ଚାକିରି ସମସ୍ୟାରେ ଆସିବ ସମାଧାନ, ସବୁଦିନ ସକାଳେ କରନ୍ତୁ ଏହି କାମ
Advertisement

ଚାକିରି ସମସ୍ୟାରେ ଆସିବ ସମାଧାନ, ସବୁଦିନ ସକାଳେ କରନ୍ତୁ ଏହି କାମ

 Sun Worship Benefits: ସୂର୍ଯ୍ୟ ଦେବଙ୍କୁ ପ୍ରତ୍ୟେକ୍ଷ ଦେବତା ବୋଲି ସମସ୍ତେ ମାନନ୍ତି । କାରଣ ପ୍ରତ୍ୟେକ ଦିନ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରିଥାଉ । ଆଉ ସନାତନ ଧର୍ମ ଓ ସନାତନ କାଳ ସମୟରୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବାର ପରମ୍ପରା ରହିଆସିଛି । 

ଚାକିରି ସମସ୍ୟାରେ ଆସିବ ସମାଧାନ, ସବୁଦିନ ସକାଳେ କରନ୍ତୁ ଏହି କାମ

ନୂଆଦିଲ୍ଲୀ: Sun Worship Benefits: ଦୀର୍ଘ ସମୟ ଧରି କୋରୋନା ମହାମାରୀ ସମସ୍ତଙ୍କୁ ନାକେଦମ କରି ରଖିଛନ୍ତି । ଏପରି ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିବାକୁ ଓ ରୋଗଠାରୁ ଦୂରରେ ରହିବାକୁ ଚାହୁଁଛନ୍ତି । ଏଥିପାଇଁ ସମସ୍ତେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ବ୍ୟସ୍ତ । ନିଜକୁ ସୁସ୍ଥ ରଖିବାର ଗୋଟିଏ ଉପାୟ ଆମ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଛି ଏବଂ ତାହା ହେଉଛି ସୂର୍ଯ୍ୟ ଦେବଙ୍କୁ ଗୋଟିଏ ତମ୍ୱା ପାତ୍ରରେ ଜଳ ଅର୍ପଣ କରିବା ।

ସୂର୍ଯ୍ୟ ଦେବଙ୍କୁ ପ୍ରତ୍ୟେକ୍ଷ ଦେବତା ବୋଲି ସମସ୍ତେ ମାନନ୍ତି । କାରଣ ପ୍ରତ୍ୟେକ ଦିନ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରିଥାଉ । ଆଉ ସନାତନ ଧର୍ମ ଓ ସନାତନ କାଳ ସମୟରୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବାର ପରମ୍ପରା ରହିଆସିଛି । ବେଦ ଓ ପୁରାଣ ଶାସ୍ତ୍ରରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବାର ଉଲ୍ଲେଖ ରହିଛି । ତେବେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବାର କଣ କଣ ସବୁ ଫାଇଦା ରହିଛି ଆସନ୍ତୁ ଜାଣିବା ।

୧. ସ୍ୱାସ୍ଥ୍ୟରେ ଉନ୍ନତି: ସୂର୍ଯ୍ୟଦେବଙ୍କୁ ସକରାତ୍ମକ ଶକ୍ତିର ପ୍ରତୀକ ବୋଲି ବିବେଚନା କରାଯାଏ । ଶରୀରରେ ଥିବା ଜୀବାଣୁକୁ ବାହାର କରିବା ସହ ସୂର୍ଯ୍ୟଙ୍କ କିରଣ ଆପଣଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ । ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ରରୁ ସୂର୍ଯ୍ୟ ଆତ୍ମାଙ୍କର କାରକ ବୋଲି ବିବେଚନା କରାଯାଏ । ତେଣୁ, ପ୍ରତିଦିନ ସୂର୍ଯ୍ୟଙ୍କୁ ଗୋଟିଏ ଲୋଟା ପାଣି ଅର୍ପଣ କଲେ ଏହି ଶକ୍ତି ମିଳିଥାଏ।  ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରି ଜଣେ ବ୍ୟକ୍ତି ସମସ୍ତ ପ୍ରକାର ରୋଗରୁ ରକ୍ଷା ପାଇଥାଏ । 

୨. ଦିନସାରା ଫୂର୍ତ୍ତି ଅନୁଭବ: ନିୟମିତ ଭାବରେ ସୂର୍ଯ୍ୟ ଦେବଙ୍କୁ ବହୁ ପରିମାଣର ଜଳ ଅର୍ପଣ କଲେ ଶରୀରରେ ସୂର୍ଯ୍ୟଙ୍କ ସକରାତ୍ମକ ପ୍ରଭାବ ରହିଥାଏ, ଯାହା ଆପଣଙ୍କୁ ଭଲ କାମ କରିବାକୁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଶକ୍ତିରେ ପରିପୂର୍ଣ୍ଣ କରେ। ଆପଣ ମଧ୍ୟ ଏହି କ୍ଷେତ୍ରରେ ଲାଭ ପାଇବେ |

ଏହା ବି ପଢ଼ନ୍ତୁ:-ସାବଧାନ ! ବିନା OTPରେ ହିଁ ସଫା ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ, ରକ୍ଷା ପାଇବାର ଅଛି ତ କରନ୍ତୁ ଏହି କାମ

ଏହା ବି ପଢ଼ନ୍ତୁ:-ଓଡ଼ିଶାର ବିଧାୟକଙ୍କ ଉପରେ ମହଙ୍ଗା ମାଡ଼! ଦରମା ବଢ଼ାଇବାକୁ ଦାବି

ଏହା ବି ପଢ଼ନ୍ତୁ:-ଖୁସି ଖବର: ଟ୍ରେନକୁ ନେଇ ବଡ଼ ଘୋଷଣା କଲେ ରେଳ ମନ୍ତ୍ରୀ

୩. ସଫଳତା ଓ ସମ୍ମାନ ବଢିବ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟଦେବ ହେଉଛନ୍ତି ସେହି ଗ୍ରହ ଯାହା ଜଣେ ବ୍ୟକ୍ତିଙ୍କୁ ସମ୍ମାନ ଦେଇଥାଏ। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ଚାକିରି ସହିତ ଜଡିତ କୌଣସି ଅସୁବିଧା ଅଛି, ତେବେ ନିୟମିତ ଭାବରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ ଆରମ୍ଭ କର । ଉଚ୍ଚ ପଦାଧିକାରୀଙ୍କ ସମର୍ଥନ ପାଇବା ସହ ସମ୍ମାନ ବୃଦ୍ଧି ଉଚ୍ଚ ପଦବୀ ମଧ୍ୟ ହାସଲ ହେବ । 

୪. ଜାତକ ଦୋଷ ଦୂର ହେବ: ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ସୂର୍ଯ୍ୟଗ୍ରହ ଜାତକରେ ଦୁର୍ବଳ ଅଛନ୍ତି ସେ ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ୍। ଏହା କରିବା ଦ୍ୱାରା, ଆପଣଙ୍କର ସମସ୍ତ ବାଧା ଦୂର ହେବ ।