ସବୁଜ ଘାସରେ ପ୍ରତିଦିନ ୨୦ ମିନିଟ୍ ଚାଲିବା ଅଭ୍ୟାସ କରନ୍ତୁ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ
Advertisement
Article Detail0/zeeodisha/odisha1409978

ସବୁଜ ଘାସରେ ପ୍ରତିଦିନ ୨୦ ମିନିଟ୍ ଚାଲିବା ଅଭ୍ୟାସ କରନ୍ତୁ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ସକାଳେ ଉଠି ଖାଲି ପାଦରେ ସବୁଜ ଘାସ ଉପରେ ଖାଲି ପାଦରେ ଚାଲିବା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଯଦି ଆପଣ ଏହାର ଉପକାରିତା ଜାଣିବେ ଆପଣ ବି ଏହି ଅଭ୍ୟାସ ଆରମ୍ଭ କରିଦେବେ । 

ସବୁଜ ଘାସରେ ପ୍ରତିଦିନ ୨୦ ମିନିଟ୍ ଚାଲିବା ଅଭ୍ୟାସ କରନ୍ତୁ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କୁ ଘାସ ଉପରେ ଖାଲି ପାଦରେ ଚାଲିବାକୁ ପରାମର୍ଶ ଦିଆଯାଏ କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହା କାହିଁକି କୁହାଯାଏ । ଆଜିର ସମୟରେ ଆମେ ଚପଲ,ଜୋତା ବିନା ବାହାରକୁ ଯାଇ ନ ଥାଉ ତେଣୁ ଖାଲି ପାଦରେ ଚାଲିବା ପ୍ରାୟ ତ ଶେଷ ହୋଇଥିବା ଆମେ କହିପାରିବୁ । କିନ୍ତୁ ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଆମେ ପ୍ରତିଦିନ ସକାଳେ ଉଠିବା ଏବଂ ଅତିକମରେ ୨୦ ମିନିଟ୍ ପର୍ଯ୍ୟନ୍ତ ଘାସରେ ଚାଲିବା ଅତ୍ୟନ୍ତ ଲାଭଦାୟକ । 

ଖାଲି ପାଦରେ ଚାଲିବାର ଲାଭ- 
୧- ଆଖି ପାଇଁ ଉପକାରିତା । ଯଦି ଆପଣ ସକାଳେ ଉଠି ଘାସ ଉପରେ ଖାଲି ପାଦରେ ଚାଲନ୍ତି ତେବେ ଆପଣଙ୍କ ପାଦ ଉପରେ ପ୍ରଭାବ ପକାଇଥାଏ । ବାସ୍ତବରେ ଆମ ଶରୀରର ଅନେକ ଅଙ୍ଗର ଚାପ ବିନ୍ଦୁ ବା ପ୍ରେସର ଆମ ପାଦରେ ରହିଛି । ଏଥିରେ ଆମର ଆଖି ମଧ୍ୟ ସାମିଲ ରହିଛି । ଯଦି ସଠିକ୍ ବିନ୍ଦୁ ଉପରେ ଚାପ ପଡେ ତେବେ ଆମର ଦୃଷ୍ଟି ଶକ୍ତି ନିଶ୍ଚିତ ଭାବରେ ବୃଦ୍ଧି ହୋଇଥାଏ । 

୨- ଆଲର୍ଜିକୁ କରେ ଦୂର । ସକାଳେ କାକର ଘାସ ଉପରେ ଚାଲିବା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ କାରଣ ଏହା ଆମକୁ ଗ୍ରୀନ ଥେରାପି ଭଳି କାମ କରିଥାଏ । ଆମ ପାଦ ତଳେ କୋମଳ ସେଲ୍ସ ସହ ଜଡିତ ସ୍ନାୟୁକୁ ସକ୍ରିୟ କରିଥାଏ ଏବଂ ମସ୍ତିଷ୍କକୁ ସିଗନାଲ ପଠାଇଥାଏ । ଯାହା ଆଲର୍ଜି ଭଳି ସମସ୍ୟାକୁ ଦୂର କରିଥାଏ । 

Also Read ; ପୋଷକ ତତ୍ତ୍ବରେ ଭରପୂର ପାଣି ସିଙ୍ଗଡା, ଲାଭ ଜାଣିଲେ କିଣିବା ପାଇଁ ଦୌଡିବେ ତୁରନ୍ତ

୩- ପାଦକୁ ଆରାମ ଦେଇଥାଏ । ପାଦରେ ଯେତେ ବେଳେ ଆମେ ଓଦା ଘାସ ଉପରେ ରଖିଥାଉ ଏବଂ ଏହା ପରେ କିଛି ସମୟ ଚାଲି ଥାଉ ଏହା ଭଲ ମାଲିସ୍ ଭାବେ କାମ କରିଥାଏ । ଏପରି ସ୍ଥିତିରେ ପାଦର ମାଂସପେଶୀ ବହୁତ ଆରାମ ପାଇଥାଏ । ଯେଉଁ କାରଣରୁ ସାମାନ୍ୟ ଯନ୍ତ୍ରଣା ଦୂର ହୋଇଥାଏ  । 

୪- ଟେନସନରୁ ଦିଏ ମୁକ୍ତି । ବୋଧେ ଆପଣ ଜାଣି ନାହାନ୍ତି କି ସକାଳ ସମୟରେ ଘାସ ଉପରେ ଖାଲି ପାଦରେ ଚାଲିବା ଆମର ମାନସିକ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏପରି କରିବା ଦ୍ବାରା ଆମ ମନକୁ ଆରାମ ଦେଇଥାଏ ଏବଂ ଟେନସନରୁ ମୁକ୍ତି ଦେଇଥାଏ ।