Petrol Pump News: ଗ୍ରାହକଙ୍କୁ ଏମିତି ଲୁଟନ୍ତି ପେଟ୍ରୋଲ ପମ୍ପ, ଠକେଇର ଶୀକାର ହେବା ପୂର୍ବରୁ ଜାଣି ରଖନ୍ତୁ ଏହି ସବୁ ଟ୍ରିକ୍
Advertisement
Article Detail0/zeeodisha/odisha1411387

Petrol Pump News: ଗ୍ରାହକଙ୍କୁ ଏମିତି ଲୁଟନ୍ତି ପେଟ୍ରୋଲ ପମ୍ପ, ଠକେଇର ଶୀକାର ହେବା ପୂର୍ବରୁ ଜାଣି ରଖନ୍ତୁ ଏହି ସବୁ ଟ୍ରିକ୍

Petrol Pump News: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଗ୍ରାହକଙ୍କ ପକେଟଙ୍କୁ ଭାରି ବାଧେ । ବର୍ତ୍ତମାନ ପେଟ୍ରୋଲ ଦାର ଦେଶରେ ଚିନ୍ତା ବଢିଯାଇଛି । ଦର ହ୍ରାସ କରିବାକୁ ନେଇ କେନ୍ଦ୍ର ରାଜ୍ୟ ମୁହାଁମୁହିଁ ହେଉଥିବା ବେଳେ କେତେକ ରାଜନୈତିକ ଦଳ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରୁଛନ୍ତି। 

ସୌଜନ୍ୟ : ସୋସିଆଲ ମିଡିଆ

Petrol Pump News: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଗ୍ରାହକଙ୍କ ପକେଟଙ୍କୁ ଭାରି ବାଧେ । ବର୍ତ୍ତମାନ ପେଟ୍ରୋଲ ଦାର ଦେଶରେ ଚିନ୍ତା ବଢିଯାଇଛି । ଦର ହ୍ରାସ କରିବାକୁ ନେଇ କେନ୍ଦ୍ର ରାଜ୍ୟ ମୁହାଁମୁହିଁ ହେଉଥିବା ବେଳେ କେତେକ ରାଜନୈତିକ ଦଳ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରୁଛନ୍ତି। ପେଟ୍ରୋଲ ପମ୍ପର କିଛି ନିୟମ ବିଷୟରେ ଆପଣ ଜାଣିରଖିବା ନିହାତି ଜରୁରୀ । କାହିଁକିନା ବିଭିନ୍ନ ସମୟରେ ପେଟ୍ରୋଲ ପମ୍ପ ବିଷୟରେ ଏଭଳି କିଛି ଖବର ସାମ୍ନାକୁ ଆସିଥାଏ । ଯେଉଁଠାରେ ଗ୍ରାହକ ଠକେଇର ଶୀକାର ହୋଇଥାନ୍ତି । ପେଟ୍ରୋଲ ପମ୍ପରେ ପେଟ୍ରୋଲ ଠକେଇ ହୋଇଛି ବା ଅଧିକ ପଇସା ଦେଇ କମ୍ ପେଟ୍ରୋଲ ମିଳିଛି ବୋଲି ଅନେକେ ଗ୍ରାହକ ମଧ୍ୟ କୁହନ୍ତି । ପେଟ୍ରୋଲ ପମ୍ପ ବିଷୟରେ କିଛି ଜାଣିବା କଥା, ନଚେନ ଆପଣ ବି ହୋଇପାରନ୍ତି ଠକେଇ ଶୀକାର । ପେଟ୍ରୋଲ ପମ୍ପ ବିଷୟରେ କିଛି ଜାଣିବା କଥା, ନଚେତ ଆପଣ ବି ହୋଇ ପାରନ୍ତି ଠକେଇର ଶୀକାର । 

କେମିତି ଯାଞ୍ଚ କରିବେ ସୁଦ୍ଧ ପେଟ୍ରୋଲ ?

