ଗହମ ଗଛର ରସ ବେଶ ଫଳପ୍ରଦ,କୋଲେଷ୍ଟ୍ରଲ ସହ ଅନେକ ସମସ୍ୟାକୁ କରେ ବାଏ ବାଏ
Advertisement
Article Detail0/zeeodisha/odisha1411373

ଗହମ ଗଛର ରସ ବେଶ ଫଳପ୍ରଦ,କୋଲେଷ୍ଟ୍ରଲ ସହ ଅନେକ ସମସ୍ୟାକୁ କରେ ବାଏ ବାଏ

ଗହମ ଗଛର ରସ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ସଠିକ୍ ଉପାୟରେ ପିଇଲେ ସ୍ବାସ୍ଥ୍ୟ ପାଇଁ ଗହମ ଗଛର ରସ ବହୁତ ଲାଭକାରୀ ଅଟେ । ଆସନ୍ତୁ ଜାଣିବା ଏହାକୁ କିପରି ପିଇବେ ଏବଂ ଏହାକୁ ପିଇବାର ଲାଭ କଣ ରହିଛି । 

ଗହମ ଗଛର ରସ ବେଶ ଫଳପ୍ରଦ,କୋଲେଷ୍ଟ୍ରଲ ସହ ଅନେକ ସମସ୍ୟାକୁ କରେ ବାଏ ବାଏ

ଗହମ ସମସ୍ତ ଖଣିଜ ପଦାର୍ଥରେ ଭରପୂର ଅଟେ । ଗହମ ଗଛ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।  ଗହମ ଗଛର ରସ ଅନେକ ରୋଗକୁ ଦୂର କରିଥାଏ । ଗହମ ଗଛରେ ଭିଟାମିନ-A,C,E,K ଏବଂ B କମ୍ପ୍ଲେକ୍ସର ଗୁଣ ଭରପୂର ଅଟେ । ଏଥିରେ ଆଇରନ,କ୍ୟାଲସିୟମ ପରି ଖଣିଜ ପଦାର୍ଥ ପ୍ରଚୁର ପରିମାଣରେ ଥାଏ ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଗହମ ଗଛର ରସ ଖୁବ ଶୀଘ୍ର ପ୍ରଭାବ ଦେଖାଇବା ଆରମ୍ଭ କରିଥାଏ । ଗହମ ଘାସରେ ବହୁ ଔଷଧୀୟ ଗୁଣ ଭରପୂର ରହିଛି ଯାହା ହୃଦୟ ଠାରୁ ଆରମ୍ଭ କରି ମଧୁମେହ ରୋଗ ପାଇଁ ବେଶ ଫଳପ୍ରଦ ଅଟେ । 

କିପରି ଖାଇବେ ଗହମ ଗଛର ଜୁସ-
ଗହମ ଗଛର ରସ ପାଇଁ ବଜାରରେ ପାଉଡର ମଧ୍ୟ ମିଳୁଛି କିନ୍ତୁ ଘରେ ଶୁଦ୍ଧ ଗହମ ଗଛର ତାଜା ରସ ତିଆରି କରି ପିଇବା ଅଧିକ ଲାଭଦାୟକ ଅଟେ । ଯଦି ଆପଣ ଏହାକୁ ପ୍ରତିଦିନ ସେବନ କରିବାକୁ ଚାହୁଁଛନ୍ତି ତେବେ ଆପଣ ନିଜ ଗାର୍ଡେନରେ ଲଗାଇ ଏହାର ଜୁସ କରି ପିଇପାରିବେ । 

ହୃଦୟ ପାଇଁ ଲାଭଦାୟକ -
କୋଲେଷ୍ଟ୍ରଲ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । ହୃଦୟ ସହିତ ଜଡିତ ସମସ୍ତ ସମସ୍ୟାର ମୁଖ୍ୟ କାରଣ ହେଉଛି  କୋଲେଷ୍ଟ୍ରଲ । ସ୍ନାୟୁରୁ ବ୍ୟାଡ କୋଲେଷ୍ଟ୍ରଲ ବାହାର କରିବା ପାଇଁ ଗହମ ଗଛର ରସ ବେଶ ଉପଯୋଗୀ । ଏହାର ସେବନରେ କରିବା ଦ୍ବାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ । କମ୍ କୋଲେଷ୍ଟ୍ରଲ ରହିବା ଦ୍ବାରା ହୃଦୟ ମଧ୍ୟ ସୁସ୍ଥ ରହିଥାଏ । ଗହମ ଗଛ କେବଳ ଖରାପ କୋଲେଷ୍ଟ୍ରଲକୁ ଦୂର କରେ ତାହା ନୁହେଁ ବରଂ ଭଲ କୋଲେଷ୍ଟ୍ରଲ ବୃଦ୍ଧି ପାଇଁ କାମ କରିଥାଏ । 

ଚର୍ମ ପାଇଁ ଲାଭଦାୟକ-
ଶରୀରରୁ ମଇଳା ବାହାର କରିବା ପାଇଁ ଗହମ ଗଛର ରସ କାମ କରିଥାଏ । ଏହା ଶରୀରକୁ ଡିଟକ୍ସ କରିଥାଏ । ଏହାର ବ୍ୟବହାର ଦ୍ବାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ । ଯଦି ଗହମ ଗଛର ରସ ପ୍ରତିଦିନ ସେବନ କରନ୍ତି ତେବେ ଚର୍ମ ସମସ୍ୟାରୁ ମୁକ୍ତି ମିଳିଥାଏ । ଚେହେରାରୁ ଦାଗ ଦୂର କରିବା ସହ ମୁହଁରେ ଚମକ ଆଣିଥାଏ ଗହମ ଗଛର ରସ । 

Also Read ; ସବୁଜ ଘାସରେ ପ୍ରତିଦିନ ୨୦ ମିନିଟ୍ ଚାଲିବା ଅଭ୍ୟାସ କରନ୍ତୁ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଓଜନ ହ୍ରାସ- 
ଗହମ ଗଛରେ ଥିବା ପୋଷକ ତତ୍ତ୍ବ ଓଜନ କମାଇବା ପାଇଁ କାମ କରେ । ଗହମ ଗଛ ରସ  ପିଇବା ଦ୍ବାରା ପ୍ରଚୁର ଶକ୍ତି ମିଳିଥାଏ ଏବଂ ଭୋକ କମ କରିଥାଏ । ଭୋକ କମ୍ ହେତୁ ଓଜନ ନିୟନ୍ତ୍ରଣରେ ରହିଥାଏ । 

ମଧୁମେହକୁ ନିୟନ୍ତ୍ରଣ କରେ-
ଗହମ ଗଛର ରସ ସେବନ ଦ୍ବାରା ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଗହମ ଘାସରେ ଆଣ୍ଟି-ଡାଇବେଟିସ୍ ଗୁଣ ରହିଛି ଯାହା ସୁଗର ସ୍ତରକୁ ନିୟନ୍ତ୍ରଣ କରିବାରେ କାମ କରିଥାଏ ।