ପାଚିଲା ଅମୃତଭଣ୍ଡା ହେଉଛି ଶରୀର ପାଇଁ ଅମୃତ, କେମିତି ଖାଇବେ ଏହାକୁ ଜାଣନ୍ତୁ
Advertisement
Article Detail0/zeeodisha/odisha1346665

ପାଚିଲା ଅମୃତଭଣ୍ଡା ହେଉଛି ଶରୀର ପାଇଁ ଅମୃତ, କେମିତି ଖାଇବେ ଏହାକୁ ଜାଣନ୍ତୁ

ବାରମାସରେ ମିଳୁଥିବା ଏହି ଫଳର ଚମତ୍କାରିତା ଅନେକ ରହିଛି । ପାଚିଲା ଅମୃତଭଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଅନେକ ଲାଭଦାୟକ । ଓଜନ ହ୍ରାସ ଠାରୁ ଆରମ୍ଭ କରି ପେଟଜନିତ ସମସ୍ତ ସମସ୍ୟାକୁ ଦୂର କରିଥାଏ । 

ପାଚିଲା ଅମୃତଭଣ୍ଡା ହେଉଛି ଶରୀର ପାଇଁ ଅମୃତ, କେମିତି ଖାଇବେ ଏହାକୁ ଜାଣନ୍ତୁ

ଓଜନ ହ୍ରାସ କରିବା ଏକ ଜଟିଳ ପ୍ରକ୍ରିୟା କାରଣ ଏଥିଲାଗି ବହୁ ପରିଶ୍ରମ କରିବାକୁ ପଡିଥାଏ । କଠୋର ବ୍ୟାୟାମ ଏବଂ ସନ୍ତୁଳିତ ଖାଦ୍ୟ ଖାଇବି ଲୋକେ ଫିଟ୍ ବଡି ପାଇ ପାରୁନାହାନ୍ତି । ତେବେ ଏମିତି ଏକ ଫଳ ରହିଛି ଯାହା ବର୍ଷସାରା ଉପଲବ୍ଧ ଏବଂ ମୂଲ୍ୟ ମଧ୍ୟ କମ୍ ରହିଛି । ଏହାକୁ ଖାଇବା ମଧ୍ୟ ଅଧିକ ସହଜ ଅଟେ । ଆସନ୍ତୁ ଜାଣିବ ପାଚିଲା ଅମୃତଭଣ୍ଡା ଖାଇବାର ଲାଭ କଣ ରହିଛି । 

ପାଚିଲା ଅମୃତ ଭଣ୍ଡା ଖାଇବା ଦ୍ବାରା ଓଜନ ହ୍ରାସ ପାଇଥାଏ । ଡାଏଟିସିଆନଙ୍କ ମତରେ ପାଚିଲା ଅମୃତ ଭଣ୍ଡାରେ ପୁଷ୍ଟିକର ଖାଦ୍ୟର ଅଭାବ ରହି ନଥାଏ । ଏଥିରେ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣର ମିଳିଥାଏ । ଏହା ବ୍ୟତୀତ ଏଥିରେ ପେପେନ୍ ଏନଜାଇମ ଶରୀରକୁ ବହୁତ ଲାଭ ଦେଇଥାଏ କିନ୍ତୁ ଏହାକୁ ସେବନ କରିବାର ସର୍ବୋତ୍ତମ ସମୟ କଣ ରହିଛି ଯାହା ଦ୍ବାରା ଆମକୁ ଉପକାରିତା ମିଳିବ ଆସନ୍ତୁ ଜାଣିବା । 

ପାଚିଲା ଅମୃତ ଭଣ୍ଡାକୁ ନିଜ ଡାଏଟରେ କେମିତି ସାମିଲ କରିବେ- 
ସକାଳ ଜଳଖିଆ- ସକାଳେ ପାଚିଲା ଅମୃତଭଣ୍ଡା ଖାଇବା ଆରମ୍ଭ କରନ୍ତୁ ଏଥିପାଇଁ ଆପଣ ପାଚିଲା ଅମୃତଭଣ୍ଡାର ସାଲାଡ କରି ଖାଇପାରିବେ । ଯାହା ଶରୀର ପାଇଁ ପୁଷ୍ଟିକର ଖାଦ୍ୟ ଅଟେ । ଯଦି ଆପଣ ଚାହାଁନ୍ତି ତେବେ ଓଟ୍ସ ସହ ମଧ୍ୟ ସେବନ କରିପାରିବେ । 
ମଧ୍ୟାହ୍ନ ଭୋଜନ- ମଧ୍ୟାହ୍ନରେ ବି ଆପଣ ପାଚିଲା ଅମୃତଭଣ୍ଡା ସାଲାଡ ଖାଇପାରିବେ । ଯଦି ଆପଣ ଏଥିରେ ପାଳଙ୍ଗ,ଟମାଟୋ,ଲୁଣ,ରସୁଣ ଆଉ ଲେମ୍ବୁ ରସ ମିଶାଇ ଖାଇବେ ତେବେ ଏହି ଖାଦ୍ୟରେ ପୁଷ୍ଟିକର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଥାଏ । ଯଦି ଆପଣଙ୍କୁ ଏମିତି ପସନ୍ଦ ନାହିଁ ଆପଣ ଏହାକୁ ଜୁସ କରି ମଧ୍ୟ ପିଇପାରିବେ ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ଶୀଘ୍ର ସାହାଯ୍ୟ କରିବ । 

Also Read ; ମଧୁମେହ ରୋଗୀ ପାଇଁ ରାମବାଣ ମେଥୀ, ଖାଆନ୍ତୁ ସୁସ୍ଥ ରୁହନ୍ତୁ
ସନ୍ଧ୍ୟା ସମୟରେ- ସନ୍ଧ୍ୟା ସମୟରେ ଆପଣ ପେଟ ଭରି ପାଚିଲା ଅମୃତଭଣ୍ଡା ଖାଇପାରିବେ । ଯାହା ଦ୍ବାରା ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ କରିବେ ନାହିଁ । 
ରାତ୍ରି ଭୋଜନ- ବହୁତ କମ୍ ଲୋକେ ଏ ବିଷୟରେ ଅବଗତ କି ରାତ୍ରି ଭୋଜନରେ ଆପଣ ପାଚିଲା ଅମୃତଭଣ୍ଡାକୁ ଅନ୍ତର୍ଭୁକ୍ତ କରିପାରିବେ । ଏହି ଫଳ ରାତ୍ରୀ ଭୋଜନ ପରେ ମିଠା ଖାଦ୍ୟ ଭାବେ ମଧ୍ୟ ଖାଇପାରିବେ । ଏହା ଯେ କେବଳ ଚର୍ବି ହ୍ରାସ କରିବ ତାହା ନୁହେଁ ଏହା ଶରୀରକୁ ଡି-ଟକ୍ସିଫାଏ କରିବାରେ ମଧ୍ୟ ସାହାଯ୍ୟ କରେ ।