ଯଦି ଆପଣ ଗାଡି ଚାଳକ, ଆଉ ଆପଣ ଠକେଇର ଶୀକାର ନ ହେବାକୁ ଚାହୁଁଛନ୍ତି। ତେବେ କିଛି ଗୁରୁତ୍ବପୂର୍ଣ୍ଣ କଥା ଉପରେ ଧ୍ୟାନ ଦେବା ଆବଶ୍ୟକ । ଅନେକ ସମୟରେ ପେଟ୍ରୋଲର ଗୁଣବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠେ । ଗ୍ରାହକ ଭାବେ ପେଟ୍ରୋଲ ପମ୍ପରେ ଆପଣଙ୍କର କିଛି ସ୍ଵତନ୍ତ୍ର ଅଧିକାର ରହିଛି । ଯାହାକି ଆପଣ ପେଟ୍ରୋଲ ଓ ଡିଜେଲ ପକାଇବା ସମୟରେ ବ୍ୟବହାର କରିପାରିବେ । ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲର ଗୁଣବତା ଯାଞ୍ଚ କରିବା ଆପଣଙ୍କର ଅଧିକାର ଅଟେ ।  ଆପଣ ପେଟ୍ରୋଲ ପମ୍ପରେ ତେଲ ପକାଇବା ସମୟରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଫିଲ୍ଟର ପେପର ମାଗି ପେପରରେ ଗୁଣବତା ଯାଞ୍ଚ କରିପାରିବେ । 

ଏହାବି ପଢନ୍ତୁ :ସାବଧାନ!! ପେଟ୍ରୋଲରେ ମିଶୁଛି 'ନୀର', ଜାଣନ୍ତୁ ଆଜି ରାଜ୍ୟରେ କେତେ ଅଛି ପେଟ୍ରୋଲ-ଡିଜେଲ ଦର

ପେଟ୍ରୋଲ ପମ୍ପରେ ଆପଣଙ୍କୁ ସଠିକ ପରିମାଣର ତେଲ ମିଳୁଛି କି ନାହିଁ ତାହା ମଧ୍ୟ ଆପଣ ଯାଞ୍ଚ କରିପାରିବେ । ସବୁ ପେଟ୍ରୋଲ ପମ୍ପରେ ତେଲର ପରିମାଣ ମାପିବା ପାଇଁ ଏକ ୫ ଲିଟର ଜାର୍ ରହିଛି। ଯେଉଁଥିରେ ଆପଣ ତେଲର ପରିମାଣ ମାପିପାରିବେ । ଏହା ମଧ୍ୟ ଆପଣଙ୍କର ଏକ ଅଧିକାର ଅଟେ । ଏହି ଉପାୟ ଅବଲମ୍ବନ କରିବା ଦ୍ବାରା ଆପଣ ଠକେଇରୁ ମଧ୍ୟ ଆପଣ ବର୍ତ୍ତି ପାରିବେ । ଏହାସହ ଆପଣ ମାଗଣାରେ ଗାଡିର ପ୍ରେସର ଦେଇପାରିବେ । ସବୁବେଳେ ତେଲ ପକାଇବା ପୂର୍ବରୁ ମିଟର ଶୂନ ଥିଲେ ଯାଇ ତେଲ ପକାନ୍ତୁ । ଏହିସବୁ ଅଧିକାର ବିଷୟରେ ଜାଣିପାରିଲେ ଆପଣ ଠକାମିରୁ ବର୍ତ୍ତି ପାରିବେ। ତେଲ ପକାଇବା ପରେ ଅନେକ ଲୋକ ବିଲ୍ ମାଗି ନଥାନ୍ତି । କିନ୍ତୁ ଯଦି ଆପଣ ବିଲ୍ ମାଗୁଛନ୍ତି ତେବେ ପେଟ୍ରୋଲ ପମ୍ପ କର୍ମଚାରୀ ଏଥିପାଇଁ ଆପଣଙ୍କୁ ମନା କରିପାରିବେ ନାହିଁ ।