)
ନୂଆଦିଲ୍ଲୀ: ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ WhatsApp ହେଉଛି ସମସ୍ତଙ୍କ ପ୍ରିୟ ମେସେଜିଂ ପ୍ଲାଟଫର୍ମ। ପ୍ରାଇଭେସି ପଲିସି ପାଇଁ କମ୍ପାନୀକୁ କିଛିଟା କ୍ଷତି ସହିବାକୁ ପଡିଛି, ତଥାପି ଆପର ଲୋକପ୍ରିୟତା କମି ନାହିଁ। ଏବେ ଏହି WhatsApp ଆମ ଜୀବନର ଏକ ଅଙ୍ଗ ପାଲଟି ଯାଇଛି। ସାଙ୍ଗସାଥୀ, ପରିବାର ସହ କଥାବାର୍ତ୍ତାଠୁ ଆରମ୍ଭ କରି ବେପାର ବାଣିଜ୍ୟ ସବୁ ଏହି ଗୋଟିଏ ଆପରେ ସମ୍ଭବ ହେଉଛି। ଆମେ ଅନେକ ସମୟରେ ଏହି WhatsAppର ଫିଚର ବିଷୟରେ ଜାଣିବାକୁ ଆଗ୍ରହ କରୁ। ଆଉ ଆଜି ଆପଣଙ୍କୁ ସେଭଳି ଏକ ଫିଚର ବିଷୟରେ ଜଣାଇବୁ ଯାହା ଆପଣଙ୍କ କାମରେ ଲାଗିବ।
ପରିବାର ହେଉ ଅବା ସାଙ୍ଗସାଥୀଙ୍କ ମଧ୍ୟରେ କଳି ଲାଗାବା ଏକ ସାମାନ୍ୟ କଥା। ଥରୁଟିଏ ମତାନ୍ତର ହେଲେ ପରସ୍ପର ମଧ୍ୟରେ କଥାବାର୍ତ୍ତା ବନ୍ଦ ହେଇଯାଏ। କିଛି ଲୋକ ଅଛନ୍ତି ସପ୍ତାହ ସପ୍ତାହ ପର୍ଯ୍ୟନ୍ତ ରୁଗରୁସା ହୁଅନ୍ତି। କିନ୍ତୁ ମନରେ ସବୁବେଳେ ସେ କଣ କରୁଛି ତାହା ଜାଣିବାକୁ ଇଚ୍ଛା ହୁଏ। ଆଉ ଏଥିରେ ସହାୟକ ହୁଏ WhatsApp। କାରଣ ଏହି ଆପରେ ଆମେ ଆମର ଷ୍ଟେଟସ କିମ୍ବା DP (Display Picture) ମାଧ୍ୟମରେ ନିଜର ପରିସ୍ଥିତିକୁ ବ୍ୟକ୍ତ କରିଥାଉ। ଆଉ ଲେକେ ଲୁଚି ଲୁଚି WhatsApp 'DP' ଦେଖି ନିଜ ପ୍ରିୟର ମଣିଷ ଗୁଇନ୍ଦାଗିରି କରନ୍ତି। କିନ୍ତୁ WhatsAppରେ 'DP' ଦେଖିଥିବା ଲୋକଙ୍କ ତାଲିକା ଆସେ ନାହିଁ। ତେଣୁ ଆପଣ ଏହି ଉପାୟରେ ଆପଣଙ୍କ 'DP' ଦେଖିଥିବା ଲୋକଙ୍କ ବିଷୟରେ ଜାଣି ପାରିବେ।
WhatsAppରେ 'DP' ଦେଖିଥିବା ଲୋକଙ୍କ ତାଲିକା ଆସେ ନାହିଁ। ତେଣୁ ଆପଣଙ୍କୁ ଏଥିପାଇଁ ତୃତୀୟ ପକ୍ଷ ବା Third Party appର ସହାୟତା ନେବାକୁ ହେବ। ସେହି ଆପ ଗୁଡିକ ଆପଣଙ୍କ ଫୋନ ପାଇଁ କେତେ ସୁରକ୍ଷିତ ତାହା ନିଜେ ସୁନିଶ୍ଚିତ କରିବାକୁ ହେବ। ତେବେ ଆପଣଙ୍କୁ google play storeରୁ ଯାଇ WhatsApp- Who Viewed Me କିମ୍ବା Whats Tracker ନାମକ ଆପ ଡାଉନଲୋଡ କରିବାକୁ ହେବ। ଏହି ଆପ ଚଳାଇବା ପାଇଁ 1mobile market ଆପ ମଧ୍ୟ ଡାଉନଲୋଡ କରିବେ କାରଣ 1mobile market ବିନା WhatsApp- Who Viewed Me ଚାଲେ ନାହିଁ।
WhatsApp- Who Viewed Me ଇନଷ୍ଟଲ କରିବା ପରେ ଏଥିରେ ହିଁ ଆପଣଙ୍କ DP କିଏ କିଏ ଦେଖିଛନ୍ତି, ତାହାର ଏକ ତାଲିକା ଆସିବ। ତେବେ ଯେଉଁମାନେ ଗତ ୨୪ ଘଣ୍ଟା ମଧ୍ୟରେ ଆପଣଙ୍କ DP ଦେଖିଛନ୍ତି କେବଳ ତାଙ୍କର ନାଁ ଓ ନମ୍ବର ଦେଖାଯିବ। ୨୪ ଘଣ୍ଟା ପରେ ତାଲିକା ଆପେ ଉଭେଇ ଯିବ। ଆପଣ ଚାହିଁଲେ ନିଜେ କାହା କାହା DP ଦେଖିଛନ୍ତି ତାହା ମଧ୍ୟ ଜାଣି ପାରିବେ।