେ ତ୍ରୁଟି ରହିପାରେ । ତେଣୁ ସୂର୍ଯ୍ୟ ଅସ୍ତ ହେବା ପରେ ଶବଦାହ କରିବା ଉଚିତ ନୁହେଁ ।

୩. ଗଛ ଲତାକୁ ପାଣି ଦେବା କିମ୍ବା ପତ୍ର ଭାଙ୍ଗିବା

ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରୀ (Vastu Shastra) ଅନୁଯାୟୀ, ସୂର୍ଯ୍ୟାସ୍ତ (Sunset) ପରେ ଗଛ ଲତାକୁ ଜଳ ଦେବା ଓ ପତ୍ର କାଟିବା ଠାରୁ ଦୂରେଇ ରହିବା ଉଚିତ୍ । କୁହାଯାଏ ସନ୍ଧ୍ୟା ସମୟରେ ଉଦ୍ଭିଦ  ଶୋଇବାକୁ ଯାଆନ୍ତି । ତେଣୁ ସୂର୍ଯ୍ୟାସ୍ତ ପରେ ଭୁଲରେ ବି ଗଛରେ ହାତ ଲଗାଇବା ଉଚିତ୍ ନୁହେଁ ।

ଏହା ବି ପଢ଼ନ୍ତୁ:-ଧୋନିଙ୍କକୁ ନେଇ କୋହଲି କଲେ ହୃଦୟକୁ ସ୍ପର୍ଶ କରିବା ଭଳି ପୋଷ୍ଟ, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ:-ଆକାଶ ପାତାଳ ତଫାତ୍: ଟି-20 ବିଶ୍ୱକପ ଠାରୁ ୮୦ ଗୁଣା ଅଧିକ ଫିଫାର ପୁରସ୍କାର ରାଶି, ଆଖପାଖରେ ନାହିଁ IPL

ଏହା ବି ପଢ଼ନ୍ତୁ:-ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଇରାନର ଖେଳାଳିମାନେ ଜାତୀୟ ସଂଗୀତ ଗାଇବାକୁ କଲେ ମନା, କାରଣ ଜାଣିଲେ ହୋଇଯିବେ ଚକିତ

 

 

୪. ସ୍ନାନ କରିବା

ଅନେକ ଲୋକଙ୍କର ସକାଳ (Morning) ଓ ସନ୍ଧ୍ୟା (Evening) ରେ ଦୁଇଥର ଗାଧୋଇବା (Bath) ର ଅଭ୍ୟାସ ଅଛି । କିନ୍ତୁ ଏପରି କରିବା ଉଚିତ୍ ନୁହେଁ । ଏହା ଜୀବନରେ ଦୁର୍ଭାଗ୍ୟ ଆଣିପାରେ । ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ସନ୍ଧ୍ୟାରେ ଗାଧୋଉଛନ୍ତି, ତେବେ କପାଳରେ ତିଲକ ଲଗାଇବା ଉଚିତ୍ ନୁହେଁ ।

୫. ଦହିର ସେବନ

ଶାସ୍ତ୍ରରେ ସୂର୍ଯ୍ୟାସ୍ତ (SunSet) ପରେ ଦହି (Curd) ଖାଇବା ନିଷେଧ କରାଯାଇଛି । ବାସ୍ତବରେ ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ଏହା ସହିତ ସୂର୍ଯ୍ୟାସ୍ତ ପରେ କାହାକୁ ଦହି ଦେବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ ।